ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 19 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । 19 ପଜିଟିଭ୍ ମଧ୍ୟରୁ ହୋମ୍ କ୍ବାରେଣ୍ଟାଇନ୍ରୁ 9 ଜଣ ଥିବାବେଳେ ଲୋକାଲ୍ କେସ୍ 8 ଜଣ ଓ 2 ଜଣ କୋଭିଡ୍ ଯୋଦ୍ଧା ଅଛନ୍ତି ବୋଲି ସୂଚନା ଦେଇଛି ବିଏମ୍ସି ।
କଳ୍ପନା ଛକ ନିକଟ ଏକ ସରକାରୀ ଅଫିସ୍ର 2 କୋଭିଡ୍ ଯୋଦ୍ଧା ସଂକ୍ରମିତ ହୋଇଥିବାର ସୂଚନା ରହିଛି । ସେହିପରି ଆଜି ଚିହ୍ନଟ ହୋଇଥିବା ଲୋକାଲ୍ କେସ୍ ମଧ୍ୟରୁ ବଡଗଡ ନେତାଜୀ କ୍ଲବ ପାଖ ଜଣେ 27 ବର୍ଷୀୟ ଯୁବକ ସଂକ୍ରମିତହୋଇଥିବାର ସୂଚନା ରହିଛି । ଭରତପୁର ତେଲୁଗୁସାହିର ଜଣେ 60 ବର୍ଷୀୟା ମହିଳା ସଂକ୍ରମିତ ହୋଇଥିବାବେଳେ ଘାଟିକିଆର ଜଣେ 21ବର୍ଷୀୟ ଯୁବକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ୟୁନିଟ୍ 4 ଏସ୍ସିପିସିଆର୍ ଅଫିସ୍ ପାଖରେ ଜଣେ 24 ବର୍ଷୀୟ ଯୁବକ ଆକ୍ରାନ୍ତ ହୋଇଛନ୍ତି । ଘାଟିକିଆ ସିଇଟି କଲେଜ ପାଖର ଜଣେ ବ୍ୟାଙ୍କ କର୍ମଚାରୀ ଆକ୍ରାନ୍ତ ହୋଇଥିବାବେଳେ ଝାରପଡା, ମହାବୀର ନଗରରୁ ଜଣେ 30 ବର୍ଷୀୟ ବ୍ୟାଙ୍କ କର୍ମଚାରୀ ରହିଛନ୍ତି । ସେହିପରି ସୁନ୍ଦରପଦା ଅଞ୍ଚଳରୁ 32 ବର୍ଷୀୟ ଯୁବକ ଥିବାବେଳେ ଆଉ ଜଣେ ପଳାଶପଲ୍ଲୀ, ଏୟାରପୋର୍ଟ ପାଖରୁ 31 ବର୍ଷୀୟ ଯୁବକ ରହିଛନ୍ତି ।
ସେହିପରି ହୋମ୍ କ୍ବାରେଣ୍ଟିନ୍ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ନୂଆଗା, ସାମନ୍ତରାପୁରାରରୁ 2ଜଣ ରହିଛନ୍ତି । ସେ ପୂର୍ବ ସଂକ୍ରମିତଙ୍କଠାର ସଂକ୍ରମିତ ହୋଇଛନ୍ତି । ସେହିପରି ଘରୋଇ ହସ୍ପିଟାଲରୁ ଦୁଇ କର୍ମଚାରୀ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 29 ବର୍ଷୀୟ ଯୁବକ ଥିବାବେଳେ ଆଉ ଜଣେ 27 ବର୍ଷୀୟା ଯୁବତୀ ରହିଛନ୍ତି । ସେହିପରି ଅନ୍ୟ ଏକ ଘରୋଇ ହସ୍ପିଟାଲରୁ ଆଉ ଦୁଇ ଜଣ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟ ଜଣେ ସେଣ୍ଟ୍ର୍ରାଲ୍ ସରକାରୀ ହସ୍ପିଟାଲର ଜଣେ 29 ବର୍ଷୀୟା କର୍ମଚାରୀ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ପାହାଳରୁ 32 ବର୍ଷୀୟ ଯୁବକ ଆକ୍ରାନ୍ତ ହୋଇଥିବାବେଳେ ବରମୁଣ୍ଡାରୁ 48 ବର୍ଷୀୟ ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଆଜି 23 ଜଣ ଆଜି ସୁସ୍ଥ ହୋଇଥିବା ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି । ଆଜି ନୂତନ 19ଜଣ ଚିହ୍ନଟ ହେବା ପରେ ଭୁବନେଶ୍ବରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 433କୁ ବୃଦ୍ଧି ହୋଇଛି । 6ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 270 ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ଭୁବନେଶ୍ବରରେ 156ଟି ସକ୍ରିୟ ମାମଲା ରହିଛି।