ଆଜି ରାଜ୍ୟରୁ ସୁସ୍ଥ ହେଲେ 164

Published: Jul 1, 2020, 4:21 pm IST

ଭୁବନେଶ୍ବର : ଆଜି ରାଜ୍ୟରୁ ଆଉ 164 ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 48 ଜଣ ରହିଥିବାବେଳେ ଜଗତସିଂହପୁରରୁ 31, ବାଲେଶ୍ବରରୁ 26, କଟକରୁ 25, ଯାଜପୁର ଓ ଖୋର୍ଦ୍ଧାରୁ 12 ଜଣ ଲେଖାଏଁ ରହିଛନ୍ତି । ସେହିପରି କେନ୍ଦ୍ରାପଡା ଓ ସୁନ୍ଦରଗଡରୁ 3 ଜଣ ଲେଖାଏଁ ରହିଥିବାବେଳେ କେଉଁଝରର 2 ଜଣ ରହିଛନ୍ତି । ସେହିପରି ଭଦ୍ରକ ଓ ନୟାଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 5 ହଜାର 353କୁ ବୃଦ୍ଧି ହୋଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ ଆଜି ନୂତନ 251ଟି ପଜିଟିଭ୍‌ ମାମଲା ଆସିଥିବାବେଳେ ରାଜ୍ୟରେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 7 ହଜାର 316 ରହିଛି । ସେହିପରି ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛ । ଏବେ ସୁଦ୍ଧା ରାଜ୍ୟରେ 25ଜଣ କରୋନା ଯୋଗୁଁ ମୃତ୍ୟୁବରଣ କରିଥିବାବେଳେ 8ଜଣ କରୋନା ଆକ୍ରାନ୍ତ ହୋଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି ।

Related posts