Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସଂକ୍ରମଣ ରୋକିବା ପାଇଁ ସଟ୍‌ଡାଉନ୍‌: ବାଣପୁର ଓ ଚିଲିକାର ଏହି ସବୁ ଅଞ୍ଚଳକୁ କରାଗଲା ସଟ୍‌ଡାଉନ୍‌
ଆଞ୍ଚଳିକ

ସଂକ୍ରମଣ ରୋକିବା ପାଇଁ ସଟ୍‌ଡାଉନ୍‌: ବାଣପୁର ଓ ଚିଲିକାର ଏହି ସବୁ ଅଞ୍ଚଳକୁ କରାଗଲା ସଟ୍‌ଡାଉନ୍‌

July 25, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର/ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଶେଷ କରି ବାଣପୁର-ଚିଲିକା ଅଞ୍ଚଳରେ ସ୍ଥାନୀୟ ସଂକ୍ରମଣ ମୁଣ୍ଡ ବ୍ୟାଥାର କାରଣ ପାଲଟିଛି। ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆଜି ବାଣପୁର ବ୍ଲକର ନନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଦନପୁର ଗ୍ରାମକୁ ସଟ୍‌ଡାଉନ୍‌ କରାଯାଇଛି। ନନ୍ଦପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ମମତା ପ୍ରଧାନ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଏହି ଗ୍ରାମକୁ ଆଜି ଅର୍ଥାତ୍‌ ୨୫ ତାରିଖ ମଧ୍ୟାହ୍ନ ୧୨ ଘଟିକାଠାରୁ ୨୮ ତାରିଖ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ କରିଛନ୍ତି।

ସେହିପରି ଆଜି ଚିଲିକା ବ୍ଲକ ଅନ୍ତର୍ଗତ ସାନ ନଈରୀ ଓ ବଡ଼ ନଈରୀ ଗ୍ରାମ ପଞ୍ଚାୟତରୁ ୩ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସାନ ନଈରୀ ପଞ୍ଚାୟତକୁ ଅବରୁଦ୍ଧ କ୍ଷେତ୍ର ଭାବରେ ଘୋଷଣା କରାଯାଇଛି। ଏହି ପଞ୍ଚାୟତର ସରପଞ୍ଚ ଶ୍ରାବଣୀ ଘଡେଇ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି  ସାନନଈରୀ ପଞ୍ଚାୟତକୁ ଆଜି ଅର୍ଥାତ୍‌ ୨୫ ତାରିଖ ୧୨ ଘଟିକାଠାରୁ ଆସନ୍ତା ୨୯ ତାରିଖ ରାତ୍ରି ୯ ଘଟିକା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି।

ଅନୁରୂପ ଭାବେ ନିମିକ୍ଷେତା ଗ୍ରାମ ପଞ୍ଚାୟତର ନିମିକ୍ଷେତା ଗାଁ ରୁ ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି। ସ୍ଥାନୀୟ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରିଛନ୍ତି ନିମିକ୍ଷେତା ସରପଞ୍ଚ ଅଞ୍ଜଳି ସ୍ଵାଇଁ। ସରପଞ୍ଚ ଶ୍ରୀମତୀ ସ୍ଵାଇଁ ଆଜି ସକାଳ ୬ ଟାରୁ ଆସନ୍ତା ୨୮ ତାରିଖ ସକାଳ ୬ ଟା ପର୍ଯ୍ୟନ୍ତ ନିମିକ୍ଷେତା ଗ୍ରାମକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି।

ଏହି ସଟ୍‌ଡାଉନ୍‌ ସମୟରେ କୌଣସି ବ୍ୟକ୍ତି ଗ୍ରାମ ପଞ୍ଚାୟତରୁ ବାହାରକୁ ଯାଇପାରିବେ ନାହିଁ କିମ୍ବା ବାହାରର କୌଣସି ବ୍ୟକ୍ତି ଗ୍ରାମ ପଞ୍ଚାୟତକୁ ପ୍ରବେଶ କରିପାରିବେ ନାହିଁ ବୋଲି ସୂଚନା ରହିଛି। ଏତଦ୍‌ବ୍ୟତୀତ ଏହି ସମୟରେ ଏହି ଅଞ୍ଚଳରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିବ। ସଟ୍‌ଡାଉନ୍‌ ନିୟମକୁ ଖିଲାପ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ରହିଛି।

 

banapura chilika shotdown
Share. Facebook Twitter LinkedIn Email WhatsApp Copy Link

Related Posts

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026

ବାଣପୁରରେ ସାକ୍ଷରତା ଦିବସ ଉପଲକ୍ଷେ ୩୫ ଜଣ ସମ୍ମାନିତ

September 9, 2026

ବାଣପୁର: ବ୍ଲକ୍ ସ୍ତରୀୟ ଚକ୍ଷୁ ଚିକିତ୍ସା ତାଲିମ୍ ଶିବିର ଉଦଯାପିତ

September 9, 2026
Latest News

ବ୍ରିକ୍ସ ସମ୍ମିଳନୀରେ ଫିଲିପାଇନ୍ସର ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱାଗତ

September 14, 2026

ଚିଲିକାରେ ନୌବିହାର କରିବେ ମା’ ଭଗବତୀ: ପ୍ରଶାସନ ଆରମ୍ଭ କଲା ପ୍ରସ୍ତୁତି

September 14, 2026

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.