କାଲିଠୁ କଟକରୁ ହଟିବ ସଟ୍‌ଡାଉନ୍‌

Published: Jul 12, 2020, 2:32 pm IST

କଟକ : କଟକ ମହାନଗର ନିଗମ ଅଞ୍ଚଳରୁ ହଟିବ ସଟ୍‌ଡାଉନ୍‌ । ଏନେଇ ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସଟ୍‌ଡାଉନ୍‌ ହଟିବା ପରେ ଦୋକାନ ବଜାର ଖୋଲିବା ନେଇ ସିଏମ୍‌ସି ପକ୍ଷରୁ ଏକ ନୋଟିସ୍‌ ଜାରି କରାଯାଇଛି ।

କାଲିଠାରୁ ସକାଳ 5ଟାରୁ ସନ୍ଧ୍ୟା 6ଟା ଯାଏଁ ଦୋକାନ ବଜାର ଖୋଲା ରହିବ ବୋଲି ସୂଚନା ଦେଇଛି ସିଏମ୍‌ସି । ସେହିପରି ସନ୍ଧ୍ୟା 7ଟାରୁ ସକାଳ 5ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । ସରକାରୀ ଅଫିସ୍‌ଗୁଡିକ 50 ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲା ରହିବ ବୋଲି ସୂଚନା ରହିଛି । କୋଭିଡ୍‌ କଟକଣା ସର୍ତ୍ତ ସହ ସହରରେ ସପିଂ ମଲ୍‌ ଖୋଲିବ ବୋଲି ସୂଚନା ରହିଛି । ତେବେ ସହରରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ବଳବତ୍ତର ରହିବ ବୋଲି ସିଏମ୍‌ସି ତରଫରୁ ସୂଚନା ରହିଛି।

ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁଲାଇ 4 ତାରିଖରୁ କଟକ ସହରକୁ 8ତାରିଖ ଯାଏ ସଟ୍‌ଡାଉନ୍‌ ଘୋଷଣା କରିଥିଲା ସିଏମ୍‌ସି। ସହରରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ 10 ତାରିଖ ମଧ୍ୟରାତ୍ରୀ ସଟ୍‌ଡାଉନ୍ ଯାଏଁ ବୃଦ୍ଧି କରାଯାଇଥିଲା ।

Related posts