Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନଲକ୍‌ 2.0 : ଜଗତସିଂହପୁର ଜିଲ୍ଲା ପ୍ରଶାସନ ତରଫରୁ ଜାରି ହୋଇଥିବା ଗାଇଡଲାଇନ୍‌
ଆଜିର ଖବର

ଅନଲକ୍‌ 2.0 : ଜଗତସିଂହପୁର ଜିଲ୍ଲା ପ୍ରଶାସନ ତରଫରୁ ଜାରି ହୋଇଥିବା ଗାଇଡଲାଇନ୍‌

July 2, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : ଏବେ ଦେଶରେ ଅନଲକ୍‌ 2.0 ଜାରି ହୋଇଛି । ଏନେଇ ଗାଇଡଲାଇନ୍‌ ମଧ୍ୟ ଜାରି କରାଯାଇଛି । ଜାତୀୟ କାର୍ଯ୍ୟକାରିଣୀ କମିଟିର ନିର୍ଦ୍ଦେଶ କ୍ରମେ ଭରତ ସରକାରଙ୍କ ତରଫରୁ କଣ୍ଟେନମେଣ୍ଟ ଜୋନ ରେ ଲକ ଡାଉନ ଅବଧି କୁ ଜୁଲାଇ 31 ଯାଏ ବୃଦ୍ଧି ଏବଂ କଣ୍ଟେନମେଣ୍ଟ ଅଞ୍ଚଳ ବାହାରେ ଥିବା କଟକଣା କୁ କୋହଳ କରିବା ଏବଂ ରାଜ୍ୟ ସରକାରଙ୍କର ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଆସନ୍ତା 31 ଜୁଲାଇ ଯାଏଁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆ ଯାଇଛି ।

ତେବେ ରାଜ୍ୟ ସରକାର ମଧ୍ୟ ଅନ୍‌ଲକ୍‌ 2.0 ଜାରି କରିଛନ୍ତି । ଏହି କ୍ରମରେ ପ୍ରତ୍ୟେକ ଜିଲ୍ଲାସ୍ତରରେ ମଧ୍ୟ ଅନଲକ୍‌ 2.0ର ନିୟମାବଳୀ ଜାରି କରାଯାଇଛି । ଜଗତସିଂହପୁର ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ଜାରି ହୋଇଛି ନିର୍ଦ୍ଦେଶାବଳୀ ।

ବିଭିନ୍ନ ନିର୍ଦ୍ଦେଶାବଳି ସହ ସାମାଜିକ ଦୁରତ୍ଵ କୁ କଡାକଡି ପାଳନ କରିବା ସହ ନିମ୍ନ ଲିଖିତ ନିର୍ଦ୍ଦେଶାବଳି ଗୁଡିକ ପ୍ରଦାନ କରାଯାଇଛି । ସେଗୁଡିକ ହେଲା ପରିଚାଳନା ବିକେନ୍ଦ୍ରୀକରଣ ଯେଉଁଥିରେ କୋଭିଡ ପରିଚାଳନା ୱାର୍ଡ ମେମ୍ବର ଙ୍କ ଦ୍ଵାରା କରାଯିବ। ପ୍ରତ୍ଯେକ ଗ୍ରାମ ପଞ୍ଚାଯତ ରେ କୋଭିଡ କେୟାର ହୋମ ନିର୍ମାଣ କରାଯିବ।

