Categories
ଆଜିର ଖବର ରାଜ୍ୟ ଖବର

ସପ୍ତାହେ ପାଇଁ ସଟ୍‌ଡାଉନ୍‌ ଘୋଷଣା ହେଲା ଓଡ଼ିଶାର ଏହି ସହର

ଝାରସୁଗୁଡା : କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ସହରକୁ ସାତ ଦିନ ଲାଗି ସଟଡାଉନ ଘୋଷଣା କରାଯାଇଛି। ଜିଲ୍ଲା ପ୍ରଶାସନ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତା 30 ତାରିଖ ଠାରୁ ସେପ୍ଟେମ୍ବର 5 ତାରିଖ ଯାଏଁ ସଟ୍‌ଡାଉନ ରହିବ । ତେବେ ସଟଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ 6ଟାରୁ 11ଟା ଯାଏଁ ଖୋଲା ରହିବ।

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଅଗଷ୍ଟ 27 ତାରିଖ ଯାଏଁ ଜିଲ୍ଲାରେ 1033 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 617 ଜଣ ସୁସ୍ଥ ହୋଇଛନ୍ତି। ଏବେସୁଦ୍ଧା 415 ଜଣ ଚିକିତ୍ସାଧୀନ ଅଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଚାରି ଦିନ ପାଇଁ ସଟ୍‌ଡାଉନ୍‌ ହେବ ଓଡ଼ିଶାର ଏହି ଜିଲ୍ଲା

ବଲାଙ୍ଗିର : ଓଡ଼ିଶାର ଏହି ଜିଲ୍ଲା 4 ଦିନ ପାଇଁ  ସଟ୍‌ଡାଉନ୍‌ ରହିବ ।  ‌ବଲାଙ୍ଗିର ଜିଲ୍ଲାକୁ ଆସନ୍ତା 4 ଦିନ ପାଇଁ ସଟ୍‌ଡାଉନ୍‌ କରାଯିବ ।  ଚାରି ଦିନ ସଟ୍‌ଡାଉନ୍‌ ହେବା ନେଇ ବଲାଙ୍ଗିର ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆସନ୍ତା 8 ତାରିଖରୁ 11 ତାରିଖ ଯାଏଁ ବଲାଙ୍ଗିର ଜିଲ୍‌ଲା ସଟ୍‌ଡାଉନ୍‌ ରହିବ ।

କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ସଟ୍‌ଡାଉନ୍‌ କରିବା ନେଇ ନିଷ୍‌ପତ୍ତି ନେଇଛି ।  ସଟ୍‌ଡାଉନ୍‌ ବେଳେ ଜିଲ୍ଲା ଭିତରେ ସମସ୍ତ ପରିବହନ କାର୍ଯ୍ୟ ବନ୍ଦ ରହିବ । ଏହି ସମୟରେ  ଦୋକାନ ବଜାର, ସରକାରୀ ଓ ଘରୋଇ ପ୍ରତିଷ୍ଠା ବନ୍ଦ ରହିବ। ମେଡିକାଲ, ଜଳ ଯୋଗାଣ, ପରିମଳ ପରି ଅତ୍ୟାବଶ୍ୟକ ସେବା ଚାଲୁ ରହିବ । ସେହିପରି ମାଲବାହୀ ଗାଡି, ନିର୍ମାଣ କାର୍ଯ୍ୟ ଓ ଶିଳ୍ପ ପ୍ରତିଷ୍ଠାନକୁ ଅନୁମତି ରହିଛି ।

Categories
ଆଞ୍ଚଳିକ

ସଂକ୍ରମଣ ରୋକିବା ପାଇଁ ସଟ୍‌ଡାଉନ୍‌: ବାଣପୁର ଓ ଚିଲିକାର ଏହି ସବୁ ଅଞ୍ଚଳକୁ କରାଗଲା ସଟ୍‌ଡାଉନ୍‌

ସୀତାରାମ ଅଗ୍ରଓ୍ବାଲ

ବାଣପୁର/ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଶେଷ କରି ବାଣପୁର-ଚିଲିକା ଅଞ୍ଚଳରେ ସ୍ଥାନୀୟ ସଂକ୍ରମଣ ମୁଣ୍ଡ ବ୍ୟାଥାର କାରଣ ପାଲଟିଛି। ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆଜି ବାଣପୁର ବ୍ଲକର ନନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଦନପୁର ଗ୍ରାମକୁ ସଟ୍‌ଡାଉନ୍‌ କରାଯାଇଛି। ନନ୍ଦପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ମମତା ପ୍ରଧାନ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଏହି ଗ୍ରାମକୁ ଆଜି ଅର୍ଥାତ୍‌ ୨୫ ତାରିଖ ମଧ୍ୟାହ୍ନ ୧୨ ଘଟିକାଠାରୁ ୨୮ ତାରିଖ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ କରିଛନ୍ତି।

ସେହିପରି ଆଜି ଚିଲିକା ବ୍ଲକ ଅନ୍ତର୍ଗତ ସାନ ନଈରୀ ଓ ବଡ଼ ନଈରୀ ଗ୍ରାମ ପଞ୍ଚାୟତରୁ ୩ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସାନ ନଈରୀ ପଞ୍ଚାୟତକୁ ଅବରୁଦ୍ଧ କ୍ଷେତ୍ର ଭାବରେ ଘୋଷଣା କରାଯାଇଛି। ଏହି ପଞ୍ଚାୟତର ସରପଞ୍ଚ ଶ୍ରାବଣୀ ଘଡେଇ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି  ସାନନଈରୀ ପଞ୍ଚାୟତକୁ ଆଜି ଅର୍ଥାତ୍‌ ୨୫ ତାରିଖ ୧୨ ଘଟିକାଠାରୁ ଆସନ୍ତା ୨୯ ତାରିଖ ରାତ୍ରି ୯ ଘଟିକା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି।

