ଖୋର୍ଦ୍ଧା ସବ୍‌ଡିଭିଜନର ସବୁ ଶୈବପୀଠରେ 144 ଧାରା

Published: Jul 5, 2020, 12:29 pm IST

ଖୋର୍ଦ୍ଧା : ଖୋର୍ଦ୍ଧା ସବ୍‌ଡିଭିଜନ୍‌ ଅଧୀନ ସବୁ ଶୈବପୀଠରେ ଲାଗିଲା 144 ଧାରା । ଜୁଲାଇ 31 ଯାଏଁ 144 ଜାରି କଲେ ଉପଜିଲ୍ଲାପାଳ । ଟାଙ୍ଗୀ, ବାଣପୁର, ବାଲୁଗାଁ, ବେଗୁନିଆ, ବୋଲଗଡର ଶୈବପୀଠରେ 144 ଧାରା ଜାରି ହୋଇଛି । ଜଳାଶୟରୁ ପାଣି ଉଠାଇ ରାସ୍ତାରେ ଯିବା, ଶିବ ମନ୍ଦିର ଯାଇ ଜଳାଭିଷେକ କରିବାକୁ ବାରଣ କରାଯାଇଛି ।

ସୂଚନାଯୋଗ୍ୟ, ଗତକାଲି ରାଜ୍ୟ ସରକାର ଚଳିତ ବର୍ଷ ବୋଲବମ୍‌ ଯାତ୍ରାକୁ ସ୍ଥଗିତ କରିଛନ୍ତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏନେଇ ଘୋଷଣା କରିଛନ୍ତି । ରାଜ୍ୟରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏପରି ପରିସ୍ଥିତିରେ ବୋଲବମ କାରଣରୁ ମନ୍ଦିରରେ ଭିଡ଼ ହୋଇପାରେ। ତେଣୁ ଏହାକୁ ଦୃଷ୍ଟିରେ ରଖି ବୋଲବମ୍ ଯାତ୍ରାକୁ ବନ୍ଦ କରାଯାଇଛି।

Related posts