Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଚଳିତ ମାସର ପ୍ରଥମ ସାପ୍ତାହିକ ସଟଡାଉନ, ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ବନ୍ଦ ରହିଛି ଦୋକାନ ବଜାର
ଆଜିର ଖବର

ଆଜି ଚଳିତ ମାସର ପ୍ରଥମ ସାପ୍ତାହିକ ସଟଡାଉନ, ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ବନ୍ଦ ରହିଛି ଦୋକାନ ବଜାର

July 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ୱର : ଚଳିତ ମାସର ସାପ୍ତାହିକ ସଟଡାଉନର ଆଜି ହେଉଛି ପ୍ରଥମ ଦିନ । ଆସନ୍ତାକାଲି ମଧ୍ୟ ରାଜ୍ୟର ଅଧିକାଂଶ ଜିଲ୍ଲା ସଟଡାଉନ ରହିବ । କରୋନା ଭାଇରସ ସଂକ୍ରମଣ ପାଇଁ ଲାଗୁ ହୋଇଥିବା ସାପ୍ତାହିକ ସଟଡାଉନ ସମୟରେ କୌଣସି ଦୋକାନ ବଜାର ଖୋଲିବ ନାହିଁ । ଏ ନେଇ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସଟଡାଉନ ନିୟମ ପାଳନ ପାଇଁ ଜଣାଇଛନ୍ତି ।

ଅନଲକ୍‌ 2.0ରେ ରାଜ୍ୟକୁ 2ଟି ଜୋନ ଭାବେ ବିଭକ୍ତ କରିଛନ୍ତି ରାଜ୍ୟ ସରକାର ।ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟ ସରକାର କରୋନା ସଂକ୍ରମଣ ଅଧିକ ଥିବା ଜିଲ୍ଲାକୁ ଜୋନ୍‌1ରେ ପର୍ଯ୍ୟାଭୁକ୍ତ କରି ସପ୍ତାହାନ୍ତ ସଟ୍‌ଡାଉନ୍‌ ପାଇଁ ଘୋଷଣା କରିଥିଲେ । ଏହି ଜୋନ-1ରେ ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ, ମୟୂରଭଂଜ, ଜଗତସିଂହପୁର, ବାଲେଶ୍ୱର, ଝାରସୁଗୁଡ଼ା, କେନ୍ଦୁଝର ଓ ଯାଜପୁର ଜିଲ୍ଲାକୁ ରଖାଯାଇଥିଲା । ଯେଉଁ ସବୁ ଜିଲ୍ଲାରେ 50ରୁ ଅଧିକ କରୋନା ସକ୍ରିୟ ମାମଲା ରହିଥିଲା, ସେହି ସମସ୍ତ ଜିଲ୍ଲାକୁ ଜୋନ୍‌ -1ରେ ରଖାଯାଇଥିଲା । ସେହିପରି ଅନ୍ୟ ବାକି ଜିଲ୍ଲାଗୁଡିକୁ ଜୋନ୍‌-2ରେ ରଖାଯାଇଥିଲା । କିନ୍ତୁ  ପରେ ନୟାଗଡ଼, ବରଗଡ଼ ଓ ବଲାଙ୍ଗୀର ଏଥିରେ ଯୋଡ଼ି ହୋଇଯାଇଥିଲା । ସେହିପରି ମାଳକାନଗିରି, ଅନୁଗୁଳ ଓ ନବରଙ୍ଗପୁର ଜିଲ୍ଲାର ଉମରକୋଟରେ ମଧ୍ୟ ସଟଡାଉନ ଆରମ୍ଭ ହୋଇଯାଇଛି। ଯେଉଁ ଜିଲ୍ଲା ଗୁଡ଼ିକରେ ସଟଡାଉନ ଘୋଷଣା ହୋଇଛି, ସେଠାରେ ଏବେ ସ୍ଥାନୀୟ ପ୍ରଶାସନ ସଟଡାଉନ ଘୋଷଣା କରିଛନ୍ତି । ସଟଡାଉନ ଘୋଷିତ ଜିଲ୍ଲା ଗୁଡ଼ିକରେ କେବଳ ଜରୁରୀକାଳନୀ ସେବା ମିଳିପାରିବ । ଡାକ୍ତରଖାନା, ପେଟ୍ରୋଲ ପମ୍ପ, ଗଣମାଧ୍ୟମର କାର୍ଯ୍ୟାଳୟ, ପୋଲିସ କାର୍ଯ୍ୟାଳୟ ଖୋଲିବ ।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ ସୁଦ୍ଧା କରୋନା ସଂକ୍ରମିତ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ରେକର୍ଡ ସଂଖ୍ୟକ 561ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ମୃତ୍ୟୁସଂଖ୍ୟା ବେଶ୍‌ ବଢିବାରେ ଲାଗିଛି । ଏବେସୁଦ୍ଧା ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 8000 ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 29ରେ ପହଞ୍ଚିଛି । ସେହିପରି ଅନ୍ୟ 8 ଜଣ କରୋନାରେ ଆକ୍ରାନ୍ତ ଥାଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

shotdown
Share. Facebook Twitter LinkedIn Email WhatsApp Copy Link

Related Posts

ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଉଦ୍‍ଯାପିତ, ଓଡ଼ିଶୀ ନୃତ୍ୟ ‘ଦୁର୍ଯ୍ୟୋଧନ’ ପରିବେଷଣ

September 10, 2025

ଟେକ୍ନୋ ଇଣ୍ଡିଆ ଗ୍ରୁପର କର୍ପୋରେଟ ଯୋଗାଯୋଗ ମୁଖ୍ୟଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ

September 10, 2025

ମହିଳାଙ୍କ ସୁରକ୍ଷାକୁ ନେଇ ଓଡିଶା ପୁଲିସ ପକ୍ଷରୁ ରାଜ୍ୟସ୍ତରୀୟ କର୍ମଶାଳା

September 10, 2025

ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା

September 10, 2025
Latest News

ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଉଦ୍‍ଯାପିତ, ଓଡ଼ିଶୀ ନୃତ୍ୟ ‘ଦୁର୍ଯ୍ୟୋଧନ’ ପରିବେଷଣ

September 10, 2025

ଟେକ୍ନୋ ଇଣ୍ଡିଆ ଗ୍ରୁପର କର୍ପୋରେଟ ଯୋଗାଯୋଗ ମୁଖ୍ୟଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ

September 10, 2025

ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଉଦୀୟମାନ ଧାବକ ଅନିମେଷ କୁଜୁରଙ୍କୁ କଲେ ପ୍ରଶଂସା, କହିଲେ… 

September 10, 2025

ମହିଳାଙ୍କ ସୁରକ୍ଷାକୁ ନେଇ ଓଡିଶା ପୁଲିସ ପକ୍ଷରୁ ରାଜ୍ୟସ୍ତରୀୟ କର୍ମଶାଳା

September 10, 2025

ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.