ଅନୁରୂପ ଭାବେ ନିମିକ୍ଷେତା ଗ୍ରାମ ପଞ୍ଚାୟତର ନିମିକ୍ଷେତା ଗାଁ ରୁ ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି। ସ୍ଥାନୀୟ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରିଛନ୍ତି ନିମିକ୍ଷେତା ସରପଞ୍ଚ ଅଞ୍ଜଳି ସ୍ଵାଇଁ। ସରପଞ୍ଚ ଶ୍ରୀମତୀ ସ୍ଵାଇଁ ଆଜି ସକାଳ ୬ ଟାରୁ ଆସନ୍ତା ୨୮ ତାରିଖ ସକାଳ ୬ ଟା ପର୍ଯ୍ୟନ୍ତ ନିମିକ୍ଷେତା ଗ୍ରାମକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି।

ଏହି ସଟ୍‌ଡାଉନ୍‌ ସମୟରେ କୌଣସି ବ୍ୟକ୍ତି ଗ୍ରାମ ପଞ୍ଚାୟତରୁ ବାହାରକୁ ଯାଇପାରିବେ ନାହିଁ କିମ୍ବା ବାହାରର କୌଣସି ବ୍ୟକ୍ତି ଗ୍ରାମ ପଞ୍ଚାୟତକୁ ପ୍ରବେଶ କରିପାରିବେ ନାହିଁ ବୋଲି ସୂଚନା ରହିଛି। ଏତଦ୍‌ବ୍ୟତୀତ ଏହି ସମୟରେ ଏହି ଅଞ୍ଚଳରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିବ। ସଟ୍‌ଡାଉନ୍‌ ନିୟମକୁ ଖିଲାପ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ରହିଛି।

 

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ସରକାରୀ ଡାକ୍ତରଖାନା ସଟ ଡ଼ାଉନ

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁରରେ କରୋନା ମହାମାରୀ ତାଣ୍ଡବ ମଚାଉଛି । ଦିନକୁ ଦିନ କରୋନା ଯୋଦ୍ଧା ଙ୍କ ସହ ଲୋକାଲ କେସ ବଢ଼ିବାରେ ଲାଗିଛି ।ଗତକାଲି ବାଣପୁର ମେଡିକାଲରୁ ପୁଣି ଜଣେ କରୋନା ଯୋଦ୍ଧା ଆକ୍ରାନ୍ତ ହେଲାପରେ ଜିଲ୍ଲା ପ୍ରଶାସନ ତରଫରୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦୁଇ ଦିନ ପାଇଁ ସଟ ଡ଼ାଉନ ଘୋଷଣା କରାଯାଇଅଛି ବୋଲି ଖୋର୍ଦ୍ଧା ସି.ଡ଼ି.ଏମ.ଓ ଡ଼ାଃ ବିଶ୍ୱରଞ୍ଜନ ପତି ସୂଚନା ଦେଇଛନ୍ତି ।

ଗତକାଲି ରାତିରୁ ଆସନ୍ତାକାଲି ରାତି ଅର୍ଥାତ ୨୩ ଜୁଲାଇ ସନ୍ଧ୍ୟା ରୁ ୨୫ ଜୁଲାଇ ରାତି ପର୍ଯ୍ୟନ୍ତ ବାଣପୁର ସରକାରୀ ହସ୍ପିଟାଲ ର ଅନ୍ତର୍ବିଭାଗ ଏବଂ ବହିର୍ବିଭାଗ ବନ୍ଦ ରହିବ କେବଳ କାଜୁଆଲିଟି ୱାର୍ଡ ଖୋଲା ରହିବ । ଉକ୍ତ ଦୁଇ ଦିନରେ ଆକ୍ରାନ୍ତଙ୍କ ସଂସ୍ପର୍ଶ ରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ, ସ୍ୱାବ ସଂଗ୍ରହ ଏବଂ ବିଶୋଧନ କାର୍ଯ୍ୟ କରାଯିବ l ଜନସାଧାରଣ ମାନେ ଯଥା ସମ୍ଭବ ଘରେ ରୁହନ୍ତୁ ଏବଂ ଟେଲି ମେଡ଼ିସିନ ସେବାର ଫାଇଦା ନିଅନ୍ତୁ ବୋଲି ସି.ଡ଼ି.ଏମ.ଓ ଅନୁରୋଧ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

22 ଦିନ ପାଇଁ ସଟ୍‌ଡାଉନ୍‌ ହେବ ପାରାଦ୍ଵୀପ ଆଇଓସିଏଲ୍

ରମେଶ ମହାନ୍ତି

ଜଗତସିଂହପୁର: 22 ଦିନ ପାଇଁ ସଟ୍‌ଡାଉନ୍‌ ହେବ ପାରାଦୀପ ଆଇଓସିଏଲ୍‌। ଜୁଲାଇ 25ରୁ ଅଗଷ୍ଟ 15 ତାରିଖ ଯାଏଁ ସଟ୍‌ଡାଉନ୍‌ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆଇଓସିଏଲ୍‌ ତୈଳ ବିଶୋଧାନାଗାର ସଟ୍‌ଡାଉନ୍‌ ନେଇ ଜିଲ୍ଲାପାଳ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ମେଣ୍ଟୋନାନ୍ସ କାର୍ଯ୍ୟ ପାଇଁ ସଟ୍‌ଡାଉନ୍‌ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। 2018 ମାର୍ଚ୍ଚ ପରଠାରୁ ଏଯାବତ୍‌ ମେଣ୍ଟେନାନ୍ସ ହୋଇନି। ଏବେ ମେଣ୍ଟେନାନ୍ସ କାର୍ଯ୍ୟ କରାଯିବ। ସମସ୍ତ ପ୍ରସ୍ତୁତି କରାଯାଇଛି। ଏହି ମେଣ୍ଟେନାନ୍ସ କାର୍ଯ୍ୟରେ ଆଇଓସିଏଲ୍‌ ଆଖପାଖ ଗାଁରେ 7 ଶହରୁ 8 ଶହ ଲୋକ ବି କାମ କରିବେ। ସଟ୍‌ଡାଉନ୍‌ ବେଳେ ଭିଡ ଏଡାଇବାକୁ ଆଇଓସିଏଲ୍‌ ପାଖରେ 144 ଲାଗିବ  ବୋଲି ସୂଚନା ରହିଛି।

