
ଭୁବନେଶ୍ବର: ମଧୁବାବୁ ପେନସନ ଯୋଜନାରେ ସାମିଲ ହେବେ ତୃତୀୟ ଲିଙ୍ଗୀ। ଏଣିକି କିନ୍ନରମାନଙ୍କୁ ମଧ୍ୟ ଏହି ଯୋଜନାରେ ପେନସନ ମିଳିବ । ଏହି ଯୋଜନାରେ 6 ହଜାର କିନ୍ନର ଉପକୃତ ହେବେ । ବୟସାନୁସାରେ କିନ୍ନରମାନେ 5 ଶହରୁ 9 ଶହ ଟଙ୍କା ପର୍ଯ୍ୟନ୍ତ ପେନସନ ପାଇବେ । ଏହି ଯୋଜନାରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ମିଳିଥିବା ନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା। ଉଭୟ ଅନଲାଇନ ଏବଂ ଅଫ ଲାଇନ ମାଧ୍ୟମରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଆବେଦନ କରାଯାଇ ପାରିବ। ମଧୁବାବୁ ପେନସନ ଯୋଜାନାରେ ହିତାଧିକାରୀଙ୍କୁ ମିଳିବ ଆଗୁଆ ଚାରି ମାସର ଟଙ୍କା। ଏହି ଯୋଜନାରେ ୪୮ ଲକ୍ଷ ହିତାଧିକାରୀ ଉପକୃତ ହୋଇପାରିବେ। ଏହାସହିତ ହିତାଧିକାରୀଙ୍କୁ ମିଳିବ ଅତିରିକ୍ତ ଏକ ହଜାର ଟଙ୍କାର ସହାୟତା।
Tags: ତୃତୀଯ ଲିଙ୍ଗୀ, ମଧୁବାବୁ ପେନସନ