ରାଜ୍ୟରେ ବସ୍‌ ଭଡା ବଢିଲା

Published: Jul 1, 2020, 1:27 pm IST

ଭୁବନେଶ୍ୱର: ରାଜ୍ୟରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ବୃଦ୍ଧି ଚାଲିଥିବାବେଳେ ଆଜି ବସ୍ ଭଡ଼ା ବଢ଼ାଇଛନ୍ତି ରାଜ୍ୟ  ସରକାର। କି.ମି ପିଛା 2ରୁ 4 ପଇସା ବସ୍‌ ଭଡା ବଢିଛି।

ଅର୍ଡିନାରୀ ବସ୍ ଭଡ଼ା କିମି ପିଛା 70ରୁ 72 ପଇସାକୁ ବୃଦ୍ଧି ପାଇଛି। ସେହିପରି ଏକ୍ସପ୍ରେସ ବସ୍ ଭଡ଼ା 73ରୁ 75 ପଇସାକୁ ବଢ଼ିଛି। ଡିଲକ୍ସ ବସ୍ ଭଡ଼ା1ଟଙ୍କା 1 ପଇସାରୁ  1 ଟଙ୍କା 5 ପଇସାକୁ ବୃଦ୍ଧି ପାଇଛି। ଏସି ଡିଲକ୍ସ 1ଟଙ୍କା 23ରୁ 1ଟଙ୍କା 27 ପଇସାକୁ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛନ୍ତି ଘରୋଇ ମାଲିକ ବସ୍‌ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ।

Related posts