ଛତ୍ରପୁରର ବିଜେଡି କର୍ପୋରେଟର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କୁ ଆଶ୍ବସ୍ତି ମିଳିଛି। ହାଇକୋର୍ଟ ଏହି ମାମଲାରେ ଉଭୟଙ୍କୁ ଅନ୍ତରୀଣ ସୁରକ୍ଷା ଦେବା ସହ କେସ ଡାଏରୀ ଦାଖଲ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଥାନାରେ ହାଜର ହେବାକୁ ଉଭୟଙ୍କୁ ପୋଲିସ ପକ୍ଷରୁ ନୋଟିସ ଜାରି କରାଯାଇଥିଲା । ଏହାକୁ ସେମାନେ ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 19 ତାରିଖରେ ହେବ ବୋଲି ଆଡଭୋକେଟ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି । ଏହି ହତ୍ୟା ଘଟଣାରେ ଦୁଇ ବିଜେପି ନେତା ଅଭିଯୁକ୍ତକୁ ସୁରକ୍ଷା ଦେବାରେ ସାହାଯ୍ୟ କରିଥିବା ପୋଲିସ ଜାଣିବାକୁ ପାଇଥିଲା ।
Tags: highcourt, thesamikhsya