20 ଜିଲ୍ଲାରୁ 469, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

Published: Jul 5, 2020, 11:01 am IST

ଭୁବନେଶ୍ବର : ଆଜି ରାଜ୍ୟର 469 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ପାନ୍‌ ଉଦ୍ଧାର କାର୍ଯ୍ୟରୁ ଫେରିଥିବା 4 ଜଣ ଏନ୍‌ଡିଆରଏଫ୍‌ ଯବାନ ରହିଛନ୍ତି । ସେହିପରି ଆଜି 20ଟି ଜିଲ୍ଲାରୁ 469ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ116 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ 94, ସୁନ୍ଦରଗଡରୁ 66, ଖୋର୍ଦ୍ଧାରୁ 27, କେଉଁଝରଓ ଯାଜପୁରରୁ 25, ନୟାଗଡରୁ 24, ଭଦ୍ରକରୁ 16, ସମ୍ବଲପୁରୁର 13, ଗଜପତିରୁ 12, ଅନୁଗୁଳୁ 11, ବାଲେଶ୍ବର ଓ ପୁରୀରୁ 8, ମୟୂରଭଞ୍ଜରୁ 6, କେନ୍ଦ୍ରାପଡାରୁ 5 , ବଲାଙ୍ଗିରରୁ 3ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ନବରଙ୍ଗପୁର ଓ କଳାହାଣ୍ଡିରୁ 2 ଜଣ ଲେଖାଏଁ ରହିଥିବାବେଳେ ମାଲ୍‌କାନଗିରି ଓ କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Related posts