ଦଶ ଦିନ ପାଇଁ ସଟ୍‌ ଡାଉନ୍‌ ହେଲା ଦାନଗହିର ଗ୍ରାମ

Published: Apr 4, 2020, 1:27 pm IST

ସମୀକ୍ଷା ବ୍ୟୁରୋ

ପୁରୀ : ଦାନଗହିରକୁ ଦଶ ଦିନ ପାଇଁ ସଟ୍‌ ଡାଉନ୍‌ ଘୋଷଣା କରାଗଲା । ପୁରୀ ଜିଲ୍ଲା ପିପିଲି ବ୍ଲକ ଦାନଗହିର ଗ୍ରାମକୁ ସଟ୍‌ ଡାଉନ୍‌ର ଘୋଷଣା କରାଯାଇଛି। ଏହି ଗ୍ରାମକୁ 10 ଦିନ ପାଇଁ ସଟ୍‌ ଡାଉନ୍‌ର ଘୋଷଣା କରାଯାଇଛି ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ। ଗତକାଲି ପୁରୀ ଜିଲ୍ଲାର କରୋନା ଆକ୍ରାନ୍ତ ଚିହ୍ନଟ ହେଲା ପରେ ପିପିଲି ଥାନା ଅନ୍ତର୍ଗତ ଦାନଗହିର ଗାଁକୁ ଆଜି ଜିଲ୍ଲା ପ୍ରଶାସନ ସିଲ୍ କରିଥିବା ଜଣାଯାଇଛି। ଏହାଛଡ଼ା ଏହି ଗାଁକୁ ୧୦ ଦିନ ଲାଗି ଅର୍ଥାତ୍ ୧୪ ତାରିଖ ଯାଏଁ ସଟଡାଉନ୍ ଘୋଷଣା କରାଯାଇଛି। ଆଜି ସକାଳ ୭ଟାରୁ୧୪ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି ବନ୍ଦ ରହିବ। ଏହା ଭିତରେ ରହୁଥିବା କୌଣସି ବାସିନ୍ଦା ବାହାରକୁ ଯିବେ ନାହିଁ। ଉପଜିଲ୍ଲାପାଳ ବିଭିନ୍ନ ଦଳ ମାଧ୍ୟମରେ ଅତ୍ୟାବଶ୍ୟକ ତଥା ଚିକିତ୍ସା ଆବଶ୍ୟକତା ଯୋଗାଣ ବ୍ୟବସ୍ଥା କରିବେ।

Related posts