Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଭୁବନେଶ୍ବରରୁ 19 ପଜିଟିଭ୍‌
ଆଜିର ଖବର

ଆଜି ଭୁବନେଶ୍ବରରୁ 19 ପଜିଟିଭ୍‌

July 5, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 19 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । 19 ପଜିଟିଭ୍‌ ମଧ୍ୟରୁ ହୋମ୍‌ କ୍ବାରେଣ୍ଟାଇନ୍‌ରୁ 9 ଜଣ ଥିବାବେଳେ ଲୋକାଲ୍‌ କେସ୍‌ 8 ଜଣ ଓ 2 ଜଣ କୋଭିଡ୍‌ ଯୋଦ୍ଧା ଅଛନ୍ତି ବୋଲି ସୂଚନା ଦେଇଛି ବିଏମ୍‌ସି ।

କଳ୍ପନା ଛକ ନିକଟ ଏକ ସରକାରୀ ଅଫିସ୍‌ର 2 କୋଭିଡ୍‌ ଯୋଦ୍ଧା ସଂକ୍ରମିତ ହୋଇଥିବାର ସୂଚନା ରହିଛି । ସେହିପରି ଆଜି ଚିହ୍ନଟ ହୋଇଥିବା ଲୋକାଲ୍‌ କେସ୍‌ ମଧ୍ୟରୁ ବଡଗଡ ନେତାଜୀ କ୍ଲବ ପାଖ ଜଣେ 27 ବର୍ଷୀୟ ଯୁବକ ସଂକ୍ରମିତହୋଇଥିବାର ସୂଚନା ରହିଛି । ଭରତପୁର ତେଲୁଗୁସାହିର ଜଣେ 60 ବର୍ଷୀୟା ମହିଳା ସଂକ୍ରମିତ ହୋଇଥିବାବେଳେ ଘାଟିକିଆର ଜଣେ 21ବର୍ଷୀୟ ଯୁବକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ୟୁନିଟ୍‌ 4 ଏସ୍‌ସିପିସିଆର୍‌ ଅଫିସ୍‌ ପାଖରେ ଜଣେ 24 ବର୍ଷୀୟ ଯୁବକ ଆକ୍ରାନ୍ତ ହୋଇଛନ୍ତି । ଘାଟିକିଆ ସିଇଟି କଲେଜ ପାଖର ଜଣେ ବ୍ୟାଙ୍କ କର୍ମଚାରୀ ଆକ୍ରାନ୍ତ ହୋଇଥିବାବେଳେ  ଝାରପଡା, ମହାବୀର ନଗରରୁ ଜଣେ 30 ବର୍ଷୀୟ ବ୍ୟାଙ୍କ କର୍ମଚାରୀ ରହିଛନ୍ତି । ସେହିପରି ସୁନ୍ଦରପଦା ଅଞ୍ଚଳରୁ 32 ବର୍ଷୀୟ ଯୁବକ ଥିବାବେଳେ ଆଉ ଜଣେ ପଳାଶପଲ୍ଲୀ, ଏୟାରପୋର୍ଟ ପାଖରୁ 31 ବର୍ଷୀୟ ଯୁବକ ରହିଛନ୍ତି ।

ସେହିପରି ହୋମ୍‌ କ୍ବାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ନୂଆଗା, ସାମନ୍ତରାପୁରାରରୁ 2ଜଣ ରହିଛନ୍ତି । ସେ ପୂର୍ବ ସଂକ୍ରମିତଙ୍କଠାର ସଂକ୍ରମିତ ହୋଇଛନ୍ତି । ସେହିପରି ଘରୋଇ ହସ୍ପିଟାଲରୁ ଦୁଇ କର୍ମଚାରୀ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 29 ବର୍ଷୀୟ ଯୁବକ ଥିବାବେଳେ ଆଉ ଜଣେ 27 ବର୍ଷୀୟା ଯୁବତୀ ରହିଛନ୍ତି । ସେହିପରି ଅନ୍ୟ ଏକ ଘରୋଇ ହସ୍ପିଟାଲରୁ ଆଉ ଦୁଇ ଜଣ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟ ଜଣେ ସେଣ୍ଟ୍ର୍ରାଲ୍‌ ସରକାରୀ ହସ୍ପିଟାଲର ଜଣେ 29 ବର୍ଷୀୟା କର୍ମଚାରୀ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି ।  ପାହାଳରୁ 32 ବର୍ଷୀୟ ଯୁବକ ଆକ୍ରାନ୍ତ ହୋଇଥିବାବେଳେ ବରମୁଣ୍ଡାରୁ 48 ବର୍ଷୀୟ ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Image

ସେହିପରି ଆଜି 23 ଜଣ ଆଜି ସୁସ୍ଥ ହୋଇଥିବା ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି । ଆଜି ନୂତନ 19ଜଣ ଚିହ୍ନଟ ହେବା ପରେ ଭୁବନେଶ୍ବରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 433କୁ ବୃଦ୍ଧି ହୋଇଛି । 6ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 270 ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ଭୁବନେଶ୍ବରରେ 156ଟି ସକ୍ରିୟ ମାମଲା ରହିଛି।

କରୋନା ବିଏମ୍‌ସି
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.