Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାଉଡି ଯାତ୍ରା ସ୍ଥଗିତ :  ଅଗଷ୍ଟ 4 ପର୍ଯ୍ୟନ୍ତ ପାଟନାର ସମସ୍ତ ଶିବ ମନ୍ଦିର ରହିବ ବନ୍ଦ
ଆଜିର ଖବର

କାଉଡି ଯାତ୍ରା ସ୍ଥଗିତ :  ଅଗଷ୍ଟ 4 ପର୍ଯ୍ୟନ୍ତ ପାଟନାର ସମସ୍ତ ଶିବ ମନ୍ଦିର ରହିବ ବନ୍ଦ

July 4, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପାଟନା : ଶ୍ରାବଣ ମାସ ଉପନୀତ । ଏହି ମାସରେ ଶିବଶଙ୍କରଙ୍କ ଜଳଲାଗି ବା କାଉଡି ଯାତ୍ରା ଅନୁଷ୍ଠିତ ହୋଇଥାଏ । କିନ୍ତୁ ଚଳିତ କରୋନା ମହାମାରୀ ଯୋଗୁଁ ଏହି ଯାତ୍ରା ବନ୍ଦ ହେବ ବୋଲି ସୂଚନା ଦେଇଛନ୍ତି ବିହାର ସରକାର । ବିହାରରେ କରୋନା ସଂକଟକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇଛି । ରାଜଧାନୀ ପାଟନା ସହର କରୋନା ସଂକ୍ରମଣ ପ୍ରଭାବିତ ଅଞ୍ଚଳ ଭାବେ ଉଭା ହୋଇଛି । ଏପରି ସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ସାଓ୍ବନ ମାସରେ ଶିବ ମନ୍ଦିରରେ ଭିଡକୁ ରୋକିବା ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।

ପାଟନା ଜିଲ୍ଲାରେ ରହିଥିବା ସମସ୍ତ ଶିବ ମନ୍ଦିରରେ ସାଓ୍ବନ ଉପଲକ୍ଷେ ମେଳା, ଜଳାଭିଷେକ ଓ କାଉଡି ଯାତ୍ରା ଆଦି ଆୟୋଜନା କରାଯାଇଥାଏ । କିନ୍ତୁ କରୋନା ସଂକଟକୁ ଦୃଷ୍ଟିରେ ରଖି ବିହାର ସରକାର ମନ୍ଦିରଗୁଡିକୁ ଅଗଷ୍ଟ 4ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ଏହାକୁ ନେଇ ଗାଇଡଲାଇନ ଜାରି କରିଛନ୍ତି ବିହାର ରାଜ୍ୟ ସରକାର । ଜୁଲାଇ 6 ତାରିଖରୁ ଶ୍ରାବଣ ମାସ ଆରମ୍ଭ ହେଉଛି । ଏହି ସମୟରେ ଶ୍ରଦ୍ଧାଳୁମାନେ ଶିବ ମନ୍ଦିରରେ ପୂଜାର୍ଚ୍ଚନା ତଥା ଜଳାଭିଷେକ କରିଥାନ୍ତି । ଏହି ସମୟରେ ମନ୍ଦିରରେ ପ୍ରବଳ ଭିଡ ହୋଇଥାଏ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ମାକ୍ସ ସ୍ମାର୍ଟ ସୁପର ସ୍ପେଶାଲିଟି ହସ୍ପିଟାଲର ନୂତନ ଭବନ ଉଦଘାଟନ କଲେ ଅମିତ ଶାହ

September 3, 2026

ସମନ୍ୱିତ ଓ ପ୍ରଭାବଶାଳୀ ସରକାରୀ ଯୋଗାଯୋଗ ପାଇଁ ଆଇଏମପିସିସି ବୈଠକରେ ଗୁରୁତ୍ୱ

September 3, 2026

ହିମାଳୟ ନିକଟବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ଜିଏଲଓଏଫ୍‌ ଓ ହିମସ୍ଖଳନ ପ୍ରସ୍ତୁତି ସମୀକ୍ଷା

September 3, 2026

ଖୋର୍ଦ୍ଧା ଜିଲ୍ଲା ଶାଖା ନାଟ୍ୟ ନିର୍ଦ୍ଦେଶକ ସଂଘ ଗଠିତ: ସଭାପତି ହେଲେ ବିଭୂକଲ୍ୟାଣ ସାମନ୍ତରାୟ

September 3, 2026
Latest News

ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଏସଏଚଜି ଓ ବ୍ୟକ୍ତିଗତ ଉଦ୍ୟୋଗ ଋଣ ସମୀକ୍ଷା

September 3, 2026

ମାକ୍ସ ସ୍ମାର୍ଟ ସୁପର ସ୍ପେଶାଲିଟି ହସ୍ପିଟାଲର ନୂତନ ଭବନ ଉଦଘାଟନ କଲେ ଅମିତ ଶାହ

September 3, 2026

ସମନ୍ୱିତ ଓ ପ୍ରଭାବଶାଳୀ ସରକାରୀ ଯୋଗାଯୋଗ ପାଇଁ ଆଇଏମପିସିସି ବୈଠକରେ ଗୁରୁତ୍ୱ

September 3, 2026

ରେଳ ସୁରକ୍ଷା, ବୈଷୟିକ ଏବଂ ରକ୍ଷଣାବେକ୍ଷଣ ତ୍ରୁଟିର ସଂଶୋଧନ ପାଇଁ ଅଶ୍ୱିନୀ ବୈଷ୍ଣବଙ୍କ ନିର୍ଦ୍ଦେଶ

September 3, 2026

ହିମାଳୟ ନିକଟବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ଜିଏଲଓଏଫ୍‌ ଓ ହିମସ୍ଖଳନ ପ୍ରସ୍ତୁତି ସମୀକ୍ଷା

September 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.