ନିୟମ ଭାଙ୍ଗି କ୍ବାରେଣ୍ଟାଇନ୍‌କୁ ଗଲେ 45ଜଣ

Published: Apr 4, 2020, 11:32 am IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଗତକାଲି ରାତ୍ରି 8ଟାରୁ ଭୁବନେଶ୍ବର, କଟକ, ଭଦ୍ରକଠାରେ 48 ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସଟ୍‌ ଡାଉନ୍‌କୁ ଉଲ୍ଲଂଘନ କଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସୂଚନା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଭୁବନେଶ୍ବରରେ 45 ଜଣଙ୍କୁ ବାଧ୍ୟତାମୂଳକ କ୍ବାରେଣ୍ଟାଇନ୍‌ରେ ପଠାଯାଇଛି । ସଟ୍‌ ଡାଉନ୍‌ ସମୟରେ ବାହାରେ ବୁଲିବା ଏମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।  ନିୟମ ଭାଙ୍ଗି ଅଭିଯୋଗରେ ଆଉ 64 ଜଣଙ୍କୁ ଅଟକ ରଖାଯାଇଛି । ସେହିପରି ଗଳି ରାସ୍ତା, ବସ୍ତି ପାଇଁ ମଧ୍ୟ କଟକଣା ଲାଗୁ କରାଯାଇଛି । ରାଜ୍ୟରେ ଗତକାଲି 48 ଘଣ୍ଟିଆ ସଟ୍‌ ଡାଉନ୍‌ର ଘୋଷଣା କରାଯାଇଥିଲା । ଗତକାଲି ରାତ୍ରି 8ଟାରୁ ରବିବାର ରାତ୍ରି 8 ଘଟିକା ପର୍ଯ୍ୟନ୍ତ  ସଟ୍‌ ଡାଉନ୍‌ର ଘୋଷଣା ହୋଇଛି। ଓଡ଼ିଶାରେ ସର୍ବମୋଟ 20ଜଣ ଆକ୍ରାନ୍ତ ଚିହ୍ନଟ କରାଯାଇଥିବାବେଳେ ଭୁବନେଶ୍ବରରୁ 10 ଜଣ ରହିଛନ୍ତି ।

Related posts