ଆଇଓସିଏଲ୍‌ ସଟ୍‌ଡାଉନ୍‌ ସମୟରେ କରୋନା ଗାଇଡଲାଇନ୍‌ ପାଳନ ହେବା ସହ ସହଯୋଗ କରିବାକୁ ଜିଲ୍ଲାପାଳ ଆହ୍ବାନ କରିଛନ୍ତି। ଆଇଓସିଏଲ୍‌ରେ ରହିଥିବା ପ୍ରଫେସନାଲ୍‌ ଟେକ୍ନିକାଲ୍‌ ଇଞ୍ଜିନିୟରମାନଙ୍କର ସ୍ବାବ ଟେଷ୍ଟ କରାଯାଉଛି। ଜିଲ୍ଲା ପ୍ରଶାସନ ତରଫରୁ 2ଟି ଟିମ୍‌ ସ୍ବାବ୍‌ ସଂଗ୍ରହ କରୁଛନ୍ତି  ବୋଲି ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

କାଲିଠୁ କଟକରୁ ହଟିବ ସଟ୍‌ଡାଉନ୍‌

କଟକ : କଟକ ମହାନଗର ନିଗମ ଅଞ୍ଚଳରୁ ହଟିବ ସଟ୍‌ଡାଉନ୍‌ । ଏନେଇ ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସଟ୍‌ଡାଉନ୍‌ ହଟିବା ପରେ ଦୋକାନ ବଜାର ଖୋଲିବା ନେଇ ସିଏମ୍‌ସି ପକ୍ଷରୁ ଏକ ନୋଟିସ୍‌ ଜାରି କରାଯାଇଛି ।

କାଲିଠାରୁ ସକାଳ 5ଟାରୁ ସନ୍ଧ୍ୟା 6ଟା ଯାଏଁ ଦୋକାନ ବଜାର ଖୋଲା ରହିବ ବୋଲି ସୂଚନା ଦେଇଛି ସିଏମ୍‌ସି । ସେହିପରି ସନ୍ଧ୍ୟା 7ଟାରୁ ସକାଳ 5ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । ସରକାରୀ ଅଫିସ୍‌ଗୁଡିକ 50 ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲା ରହିବ ବୋଲି ସୂଚନା ରହିଛି । କୋଭିଡ୍‌ କଟକଣା ସର୍ତ୍ତ ସହ ସହରରେ ସପିଂ ମଲ୍‌ ଖୋଲିବ ବୋଲି ସୂଚନା ରହିଛି । ତେବେ ସହରରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ବଳବତ୍ତର ରହିବ ବୋଲି ସିଏମ୍‌ସି ତରଫରୁ ସୂଚନା ରହିଛି।

ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁଲାଇ 4 ତାରିଖରୁ କଟକ ସହରକୁ 8ତାରିଖ ଯାଏ ସଟ୍‌ଡାଉନ୍‌ ଘୋଷଣା କରିଥିଲା ସିଏମ୍‌ସି। ସହରରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ 10 ତାରିଖ ମଧ୍ୟରାତ୍ରୀ ସଟ୍‌ଡାଉନ୍ ଯାଏଁ ବୃଦ୍ଧି କରାଯାଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ରାଉରକେଲାରେ ବି ସପ୍ତାହାନ୍ତ ସଟ୍‌ଡାଉନ୍‌

ରାଉରକେଲା : ରାଉରକେଲା ସହରରେ ବି ହେବ ସପ୍ତାହାନ୍ତ ସଟ୍‌ଡାଉନ୍‌ । ଏହି ନିୟମ ଆସନ୍ତାକାଲିଠୁ ଜୁଲାଇ 31 ଯାଏଁ ଲାଗୁ ହେବ ବୋଲି ସୂଚନା ରହିଛି । ରାଉରେକଲା ସହ କଲୁଙ୍ଗା ଶିଳ୍ପାଞ୍ଚଳରେ ସଟ୍‌ଡାଉନ୍ କଟକଣା ଲାଗୁ ହେବ । ତେବେ ଏହି ସମୟେର ସଟ୍‌ଡାଉନ୍‌ରେ ଔଷଧ ଦୋକାନ ଓ ମେଡିକାଲ ସେବା ଉପଲବ୍ଧ ରହିବ । ସେହିପରି ଗ୍ରୋସରୀ ଦୋକାନ ଓ କ୍ଷୀର କାଉଣ୍ଟର ସକାଳ 6ରୁ ଦିନ 2ଟା ଯାଏଁ ଦୋକାନ ଖୋଲିବ ବୋଲି ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଳାପାଳ ନିଖିଲ ପଓ୍ବନ କଲ୍ୟାଣ ।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠୁ ଗଞ୍ଜାମ ସହରାଞ୍ଚଳରେ ସଟ୍‌ଡାଉନ୍‌

ବ୍ରହ୍ମପୁର: ଗଞ୍ଜାମରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜିଠୁ ଜୁଲାଇ 13 ଯାଏ ଗଞ୍ଜାମ ଜିଲ୍ଲା ସହରାଞ୍ଚଳରେ ସଟ୍‌ଡାଉନ୍‌ ଘୋଷଣା ହୋଇଛି।

ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜିଳିକାଟୁ ମ୍ୟୁନିସିପାଲଟି, ଜିଲ୍ଲାର ସମସ୍ତ ଏନଏସି,, ଜିଲ୍ଲାର 5ଟି ବ୍ଲକ୍ ହେଡ୍‌କ୍ୱାର୍ଟର- ଧରାକୋଟ, ସାନଖେମୁଣ୍ଡି, ଶେରଗ଼ଡ, ପାତ୍ରପୁର ଓ ଜଗନ୍ନାଥ ପ୍ରସାଦକୁ ସମ୍ପୂର୍ଣ୍ଣ ଭାବେ ସଟ୍‌ଡାଉନ୍‌ କରାଯାଇଛି। ଏହି ସମୟରେ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି 7ଲକ୍ଷରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବେ। ଏହି ସମୟରେ ସବୁ ଲୋକ ଘରେ ରହିବାକୁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଯଦି କୌଣସି ବ୍ୟକ୍ତିଙ୍କଠାରେ କରୋନା ଲକ୍ଷଣ ଦେଖାଯାଉଛି, ଏହାକୁ ନ ଲୁଚାଇବା ପାଇଁ ଲୋକମାନଙ୍କୁ ଗଞ୍ଜାମ ଜିଲ୍ଲାପାଳ ଅପିଲ୍‌ କରିଛନ୍ତି। ସର୍ଭେ ନିମନ୍ତେ 200 ଟିମ୍ ଗଠନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଚଳିତ ମାସର ପ୍ରଥମ ସାପ୍ତାହିକ ସଟଡାଉନ, ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ବନ୍ଦ ରହିଛି ଦୋକାନ ବଜାର

Categories
ଆଜିର ଖବର ରାଜ୍ୟ ଖବର

ସଟ୍‌ଡାଉନ୍‌ରେ ହୋମ୍‌ ଡେଲିଭରୀ କରିବ ଓମ୍‌ଫେଡ୍‌, ଜାଣନ୍ତୁ ରିଟେଲରଙ୍କ ଠିକଣା ସହ ଫୋନ୍‌ ନମ୍ବର

ଭୁବନେଶ୍ବର : ସପ୍ତାହର ଦୁଇ ଦିନ ଅର୍ଥାତ୍‌ ଶନିବାର ଓ ରବିବାର ଦିନ  ସଟ୍‌ଡାଉନ୍‌ ବେଳେ ଓମଫେଡ୍‌ ପ୍ରଡକ୍ଟ ବିକ୍ରି ନେଇ ସୂଚନା ରହିଛି। କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ରାଜ୍ୟ ସରକାର 11ଟି ଜିଲ୍ଲାରେ ଜୁନ୍‌ 30 ପର୍ଯ୍ୟନ୍ତ ସପ୍ତାହର ପ୍ରତ୍ୟେକ ଶନି-ରବି ଦୁଇ ଦିନିଆ ସଟ୍‌ ଡାଉନ୍‌ କରିବାର ଘୋଷଣା କରିଛନ୍ତି । ଏହି ସଟ୍‌ଡାଉନ୍‌ ବେଳେ ଓମ୍‌ଫେଡ୍‌ କରିବ ହୋମ୍‌ ଡେଲିଭରି। ସଟ୍‌ଡାଉନ୍‌ ବେଳେ କିଏ ଓମଫେଡ୍‌ ପ୍ରଡକ୍ଟ ବିକିବେ ସେନେଇ ତାଲିକା ପ୍ରକାଶ ପାଇଛି । ଭୁବନେଶ୍ବରରେ 26ଟି ରିଟେଲରଙ୍କ ଠିକଣା ସହ ମୋବାଇଲ ନମ୍ବର ଜାରି ରହିଛି। କେବଳ ତାଲିକାରେ ସ୍ଥାନିତ ରିଟେଲର୍‌‌ ଓମଫେଡ୍‌ ଉତ୍ପାଦ ବିକ୍ରି କରିପାରିବେ ବୋଲି ସୂଚନା ରହିଛି ।

11ଟି ସହରର 23 ଜଣ ଏଜେଣ୍ଟଙ୍କ ତାଲିକା ଦେଇଛି ପଶୁ ସଂପଦ ବିଭାଗ । ସକାଳ ୮ଟାରୁ 11ଟା ସୁଦ୍ଧା ସର୍ବନିମ୍ନ 150 ଟଙ୍କାର ଅର୍ଡର ଦେବାକୁ ହେବ, ସେହିଦିନ ସଂଧ୍ୟା 6ଟା ସୁଦ୍ଧା ସଂପୃକ୍ତ ଏଜେଣ୍ଟ ଘରେ ସାମଗ୍ରୀ ପହଞ୍ଚାଇବେ ବୋଲି ସୂଚନା ରହିଛି ।

ଭୁବନେଶ୍ବରର 26 ରିଟେଲର୍‌ଙ୍କ ତାଲିକା :

 

