
ସୀତାରାମ ଅଗ୍ରଓ୍ବାଲ
ବାଣପୁର : ଆଜିଠାରୁ ଦେଶରେ ଅନଲକ୍ 2.0 ଜାରି ହୋଇଛି । ଏହି ନିୟମ ଆଧାରରେ ରାଜ୍ୟରେ କଟକଣାକୁ କିଛି କୋହଳ କରାଯାଇଛି । ତେବେ ଏହି ନୂତନ ନିୟମକୁ ନେଇ ଦ୍ବନ୍ଦ୍ବରେ ପଡିଛନ୍ତି ବାଣପୁର ବ୍ୟବସାୟୀ ସଂଘ।
ପୂର୍ବରୁ ଅନଲକ୍ 1ରେ ସରକାର ଘୋଷଣା କରିଥିବା ଗାଇଡଲାଇନ୍କୁ ଜିଲ୍ଲାପାଳଙ୍କ ଚିଠି ଜରିଆରେ ଜଣାଇଥିବାବେଳେ ସ୍ଥାନୀୟ ପ୍ରଶାସନ ସୁବିସ୍ତୃତ ଭାବେ ଏହାକୁ ମାଇକ୍ ଯୋଗେ ସର୍ବସାଧାରଣଙ୍କୁ ଅବଗତ କରାଇଥିଲେ । କିନ୍ତୁ ବର୍ତ୍ତମାନ ଅନଲକ୍ 2ରେ ଯୋଉ ଗାଇଡ ଲାଇନ୍ ଆସିଲା ତାକୁ ବାଣପୁର ପ୍ରଶାସନ ତରଫରୁ ସୁବିସ୍ତୃତ ଭାବେ ଘୋଷଣା କରାଯାଇନଥିବାରୁ ବାଣପୁର ବ୍ୟବସାୟୀ ସଂଘ ଦ୍ବନ୍ଦ୍ବରେ ପଡିଛନ୍ତି ।
ତେବେ ଅନଲକ୍ 2.0ର ଗାଇଡଲାଇନ୍ ଅନୁସାରେ ଏଣିକି ସବ୍ ଡିଭିଜନରେ ସକାଳ 5ଟାରୁ ସନ୍ଧ୍ୟା 7ଟା ଯାଏ ଖୋଲା ରହିବ ଦୋକାନ ବଜାର। ହେଲେ ରାତି 9ଟାରୁ ସକାଳ 5ଟା ଯାଏ ବଳବତ୍ତର ରହିବ କର୍ଫ୍ୟୁ । ପୂର୍ବ ଭଳି ପ୍ରତି ଶନିବାର ଓ ରବିବାର କିନ୍ତୁ ସଟଡାଉନ୍ କଟକଣା ବଳବତ୍ତର ରହିବ। ଖୋର୍ଦ୍ଧା ସବ୍ ଡିଭିଜନରେ ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ସଟଡାଉନ୍ କଟକଣାକୁ ଅଧିକ କଡ଼ାକଡ଼ି ଲାଗୁ କରାଯାଇଥିଲା । ପୂର୍ବରୁ ସକାଳ 7ରୁ ଦିନ 2ଟା ଯାଏଁ ଦୋକାନ, ବଜାର ଖୋଲା ରହୁଥିବା ବେଳେ ଏବେ କିନ୍ତୁ ଏହାକୁ ଟିକେ କୋହଳ କରାଯାଇଛି। ଏଣିକି ସବ୍ ଡିଭିଜନରେ ସକାଳ 5ଟାରୁ ସନ୍ଧ୍ୟା 7ଟା ଯାଏ ଖୋଲା ରହିବ ଦୋକାନ ବଜାର। ହେଲେ ରାତି 9ଟାରୁ ସକାଳ 5ଟା ଯାଏ ବଳବତ୍ତର ରହିବ କର୍ଫ୍ୟୁ । ପୂର୍ବ ଭଳି ପ୍ରତି ଶନିବାର ଓ ରବିବାର କିନ୍ତୁ ଶଟଡାଉନ୍ କଟକଣା ବଳବତ୍ତର ରହିବ।
ମାସ୍କ ଓ ସାମାଜିକ ଦ୍ବରତ୍ବକୁ ବିଶେଷ ଗୁରୁତ୍ବ ଦିଆଯିବ । ମାସ୍କ ଓ ସାମାଜିକ ଦୂରତ୍ବ ଭଙ୍ଗ କଲେ ଜରିମାନା ଆଦାୟ ହେବ ବୋଲି ସୂଚନା ରହିଛି ।