ଆଜି ରାତ୍ରି 8ଟାରେ ତିନୋଟି ସହରରୁ ଶେଷ ହେବ ସଟ୍‌ ଡାଉନ୍‌ : ମୁଖ୍ୟ ଶାସନ ସଚିବ

Published: Apr 5, 2020, 12:49 pm IST

କରୋନା ସ୍ଥିତିକୁ ନେଇ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଆଜି  ଜରୁରୀ ଘୋଷଣା କରିଛନ୍ତି । ଆଜି ରାତ୍ରି 8ଟାରେ 48 ଘଣ୍ଟିଆା ସଟ୍‌ ଡାଉନ୍‌ ସରିବା ନେଇ ଘୋଷଣା କରାଯାଇଛି। ଭୁବନେଶ୍ବର, କଟକ, ଭଦ୍ରକରେ ଆଜି ରାତ୍ରି 8ଟାରେ ସରିବ ବୋଲି କହିଛନ୍ତି। ସଟ୍‌ ଡାଉନ୍‌ ସରିବା ପରେ ଦୋକାନରେ ଗହଳି ନ କରିବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ। ସେହିପରି ସାମାଜିକ ଦୂରତ୍ବ ରଖିବା ନେଇ ଗୁରୁତ୍ବ ଦେବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ। ସଟ୍‌ ଡାଉନ୍‌ ସରିବା ପରେ ପୂର୍ବବର୍ତ୍ତ ଲକ୍‌ ଡାଉନ୍‌ ଜାରି ରହିବ। ତେବେ ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।  ସଟ୍‌ ଡାଉନ୍‌ ଜରିଆରେ ଗୋଷ୍ଠୀ ସଂକ୍ରମଣ ସମ୍ପର୍କରେ ଅନୁସନ୍ଧାନ କରାଯାଇଥିଲା  ଆଗାମୀ  7ରୁ 10 ଦିନ ଆମ ପାଇଁ ବିଶେଷ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ଏହି ସମୟରେ ଆମେ ସତର୍କ ରହିବା  ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ସଟ୍‌ ଡାଉନ୍‌କୁ ଶତ ପ୍ରତିଶତ ସଫଳ କରାଯାଇଥିବାରୁ ଜନସାଧାରଣ ଓ ପୋଲିସ୍‌ କର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

Related posts