Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଚଳିତ ମାସର ପ୍ରଥମ ସାପ୍ତାହିକ ସଟଡାଉନ, ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ବନ୍ଦ ରହିଛି ଦୋକାନ ବଜାର
ଆଜିର ଖବର

ଆଜି ଚଳିତ ମାସର ପ୍ରଥମ ସାପ୍ତାହିକ ସଟଡାଉନ, ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ବନ୍ଦ ରହିଛି ଦୋକାନ ବଜାର

July 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ୱର : ଚଳିତ ମାସର ସାପ୍ତାହିକ ସଟଡାଉନର ଆଜି ହେଉଛି ପ୍ରଥମ ଦିନ । ଆସନ୍ତାକାଲି ମଧ୍ୟ ରାଜ୍ୟର ଅଧିକାଂଶ ଜିଲ୍ଲା ସଟଡାଉନ ରହିବ । କରୋନା ଭାଇରସ ସଂକ୍ରମଣ ପାଇଁ ଲାଗୁ ହୋଇଥିବା ସାପ୍ତାହିକ ସଟଡାଉନ ସମୟରେ କୌଣସି ଦୋକାନ ବଜାର ଖୋଲିବ ନାହିଁ । ଏ ନେଇ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସଟଡାଉନ ନିୟମ ପାଳନ ପାଇଁ ଜଣାଇଛନ୍ତି ।

ଅନଲକ୍‌ 2.0ରେ ରାଜ୍ୟକୁ 2ଟି ଜୋନ ଭାବେ ବିଭକ୍ତ କରିଛନ୍ତି ରାଜ୍ୟ ସରକାର ।ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟ ସରକାର କରୋନା ସଂକ୍ରମଣ ଅଧିକ ଥିବା ଜିଲ୍ଲାକୁ ଜୋନ୍‌1ରେ ପର୍ଯ୍ୟାଭୁକ୍ତ କରି ସପ୍ତାହାନ୍ତ ସଟ୍‌ଡାଉନ୍‌ ପାଇଁ ଘୋଷଣା କରିଥିଲେ । ଏହି ଜୋନ-1ରେ ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ, ମୟୂରଭଂଜ, ଜଗତସିଂହପୁର, ବାଲେଶ୍ୱର, ଝାରସୁଗୁଡ଼ା, କେନ୍ଦୁଝର ଓ ଯାଜପୁର ଜିଲ୍ଲାକୁ ରଖାଯାଇଥିଲା । ଯେଉଁ ସବୁ ଜିଲ୍ଲାରେ 50ରୁ ଅଧିକ କରୋନା ସକ୍ରିୟ ମାମଲା ରହିଥିଲା, ସେହି ସମସ୍ତ ଜିଲ୍ଲାକୁ ଜୋନ୍‌ -1ରେ ରଖାଯାଇଥିଲା । ସେହିପରି ଅନ୍ୟ ବାକି ଜିଲ୍ଲାଗୁଡିକୁ ଜୋନ୍‌-2ରେ ରଖାଯାଇଥିଲା । କିନ୍ତୁ  ପରେ ନୟାଗଡ଼, ବରଗଡ଼ ଓ ବଲାଙ୍ଗୀର ଏଥିରେ ଯୋଡ଼ି ହୋଇଯାଇଥିଲା । ସେହିପରି ମାଳକାନଗିରି, ଅନୁଗୁଳ ଓ ନବରଙ୍ଗପୁର ଜିଲ୍ଲାର ଉମରକୋଟରେ ମଧ୍ୟ ସଟଡାଉନ ଆରମ୍ଭ ହୋଇଯାଇଛି। ଯେଉଁ ଜିଲ୍ଲା ଗୁଡ଼ିକରେ ସଟଡାଉନ ଘୋଷଣା ହୋଇଛି, ସେଠାରେ ଏବେ ସ୍ଥାନୀୟ ପ୍ରଶାସନ ସଟଡାଉନ ଘୋଷଣା କରିଛନ୍ତି । ସଟଡାଉନ ଘୋଷିତ ଜିଲ୍ଲା ଗୁଡ଼ିକରେ କେବଳ ଜରୁରୀକାଳନୀ ସେବା ମିଳିପାରିବ । ଡାକ୍ତରଖାନା, ପେଟ୍ରୋଲ ପମ୍ପ, ଗଣମାଧ୍ୟମର କାର୍ଯ୍ୟାଳୟ, ପୋଲିସ କାର୍ଯ୍ୟାଳୟ ଖୋଲିବ ।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ ସୁଦ୍ଧା କରୋନା ସଂକ୍ରମିତ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ରେକର୍ଡ ସଂଖ୍ୟକ 561ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ମୃତ୍ୟୁସଂଖ୍ୟା ବେଶ୍‌ ବଢିବାରେ ଲାଗିଛି । ଏବେସୁଦ୍ଧା ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 8000 ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 29ରେ ପହଞ୍ଚିଛି । ସେହିପରି ଅନ୍ୟ 8 ଜଣ କରୋନାରେ ଆକ୍ରାନ୍ତ ଥାଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

shotdown
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.