Categories
ଆଜିର ଖବର ରାଜ୍ୟ ଖବର

ଧର୍ମ ପ୍ରଚାରକଙ୍କ ଲିଙ୍କ୍‌ରେ କରୋନା ! ଢେଙ୍କାନାଳରେ କରୋନା ଆକ୍ରାନ୍ତ ମହିଳା ଜଣକ ଧର୍ମ ପ୍ରଚାରକଙ୍କ ସଂସ୍ପର୍ଶରେ ଆସିଥିଲେ

ଢେଙ୍କାନାଳ : ଆଜି ରାଜ୍ୟରେ ଦୁଇଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଜଣେ ଢେଙ୍କାନାଳର ହୋଇଥିବାବେଳେ ଆଉ ଜଣେ ପଶ୍ଚିମବଙ୍ଗର । ତେବେ ଢେଙ୍କାନାଳ କରୋନା ଆକ୍ରାନ୍ତ ମହିଳାଙ୍କ ସମ୍ପର୍କରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସମ୍ପୃକ୍ତ ମହିଳା କୁଆଡେ ବାହାରକୁ ଯାଇନଥିଲେ ବୋଲି ସୂଚନା ମିଳିଛି । ତେବେ ସେ ବାହାରୁ ଆସିଥିବା କିଛି ଧର୍ମ ପ୍ରଚାରକଙ୍କ ସଂସ୍ପର୍ଶରେ ସେ ଆସିଥିଲେ ବୋଲି ଜଣାପଡିଛି ।

ସେମାନଙ୍କ ସଂସ୍ପର୍ଶରେ ସେ ଆସିଥିବାରୁ ଆଶଙ୍କା କରାଯାଇ ତାଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିଲା । ସମ୍ପୃକ୍ତ ମହିଳାଙ୍କ ସହ 15 ଜଣଙ୍କୁ କ୍ବାରେଣ୍ଟାଇନ୍‌ର ରଖାଯାଇଥିଲା । ତେବେ 15 ଜଣକ ମଧ୍ୟରୁ କେବଳ ଉକ୍ତ ମହିଳାଙ୍କ ରିପୋର୍ଟ ପଜିଟିଭି ଆସିଛି ବୋଲି ଜଣାପଡିଛି । ଅନ୍ୟ14 ଜଣଙ୍କ ନେଗେଟିଭ୍‌ ଆସିଥିଲେ ବି ଆଇସୋଲେସନରେ ରଖାଯିବ ବୋଲି ଜଣାପଡିଛି । ଆଉ 5/6 ଦିନ ପରେ ଉକ୍ତ 14 ଜଣଙ୍କ ପୁଣି ସାମ୍ପଲ୍‌ ଟେଷ୍ଟ କରାଯିବ ବୋଲି ସୂଚନା ଦେଇଛନ୍ତି ଢେଙ୍କାନାଳ ଜିଲ୍ଲାପାଳ । ପଜିଟିଭି ମିଳିଥିବା ସମ୍ପୃକ୍ତ ମହିଳାଙ୍କୁ କଟକ ଅଶ୍ବିନୀ ହସ୍ପିଟାଲକୁ ପଠାଯିବ ବୋଲି ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ନିୟମ ଭାଙ୍ଗି କ୍ବାରେଣ୍ଟାଇନ୍‌କୁ ଗଲେ 45ଜଣ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଗତକାଲି ରାତ୍ରି 8ଟାରୁ ଭୁବନେଶ୍ବର, କଟକ, ଭଦ୍ରକଠାରେ 48 ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସଟ୍‌ ଡାଉନ୍‌କୁ ଉଲ୍ଲଂଘନ କଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସୂଚନା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଭୁବନେଶ୍ବରରେ 45 ଜଣଙ୍କୁ ବାଧ୍ୟତାମୂଳକ କ୍ବାରେଣ୍ଟାଇନ୍‌ରେ ପଠାଯାଇଛି । ସଟ୍‌ ଡାଉନ୍‌ ସମୟରେ ବାହାରେ ବୁଲିବା ଏମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।  ନିୟମ ଭାଙ୍ଗି ଅଭିଯୋଗରେ ଆଉ 64 ଜଣଙ୍କୁ ଅଟକ ରଖାଯାଇଛି । ସେହିପରି ଗଳି ରାସ୍ତା, ବସ୍ତି ପାଇଁ ମଧ୍ୟ କଟକଣା ଲାଗୁ କରାଯାଇଛି । ରାଜ୍ୟରେ ଗତକାଲି 48 ଘଣ୍ଟିଆ ସଟ୍‌ ଡାଉନ୍‌ର ଘୋଷଣା କରାଯାଇଥିଲା । ଗତକାଲି ରାତ୍ରି 8ଟାରୁ ରବିବାର ରାତ୍ରି 8 ଘଟିକା ପର୍ଯ୍ୟନ୍ତ  ସଟ୍‌ ଡାଉନ୍‌ର ଘୋଷଣା ହୋଇଛି। ଓଡ଼ିଶାରେ ସର୍ବମୋଟ 20ଜଣ ଆକ୍ରାନ୍ତ ଚିହ୍ନଟ କରାଯାଇଥିବାବେଳେ ଭୁବନେଶ୍ବରରୁ 10 ଜଣ ରହିଛନ୍ତି ।