Categories
ଆଜିର ଖବର ରାଜ୍ୟ ଖବର

ଆଜିଠୁ 11ଟି ଜିଲ୍ଲାରେ 48 ଘଣ୍ଟିଆ ସଟ୍‌ଡାଉନ୍‌

ଭୁବନେଶ୍ବର : କରେନା ସଂକ୍ରମଣ ରୋକିବାକୁ ଆଜି କାଲି ଦୁଇ ଦିନ ଧରି 11 ଜିଲ୍ଲାରେ ସଟ୍‌ଡାଉନ୍‌ ଜାରି କରାଯାଇଛି । ଏହି ସଟ୍‌ଡାଉନ୍‌କୁ କଡାକଡି ପାଳନ ପାଇଁ ପୋଲିସ୍‌ ପକ୍ଷରୁ ବ୍ୟାପକ ପାଟ୍ରୋଲିଂ ଓ ଚେକିଂ ମଧ୍ୟ କରାଯାଉଛି । ତେବେ ସ୍ବାସ୍ଥ୍ୟ ଓ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଯା‘ଆସ ପାଇଁ ଅନୁମତି ମିଳିଛି । ତେବେ ଏହି 48 ଘଣ୍ଟିଆ ସଟ୍‌ଡାଉନ୍‌ରେ ‘ମୋ ବସ୍‌’ ଚଳାଚଳ ବନ୍ଦ ରହିବ । ସେହିପରି ପୋଲିସ୍ ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଜମାଟୋ, ସ୍ବିଗି ଭଳି ହୋମ୍‌ ଡେଲିଭରୀକୁ ଅନୁମତି ରହିଥିବାବେଳେ ଲୋକମାନେ ପାସ୍‌ ଦେଖାଇ ଯା’ ଆସ କରିପାରିବାର ଅନୁମତି ରହିଛି ।

ଦୁଇ ଦିନିଆ ସଟ୍‌ଡାଉନ୍‌ ହୋଇଥିବା  ଜିଲ୍ଲାଗୁଡିକ ମଧ୍ୟରେ ରହିଛି – ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗୀର । ଏହି ସମସ୍ତ ଜିଲ୍ଲାରେ ଜୁନ୍‌ 30 ଯାଏଁ ପ୍ରତି ଶନିବାର ଓ ରବିବାର ସଟ୍‌ଡାଉନ୍‌ ରହିବ। ଏହି ସଟ୍‌ଡାଉନ୍‌ ବେଳେ କେବଳ ଜରୁରୀ ସେବା ମିଳି ପାରିବ। ଆଉ ସବୁ ବନ୍ଦ ରହିବ। ଜରୁରୀ ସେବାରେ ନିୟୋଜିତ କର୍ମଚାରୀମାନେ ନିଜ ପରିଚୟପତ୍ର ଦେଖାଇ ଯିବା ଆସିବା କରିପାରିବେ ବୋଲି ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ସଟ୍‌ଡାଉନ୍‌ ସମୟରେ ସହଯୋଗ କରିବା ପାଇଁ ଅପିଲ୍‌ କଲେ ରାଜ୍ୟ ସରକାର

ଭୁବନେଶ୍ବର : ସଟଡାଉନ୍‌ରେ ସହଯୋଗ ପାଇଁ ଅପିଲ୍‌ କଲେ ରାଜ୍ୟସରକାର । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ ଯୋଗେ ଲୋକଙ୍କୁ ଅପିଲ୍‌ କରାଯାଇଛି । ସଟ୍‌ ଡାଉନ୍‌ରେ ସମସ୍ତ ଅଫିସ୍‌, ଦୋକାନ ବନ୍ଦ ରହିବ। ପୂର୍ବରୁ ମିଳିଥିବା ପାସ୍‌ ସବୁ ରଦ୍ଦ କରାଯିବ, ଆବଶ୍ୟକ ହେଲେ ସାନି ପାସ୍‌ ଦିଆଯିବ । ଆଜି ରାଜ୍ୟର ତିନୋଟି ଜିଲ୍ଲାକୁ ସଟଡାଉନ୍‌ର ଘୋଷଣା କରାଯାଇଛି । ଯାଜପୁର, ଭଦ୍ରକ, ବାଲେଶ୍ବର ଜିଲ୍ଲାରେ 60 ଘଣ୍ଟା ପାଇଁ ସଟଡାଉନ୍‌ର ଘୋଷଣା ଯାଇଛି । ଏହି ତିନୋଟି ସ୍ଥାନରେ କରୋନା ଆକ୍ରାନ୍ତ ବଢୁଥିବାରୁ ରାଜ୍ୟ ସରକାର ଦୃଢ ପଦକ୍ଷେପ ନେଇଛନ୍ତି । ସୂଚନାଯୋଗ୍ୟ ଗତ 5  ଦିନ ମଧ୍ୟରେ ଏହି ତିନୋଟି ଅଞ୍ଚଳରୁ 28ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ରାଜ୍ୟର ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 89ରେ ପହଞ୍ଚିଛି ।

Categories
ଆଜିର ଖବର ରାଜ୍ୟ ଖବର

ଯାଜପୁର, ଭଦ୍ରକ ଓ ବାଲେଶ୍ବର ସମ୍ପୂର୍ଣ୍ଣ ସଟ୍‌ ଡାଉନ୍‌ ଘୋଷଣା

ଭୁବନେଶ୍ବର: କରୋନା ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ବଡ ଘୋଷଣା କରିଛନ୍ତି।  ଭଦ୍ରକ, ବାଲେଶ୍ବର, ଯାଜପୁରରେ କରୋନା ସ୍ଥିତି ଚିନ୍ତାଜନକ ରହିଥିବାରୁ ଆଜି ମୁଖ୍ୟ ଶାସନ ସଚିବ ଏହି ତିନୋଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ର ଘୋଷଣା କରିଛନ୍ତି। ଏହି ତିନୋଟି ଜିଲ୍ଲାକୁ ୬୦ ଘଣ୍ଟା ପାଇଁ ସଟ୍‌ ଡାଉନ୍‌ର ଘୋଷଣା କରାଯାଇଛି। ଆଜି ରାତ୍ରି ୧୦ ଟାରୁ ୨୬ ତାରିଖ ସକାଳ ୧୦ ଟା ଯାଏଁ ସମ୍ପୂର୍ଣ୍ଣ ସଟ୍‌ ଡାଉନ୍‌ର ଘୋଷଣା କରାଯାଇଛି।

