24 ଜିଲ୍ଲାରୁ 495, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

Published: Jul 4, 2020, 11:01 am IST

ଭୁବନେଶ୍ବର : ଆଜି ରାଜ୍ୟରୁ ନୂତନ 495 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି 24ଟି ଜିଲ୍ଲାରୁ 495 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଆଜି ଗଞ୍ଜାମରୁ ସର୍ବାଧିକ 216 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ  ଖୋର୍ଦ୍ଧାରୁ 50, ସୁନ୍ଦରଗଡରୁ 36, ମୟୂରଭଞ୍ଜରୁ 28, ଅନୁଗୁଳରୁ 24, ପୁରୀରୁ 18ଜଣ ଚିହ୍ନଟ ହୋଇଛନ୍ତି । କଟକ ଓ ବାଲେଶ୍ବରରୁ 13 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଜଗତସିଂହପୁର ଓ ଭଦ୍ରକରୁ 12 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁର ଓ କେନ୍ଦ୍ରାପଡାରୁ 11 ଜଣ ଲେଖାଏଁ ଅକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଝାରସୁଗୁଡା, କନ୍ଧମାଳରୁ 8 ଜଣ ଲେଖାଏଁ ରହିଛନ୍ତି । ଗଜପତିରୁ 7ଜଣ ଚିହ୍ନଟ ହୋଇଥିବାବେଳେ ସମ୍ବଲପୁରରୁ 6, କେଉଁଝର, କୋରାପୁଟ, ମାଲ୍‌କାନଗିରିରୁ 5 ଜଣ ଲେଖାଏଁ ରହିଛନ୍ତି । ସେହିପରି  ବରଗଡଓ ସୋନପୁର 2 ଜଣ ଚିହ୍ନଟ ହୋଇଥିବାବେଳେ ନୟାଗଡ, ଯାଜପୁର, ଢେଙ୍କାନାଳରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ।

Related posts