ସଟ୍‌ଡାଉନ୍‌ ସମୟରେ ସହଯୋଗ କରିବା ପାଇଁ ଅପିଲ୍‌ କଲେ ରାଜ୍ୟ ସରକାର

Published: Apr 23, 2020, 9:34 pm IST

ଭୁବନେଶ୍ବର : ସଟଡାଉନ୍‌ରେ ସହଯୋଗ ପାଇଁ ଅପିଲ୍‌ କଲେ ରାଜ୍ୟସରକାର । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ ଯୋଗେ ଲୋକଙ୍କୁ ଅପିଲ୍‌ କରାଯାଇଛି । ସଟ୍‌ ଡାଉନ୍‌ରେ ସମସ୍ତ ଅଫିସ୍‌, ଦୋକାନ ବନ୍ଦ ରହିବ। ପୂର୍ବରୁ ମିଳିଥିବା ପାସ୍‌ ସବୁ ରଦ୍ଦ କରାଯିବ, ଆବଶ୍ୟକ ହେଲେ ସାନି ପାସ୍‌ ଦିଆଯିବ । ଆଜି ରାଜ୍ୟର ତିନୋଟି ଜିଲ୍ଲାକୁ ସଟଡାଉନ୍‌ର ଘୋଷଣା କରାଯାଇଛି । ଯାଜପୁର, ଭଦ୍ରକ, ବାଲେଶ୍ବର ଜିଲ୍ଲାରେ 60 ଘଣ୍ଟା ପାଇଁ ସଟଡାଉନ୍‌ର ଘୋଷଣା ଯାଇଛି । ଏହି ତିନୋଟି ସ୍ଥାନରେ କରୋନା ଆକ୍ରାନ୍ତ ବଢୁଥିବାରୁ ରାଜ୍ୟ ସରକାର ଦୃଢ ପଦକ୍ଷେପ ନେଇଛନ୍ତି । ସୂଚନାଯୋଗ୍ୟ ଗତ 5  ଦିନ ମଧ୍ୟରେ ଏହି ତିନୋଟି ଅଞ୍ଚଳରୁ 28ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ରାଜ୍ୟର ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 89ରେ ପହଞ୍ଚିଛି ।

Related posts