ଏହି ସଟ୍‌ ଡାଉନ୍‌ ପାଇଁ ଦୋକାନ ବଜାର ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ। ପୂର୍ବରୁ ଥରେ ଭଦ୍ରକ ସଟ୍‌ ଡାଉନ୍‌ ହୋଇଥିଲା।୫ ଦିନରେ ଏହି ତିନୋଟି ଜିଲ୍ଲାରୁ ୨୮ଟି ପଜିଟିଭ୍‌ ମିଳିଥିବାରୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଟ୍‌ ଡାଉନ୍‌ର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ପଶ୍ଚିମବଙ୍ଗ ଲିଙ୍କ୍‌ ଚିନ୍ତା ବଢାଉଥିବାବେଳେ ଦରକାର ପଡ଼ିଲେ ସମ୍ପୂର୍ଣ୍ଣ ସୀମା ସିଲ୍‌ ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ସଟ୍‌ ଡାଉନ୍‌ ବେଳେ କଣ୍ଟାକ୍ଟ ଟ୍ରେସିଂ ବ୍ୟାପକ କରାଯିବ ବୋଲି ସୂଚନା ଦେଇଛନ୍ତି  ମୁଖ୍ୟଶାସନ ସଚିବ।

ଆଜି ରାଜ୍ୟରେ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍‌ ସଂଖ୍ୟା ୮୯କୁ ବୃଦ୍ଧି ହୋଇଛି। ଏହି ଛଅ ଜଣଙ୍କ ମଧ୍ୟରୁ ୪ ଜଣ ଯାଜପୁରର ହୋଇଥିବାବେଳେ ବାଲେଶ୍ବରର ଦୁଇଜଣ ରହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁନ୍ଦରଗଡର ବିଶ୍ରାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା: ୪୮ ଘଣ୍ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌

ସୁନ୍ଦରଗଡ: ସୁନ୍ଦରଗଡରୁ ଗତକାଲି ଦୁଇ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରତିଶେଧକ ମୂଳକ ପଦକ୍ଷେପ ଅନୁଯାୟୀ ବିଶ୍ରା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବରେ ଘୋଷଣା କରାଯାଇଛି। ଗତକାଲି ଦୁଇ ଜଣ କରୋନା ଆକ୍ରାନ୍ତ ବିଶ୍ରା ଅଞ୍ଚଳରୁ ଠାବ ହେବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବରେ ଘୋଷଣା କରାଯିବା ସହିତ ସ୍ଥାନୀୟ ବାସିନ୍ଦାଙ୍କ ଘରୁ ବାହାରିବା ଉପରେ ୪୮ ଘଣ୍ଟା ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। ଉକ୍ତ ଅଞ୍ଚଳରେ ୧୫ଶହ ଘର ରହିଥିବା ବେଳେ ଘର ଘର ବୁଲି କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ସୁନ୍ଦରଗଡ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ରାତ୍ରି 8ଟାରେ ତିନୋଟି ସହରରୁ ଶେଷ ହେବ ସଟ୍‌ ଡାଉନ୍‌ : ମୁଖ୍ୟ ଶାସନ ସଚିବ

କରୋନା ସ୍ଥିତିକୁ ନେଇ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଆଜି  ଜରୁରୀ ଘୋଷଣା କରିଛନ୍ତି । ଆଜି ରାତ୍ରି 8ଟାରେ 48 ଘଣ୍ଟିଆା ସଟ୍‌ ଡାଉନ୍‌ ସରିବା ନେଇ ଘୋଷଣା କରାଯାଇଛି। ଭୁବନେଶ୍ବର, କଟକ, ଭଦ୍ରକରେ ଆଜି ରାତ୍ରି 8ଟାରେ ସରିବ ବୋଲି କହିଛନ୍ତି। ସଟ୍‌ ଡାଉନ୍‌ ସରିବା ପରେ ଦୋକାନରେ ଗହଳି ନ କରିବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ। ସେହିପରି ସାମାଜିକ ଦୂରତ୍ବ ରଖିବା ନେଇ ଗୁରୁତ୍ବ ଦେବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ। ସଟ୍‌ ଡାଉନ୍‌ ସରିବା ପରେ ପୂର୍ବବର୍ତ୍ତ ଲକ୍‌ ଡାଉନ୍‌ ଜାରି ରହିବ। ତେବେ ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।  ସଟ୍‌ ଡାଉନ୍‌ ଜରିଆରେ ଗୋଷ୍ଠୀ ସଂକ୍ରମଣ ସମ୍ପର୍କରେ ଅନୁସନ୍ଧାନ କରାଯାଇଥିଲା  ଆଗାମୀ  7ରୁ 10 ଦିନ ଆମ ପାଇଁ ବିଶେଷ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ଏହି ସମୟରେ ଆମେ ସତର୍କ ରହିବା  ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ସଟ୍‌ ଡାଉନ୍‌କୁ ଶତ ପ୍ରତିଶତ ସଫଳ କରାଯାଇଥିବାରୁ ଜନସାଧାରଣ ଓ ପୋଲିସ୍‌ କର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

