ରାଜ୍ୟରୁ ଆଜି ପୁଣି ଦୁଇଟି ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା 27କୁ ବୃଦ୍ଧି

Published: Jul 2, 2020, 10:57 am IST

ଭୁବନେଶ୍ବର : ଆଜି ପୁଣି ରାଜ୍ୟରୁ ଦୁଇଟି ମୁଣ୍ଡ ନେଇଛି କରୋନା । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି । ମୃତକଦ୍ବୟଙ୍କ ମଧ୍ୟରୁଜଣେ ଗଞ୍ଜାମର ହୋଇଥିବାବେଳେ ଆଉ ଜଣେ ଅନୁଗୁଳ ଜିଲ୍ଲାର ବୋଲି ସୂଚନା ରହିଛି । ଗଞ୍ଜାମର ମୃତକ ଜଣକ 49 ବର୍ଷୀୟ ପୁରୁଷ ହୋଇଥିବାବେଳେ ଅନୁଗୁଳର ମୃତକଙ୍କ ବୟସ 57 ବର୍ଷ ବୋଲି ଜଣାପଡିଛି। ଦୁହେଁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ବୋଲି ସୂଚନା ରହିଛି । ଏବେ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା 15କୁ ବୃଦ୍ଧି ହୋଇଛି ।

ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 27କୁ ବୃଦ୍ଧି ହୋଇଛି । ସେହିପରି 8 ଜଣ କରୋନାରେ ଆକ୍ରାନ୍ତ ହୋଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Related posts