ପ୍ରତ୍ଯେକ ଗ୍ରାମ ପଞ୍ଚାଯତ ରେ ଟି ଏମ ସି ଚାଲୁ ରହିବ । ସମସ୍ତ ବେସରକାରୀ ଡାକ୍ତରଖାନା ଗୁଡିକ ସରକାରୀ ନିର୍ଦ୍ଦେଶ ମାନିବା କୁ ବାଧ୍ୟ । ଏବଂ ବାହାର ରାଜ୍ୟ ରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯିବ କଣ୍ଟେନମେଣ୍ଟ ଅଞ୍ଚଳ ରେ ଜୁଲାଇ 31 ଯାଏଁ କଟକଣା ରହିବ ।ଏହି ଅଞ୍ଚଳ ଗୁଡିକୁ ନିର୍ଦ୍ଦେଶାବଳି ଅନୁଯାୟୀ ଜିଲ୍ଲାପାଳ ତଦାରଖ କରିବେ । ଜରୁରୀ ବ୍ୟବସ୍ଥା କୁ ଛାଡି ଅନ୍ୟ ସବୁ ବନ୍ଦ ରହିବ । କୋଭିଡ ସଂକ୍ରମଣ କୁ ଦେଖି ଜିଲ୍ଲାପାଳ ବଫର ଜୋନ ଘୋଷଣା କରିବେ ଏବଂ ତଦନୁଯାୟୀ କଟକଣା ଜାରି କରିବେ କଣ୍ଟେନମେଣ୍ଟ ଅଞ୍ଚଳ ବାହାରେ ଥିବା ଧାର୍ମିକ ଅନୁଷ୍ଠାନ ,ସୋପିଙ୍ଗ ମଲ,ପ୍ରେକ୍ଷାଳୟ,ଚା ଦୋକାନ , ଜିମ, କୌଣସି ସଂସ୍କୃତିକ କାର୍ଯ୍ୟ କ୍ରମ ଏବଂ ସ୍କୁଲ କଲେଜ ସବୁ ବନ୍ଦ ରହିବ ।

ଜାରି ହୋଇଥିବା ନିର୍ଦେଶବଳୀ ଅନୁଯାୟୀ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଖୋଲା ଯାଇ ପାରିବ । ଏହି ସମୟ ରେ ଔଷଧ ଦୋକାନ ଏବଂ ସକାଳ 7 ଟା ରୁ ଦିନ 2 ଟା ଯାଏଁ ଜରୁରୀ ଦୋକାନ ଖୋଲା ରହିବ । ଏବଂ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ । ରାତି 9 ଟା ରୁ ସକଳ 5 ଟା ଯାଏଁ ରାତ୍ରି କାଳୀନ କରଫ୍ଯୁ ବଳବତ୍ତର ରହିବ ଏବଂ ଜରୁରୀ କାଳୀନ ସେବା ରେ ନିୟୋଜିତ ବ୍ୟକ୍ତିଙ୍କ ଲାଗି ନିୟମ ରେ କୋହଳ କରାଯିବ।

ଏହି ସମୟ ରେ ପେଟ୍ରୋଲ ପମ୍ପ ଖୋଲା ରହିବ । ଏହି ସମୟ ରେ ବୟସ୍କ ବ୍ୟକ୍ତି,ରୋଗୀ ,ଗର୍ଭବତୀ ମହିଳା ଏବଂ ଛୋଟ ଶିଶୁ ମାନଙ୍କୁ ଘରୁ ବାହାରିବାକୁ ବାରଣ କରା ଯାଇଛି ।ସମସ୍ତ ଜନସାଧାରଙ୍କୁ ଆରୋଗ୍ୟ ସେତୁ ଆପ୍ସ ବ୍ୟବହାର କରିବାକୁ ପରାମର୍ଶ ଦିଆ ଯାଇଛି ।

ଏହି ସବୁ ଅଞ୍ଚଳ ରେ ସମ୍ପୃକ୍ତ ବି ଡି ଓ ,ତହସିଲଦାର ଏବଂ ଜିଲ୍ଲାପାଳ ମାନଙ୍କୁ ପରିଚାଳନା ପାଇଁ ଦାୟିତ୍ଵ ଦିଆ ଯାଇଛି । ସରକାର ଦ୍ଵାରା ପ୍ରଣଯନ ହୋଇଥିବା ଆଇନ କୁ ଅମାନ୍ୟ କଲେ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ଦଣ୍ଡ ବିଧାନ କରା ଯାଇଛି ।

ଜଗତସିଂହପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.