Categories
ଆଜିର ଖବର ରାଜ୍ୟ ଖବର

ଦଶ ଦିନ ପାଇଁ ସଟ୍‌ ଡାଉନ୍‌ ହେଲା ଦାନଗହିର ଗ୍ରାମ

ସମୀକ୍ଷା ବ୍ୟୁରୋ

ପୁରୀ : ଦାନଗହିରକୁ ଦଶ ଦିନ ପାଇଁ ସଟ୍‌ ଡାଉନ୍‌ ଘୋଷଣା କରାଗଲା । ପୁରୀ ଜିଲ୍ଲା ପିପିଲି ବ୍ଲକ ଦାନଗହିର ଗ୍ରାମକୁ ସଟ୍‌ ଡାଉନ୍‌ର ଘୋଷଣା କରାଯାଇଛି। ଏହି ଗ୍ରାମକୁ 10 ଦିନ ପାଇଁ ସଟ୍‌ ଡାଉନ୍‌ର ଘୋଷଣା କରାଯାଇଛି ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ। ଗତକାଲି ପୁରୀ ଜିଲ୍ଲାର କରୋନା ଆକ୍ରାନ୍ତ ଚିହ୍ନଟ ହେଲା ପରେ ପିପିଲି ଥାନା ଅନ୍ତର୍ଗତ ଦାନଗହିର ଗାଁକୁ ଆଜି ଜିଲ୍ଲା ପ୍ରଶାସନ ସିଲ୍ କରିଥିବା ଜଣାଯାଇଛି। ଏହାଛଡ଼ା ଏହି ଗାଁକୁ ୧୦ ଦିନ ଲାଗି ଅର୍ଥାତ୍ ୧୪ ତାରିଖ ଯାଏଁ ସଟଡାଉନ୍ ଘୋଷଣା କରାଯାଇଛି। ଆଜି ସକାଳ ୭ଟାରୁ୧୪ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି ବନ୍ଦ ରହିବ। ଏହା ଭିତରେ ରହୁଥିବା କୌଣସି ବାସିନ୍ଦା ବାହାରକୁ ଯିବେ ନାହିଁ। ଉପଜିଲ୍ଲାପାଳ ବିଭିନ୍ନ ଦଳ ମାଧ୍ୟମରେ ଅତ୍ୟାବଶ୍ୟକ ତଥା ଚିକିତ୍ସା ଆବଶ୍ୟକତା ଯୋଗାଣ ବ୍ୟବସ୍ଥା କରିବେ।

Categories
ଆଜିର ଖବର ରାଜ୍ୟ ଖବର

ନିୟମ ଭାଙ୍ଗି କ୍ବାରେଣ୍ଟାଇନ୍‌କୁ ଗଲେ 45ଜଣ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଗତକାଲି ରାତ୍ରି 8ଟାରୁ ଭୁବନେଶ୍ବର, କଟକ, ଭଦ୍ରକଠାରେ 48 ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସଟ୍‌ ଡାଉନ୍‌କୁ ଉଲ୍ଲଂଘନ କଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସୂଚନା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଭୁବନେଶ୍ବରରେ 45 ଜଣଙ୍କୁ ବାଧ୍ୟତାମୂଳକ କ୍ବାରେଣ୍ଟାଇନ୍‌ରେ ପଠାଯାଇଛି । ସଟ୍‌ ଡାଉନ୍‌ ସମୟରେ ବାହାରେ ବୁଲିବା ଏମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।  ନିୟମ ଭାଙ୍ଗି ଅଭିଯୋଗରେ ଆଉ 64 ଜଣଙ୍କୁ ଅଟକ ରଖାଯାଇଛି । ସେହିପରି ଗଳି ରାସ୍ତା, ବସ୍ତି ପାଇଁ ମଧ୍ୟ କଟକଣା ଲାଗୁ କରାଯାଇଛି । ରାଜ୍ୟରେ ଗତକାଲି 48 ଘଣ୍ଟିଆ ସଟ୍‌ ଡାଉନ୍‌ର ଘୋଷଣା କରାଯାଇଥିଲା । ଗତକାଲି ରାତ୍ରି 8ଟାରୁ ରବିବାର ରାତ୍ରି 8 ଘଟିକା ପର୍ଯ୍ୟନ୍ତ  ସଟ୍‌ ଡାଉନ୍‌ର ଘୋଷଣା ହୋଇଛି। ଓଡ଼ିଶାରେ ସର୍ବମୋଟ 20ଜଣ ଆକ୍ରାନ୍ତ ଚିହ୍ନଟ କରାଯାଇଥିବାବେଳେ ଭୁବନେଶ୍ବରରୁ 10 ଜଣ ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ସଟ୍‌ ଡାଉନ୍‌ ଉଲ୍ଲଂଘନ କରି ଧରାପଡ଼ିଲେ 9ଜଣ

