Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ଆଉ ଏକ ବାଲ୍ୟବିବାହ ବନ୍ଦ କଲା ଚାଇଲଡ୍ ଲାଇନ୍‌ : ଚତୁରତାର ସହ ବଡ ଝିଅକୁ ବେଦିରେ ବସାଇଥିଲେ
ଆଜିର ଖବର

ପୁଣି ଆଉ ଏକ ବାଲ୍ୟବିବାହ ବନ୍ଦ କଲା ଚାଇଲଡ୍ ଲାଇନ୍‌ : ଚତୁରତାର ସହ ବଡ ଝିଅକୁ ବେଦିରେ ବସାଇଥିଲେ

July 2, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ : ଗତ କିଛି ଦିନ ତଳେ ଚାରମାଳ ଅଂଚଳରୁ ଏକ ବାଲ୍ୟ ବିବାହକୁ ପ୍ରଶାସନ ଓ ଚାଇଲଡ୍ ଲାଇନ୍ ବନ୍ଦ୍ କରିଥିବା ବେଳେ ପୁଣି ନାକଟିଦେଉଳ ଥାନା କେଲୋବେନି ଗ୍ରାମରେ ଆଉ ଏକ ବାଲ୍ୟ ବିବାହ ଚାଲିଥିବା ବେଳେ ଚାଇଲଡ୍ ଲାଇନ୍ ଓ ପ୍ରଶାସନ ତାକୁ ପ୍ରତିରୋଧ କରିଥିବା ଘଟଣା ହସ୍ତଗତ ହୋଇଛି ।
ପ୍ରକାଶ ଯେ , ଗତ କାଲି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା କେଲୋବେନି ଗ୍ରାମରେ ଏକ ବାଲ୍ୟ ବିବାହ ହେବାକୁ ପ୍ରସ୍ତୁତି ଚାଲିଥିଲା ହେଲେ ଝିଅର ବାପା,ମାଆ ଚାଇଲଡ୍ ଲାଇନ୍ ଓ ପ୍ରଶାସନ ଆସୁଥିବା ଜାଣି ନିଜର ବଡ ଝିଅକୁ ବେଦିରେ ବସାଇ ବାହାଘର କରିବାକୁ ସଜବାଜ ହେଉଥିଲେ ଓ ନାବାଳିକାକୁ ଲୁଚାଇ ରଖିଥିଲେ । ହେଲେ ଝିଅର ଘର ଚାଲାକିକୁ ଚାଇଲଡ୍ ଲାଇନ୍ ଓ ପ୍ରଶାସନ ଚେଲେଞ୍ଜ ଦେଇ ଝିଅର ବାହାଘର ହେବା ପର୍ଯ୍ୟନ୍ତ ବସି ରହିଥିଲେ । ହେଲେ ବାହାଘର ହୋଇପାରି ନଥିଲା । ଶେଷରେ ଝିଅର ବାପା ମାଆ ବାଧ୍ୟ ହୋଇ ବାହାଘର ବନ୍ଦ କରିବା ଭଳି ଘଟଣା ଏ ଅଂଚଳରେ ହାସ୍ୟରୋଳ ସୃଷ୍ଟି କରିଛି ।

ଏହି ଚଢଉରେ ଚାରମାଳ ଚାଇଲଡ୍ ଲାଇନର ସଂଯୋଜକ ସଂଜୟ ସାଗର , ଦ୍ରୌପଦୀ ପ୍ରଧାନ , ନାକଟିଦେଉଳ ସିଡିପିଓ କ୍ଷୀରାବ୍ଧୀ ପାଣ୍ଡିଆ , ନାକଟିଦେଉଳ ଥାନାଧିକାରୀ ଇସ୍ରାଏଲ ଏକ୍କା ପ୍ରମୁଖ ସାମିଲ ହୋଇଥିଲେ । ବର ପକ୍ଷ ଦେବଗଡ ଜିଲ୍ଲା ରିଆମାଳ ଥାନା ଅଂଚଳର ବୋଲି ଜଣାପଡିଛି । ଶେଷରେ ମୁଣ୍ଡ କାନ ଆଉଁସି ବର ପକ୍ଷ ଘରକୁ ଫେରିଯାଇଥିବା ଜଣା ପଡିଛି । ହେଲେ ଏଠାରେ ଏକ ପ୍ରଶ୍ନ ଆସେ ଯେ ଚାଇଲଡ୍ ଲାଇନ୍ ଓ ପ୍ରଶାସନ ବାହାଘର ବନ୍ଦ କରିଦେଉଥିବାବେଳେ ଚୁକ୍ତିନାମା ଲେଖିଦେଇଥାନ୍ତି । କିନ୍ତୁ ପରସମୟରେ ନିଜ ଝିଅକୁ ସେ ବର ପାଖରେ ସମର୍ପି ଦେଇଥାନ୍ତି କନ୍ୟାପକ୍ଷ । ତେଣୁ ଏଥିପାଇଁ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନ ନେବା ଯାଏଁ ଏହା ସେମିତି ରହିଯିବ । ସରକାର କମ୍ ବୟସରୁ ବାହାଘର ନ ହେବା ପାଇଁ ଗଣ ମାଧ୍ୟମରେ ବାରମ୍ବାର ସଚେତନ କଲେ ମଧ୍ୟ ଗ୍ରାମାଂଚଳର ଲୋକମାନେ ମାନୁ ନାହାନ୍ତି । ବରପାତ୍ର ମିଳିଗଲା ପରେ ଅତି କମ୍ ବୟସରୁ ବାହାଘର କରି ନିଜ ମୁଣ୍ଡରୁ ବୋଝ ଗଲା ବୋଲି ଭାବୁଛନ୍ତି ।

ସୂଚନା ଯୋଗ୍ୟ ଯେ, କିଛିଦିନ ତଳେ ରେଢାଖୋଲ ସବ୍‌ଡିଭିଜନ୍ ଚାରମାଳ ଥାନା ବଂଶାଜାଲ ପଂଚାୟତର କୋଇଲିପଦର ଗ୍ରାମର ଜନୈକ ନାବାଳିକାର ବାହାଘର ବୀରମହାରାଜପୁର ଥାନା ଚୁମକାଦାଦର ଗ୍ରାମର ସୁମନ୍ତ ପ୍ରଧାନ ଙ୍କ ସହ ହେବା ପାଇଁ ସ୍ଥିର ହୋଇଥିଲା । ବରପକ୍ଷ ମଧ୍ୟ ପହଂଚି ସାରିଥିଲେ । ଏ ସଂପର୍କରେ ଚାରମାଳ ଚାଇଲଡ୍ ଲାଇନ୍ ଖବର ପାଇ ରେଢାଖୋଲ ସିଡିପିଓ(ବାଲ୍ୟବିବାହ ନିରୋଧ ଅଧିକାରୀ), ଚାରମାଳ ପୋଲିସ୍ ସହାୟତାରେ ଶିଶୁ କନ୍ୟାର ଘରକୁ ଯାଇ ନାବାଳିକାର ବାପା ଓ ମାଆଙ୍କୁ ଝିଅଟିର ବୟସ ପ୍ରମାଣ ପତ୍ର ମାଗିଥିଲେ ହେଲେ ଝିଅର ବାପା ଓ ମାଆ କୌଣସି ପ୍ରମାଣ ପତ୍ର ଦେଇ ପାରି ନ ଥିଲେ । ଝିଅର ଆଧାର କାର୍ଡ ଅନୁଯାୟୀ ୧୬ ବର୍ଷ ୧୦ ମାସ ହେଉଥିବା ସୂଚନା ମିଳିଥିଲା । ଝିଅର ବାପା ଓ ମାଆଙ୍କୁ ବୁଝା ସୁଝା ପରେ ବାଲ୍ୟ ବିବାହ କୁ ରୋକାଯାଇ ପାରିଥିଲା । ବାଲ୍ୟବିବାହ ଏକ ଦଣ୍ଡନୀୟ ଅପରାଧ ହୋଇଥିବା ବେଳେ ଗ୍ରାମାଂଚଳର ଲୋକମାନେ ସଚେତନତାର ଅଭାବ ଯୋଗୁଁ ଝିଅକୁ ବାହାଘର କରିଦେଉଥିବା ନିତିଦିନିଆ ଘଟଣା ହୋଇଗଲାଣି । ପରେ ଝିଅର ବାହାଘରକୁ ବନ୍ଦ କରିଦିଆଯାଇଥିଲା । ଏଥିରେ ଚାରମାଳ ଚାଇଲଡ୍ ଲାଇନ୍ ର କର୍ମକର୍ତା ତଥା ଚାରମାଳ ଥାନା ସହଯୋଗ କରିଥିଲା ।

ବାଲ୍ୟବିବାହ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.