ସମୀକ୍ଷା ବ୍ୟୁରୋ

ଭଦ୍ରକ : ଭଦ୍ରକରେ ସଟ୍‌ ଡାଉନ୍‌ ଉଲ୍ଲଂଘନ କରି ଧରାପଡ଼ିଲେ 9 ଜଣ । ଏହି ସମସ୍ତଙ୍କୁ14 ଦିନ ପାଇଁ ଇନ୍‌ଷ୍‌ଟିଚୁ୍ୟସନାଲ୍‌ କ୍ବାରେଣ୍ଟାଇନକୁ ପଠାଯାଇଛି । ସଟ୍‌ ଡାଉନ୍‌ ସମୟରେ ବାହାରେ ବୁଲୁଥିବାରୁ ଏହି 9ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ନେଇ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଭଦ୍ରକରୁ ଚତୁର୍ଥ କରୋନା ସଂକ୍ରମିତଙ୍କ ସୂଚନା ମିଳିଥିଲେ । ସମ୍ପୃକ୍ତ ବ୍ୟକ୍ତି ଜଣକ ଭଦ୍ରକ ପୁରୁଣା ବଜାର ଅଂଚଳର ବୋଲି ଚିହ୍ନଟ ହୋଇଥିଲେ । ଅନ୍ୟପଟେ ଚତୁର୍ଥ କରୋନା ଆକ୍ରାନ୍ତଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ କ୍ୱାରାଂଟାଇନରେ ରଖାଯାଇଛି । ଯୁବକ ଜଣଙ୍କ ଦୁବାଇରୁ ଫେରିବା ପରେ ୧୪ ଦିନ ଧରି ଭଦ୍ରକରେ ରହିଥିଲେ । ଗତକାଲି ରାତ୍ରି 8ଟାରୁ ଭଦ୍ରକ, କଟକ ଓ ଭୁବନେଶ୍ବରୁ 48ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟ୍‌ ଡାଉନ କରାଯାଇଛି । ଏହି ସମୟରେ କେବଳ କିଛି ଔଷଧ ଦୋକାନକୁ ଛାଡି ଦେଲେ ଅନ୍ୟ ସବୁ ବନ୍ଦ ରହିଛି । ଏପରିକି ଏପରି ସମୟରେ ଡାକ୍ତରଙ୍କ ସହ ଫୋନ୍‌ରେ ପରାମର୍ଶ ନେବାକୁ କୁହାଯାଇଛି । ଅତି ଜରୁରୀ ହେଲେ ଡାକ୍ତରଙ୍କ ନିର୍ଦ୍ଦେଶକ୍ରମେ ଆମ୍ବୁଲାନ୍ସରେ ହସ୍ପିଟାଲ ଯିବା ପାଇଁ ପୋଲିସ୍‌ ସହଯୋଗ କରିବ । ଏହି ସମୟରେ ସଟ୍‌ ଡାଉନ୍‌ କରାଯାଇଥିବା ଅଞ୍ଚଳ ଭିତରକୁ ଗାଡିଯାଇପାରିବ ନାହିଁ କିମ୍ବା ବାହାରକୁ ଯାଇପାରିବ ନାହିଁ ।

Categories
ବିଶେଷ ଖବର ରାଜ୍ୟ ଖବର

ଆଗାମୀ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟ୍‌ ଡାଉନ୍‌ ହେବ ଭୁବନେଶ୍ବର ଓ ଭଦ୍ରକ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ଦେଶରେ କରୋନା ସ୍ଥିତି ଗମ୍ଭୀର ରହିଥିବାବେଳେ ରାଜ୍ୟରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ବଢିଛି। ଆଜି ଏନେଇ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ଆଜି ରାତି ୮ଟାରୁ ରବିବାର ଦିନ ରାତ୍ରି ୮ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟ୍‌ ଡାଉନ୍‌ ରହିବ ଭୁବନେଶ୍ବର। ପଞ୍ଚମ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏପରି ଏକ ନିଷ୍ପତ୍ତି ନେଇଛନ୍ତି। ପଞ୍ଚମ କରୋନା ରୋଗୀଙ୍କ କୌଣସି ଟ୍ରାଭେଲ୍‌ ହିଷ୍ଟ୍ରି ନଥିବା ସତ୍ତ୍ବେ ସେ କରୋନା ସଂକ୍ରମିତ ହେବା ପରେ ଏହା ଏବେ ଓଡ଼ିଶା ପାଇଁ ଚ୍ୟାଲେଞ୍ଜ ପାଲଟି ଯାଇଛି। କେବଳ ଭୁବନେଶ୍ବର ନୁହେଁ ଭଦ୍ରକରେ ମଧ୍ୟ ସମ୍ପୂର୍ଣ୍ଣ ୪୮ଘଣ୍ଟା ପାଇଁ ସମ୍ପୂର୍ଣ୍ଣ  ଡାଉନ୍‌ କରାଯିବ। ଏହି ସଟ୍‌ ଡାଉନ୍‌ କାଳରେ ସମସ୍ତ ପୁରୁଣା ପାସ୍‌ ବନ୍ଦ ରହିବ। ଏନେଇ ଆଜି ପ୍ରେସ ମିଟ୍‌ରେ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ। ଏହି ସମୟରେ କ୍ଷୀର, ଫଳ, ଗ୍ରୋସରୀ, ମାଛ, ଅଣ୍ଡା, ମାଂସ ଦୋକାନ ଆଦି ବନ୍ଦ ରହିବ। ସେହିପରି କମ୍‌ ସଂଖ୍ୟକ ଔଷଧ ଦୋକାନ ଖୋଲା ରହିବ। ପଞ୍ଚମ ରୋଗୀଙ୍କ ବିଲକ୍ଷଣ ନେଇ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

ସେହିପରି ଏହି ସଟ୍‌ ଡାଉନ୍‌ କାଳରେ ଯିଏ ଘର ବାହାରେ ବୁଲିବ ପୋଲିସ୍‌ ତାକୁ ଉଠାଇନେବ ବୋଲି ସୂଚନା ରହିଛି। ସେମାନଙ୍କୁ ଉଠାଇ ନିଆଯାଇ ୧୪ ଦିନ କ୍ବାରେଣ୍ଟାଇନ୍‌ରେ ରଖାଯିବ। ସଟ୍‌ ଡାଉନ୍‌କୁ ଏକପ୍ରକାର କର୍ଫ୍ୟୁ ବୋଲି କହିଛନ୍ତି ଡିସିପି ଅଭୟ। ସେହିପରି ଯିଏ ଏହି ସଟ୍‌ ଡାଉନ୍‌କୁ ଉଲ୍ଳଂଘନ କରିବ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ସହିତ ଜରିମାନା ମଧ୍ୟ ଆଦାୟ କରାଯିବ। ସେହିପରି ସଟ୍‌ ଡାଉନ୍‌ ସମୟରେ ଜରୁରୀ ସେବା ପାଇଁ ଜରୁରୀ ପାସ୍‌ ଯୋଗାଇ ଦିଆଯିବ ବୋଲି ସୂଚନା ରହିଛି।

ତେବେ ଆଜି ଓଡ଼ିଶାର ପ୍ରଥମ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ପୂର୍ବରୁ ଦ୍ବିତୀୟ କରୋନା ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ରାଜ୍ୟରେ ତିନି ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି।