
କଟକ: କଟକ ସହରରୁ ଆଉ 3 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି। ଏହି ତିନି ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଲୋକାଲ୍ କେସ୍ ଥିବାବେଳେ ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ଜଣେ ହୋମ୍ କ୍ବାରେଣ୍ଟିନ୍ରେ ରହିଥିବାବେଳେ ଅନ୍ୟ ଜଣେ ପେଡ୍ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାର ସୂଚନା ରହିଛି । ଲୋକାଲ୍ କଣ୍ଟାକ୍ଟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ 58 ବର୍ଷୀୟ କୋଭିଡ ଯୋଦ୍ଧା ବୋଲି ସୂଚନା ରହିଛି । ସେ ଏକ ଘରୋଇ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି ।
ସେହିପରି ହୋମ୍ କ୍ବାରେଣ୍ଟିନ୍ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କର ବୟସ 59 ବର୍ଷ । ସେ ମାଣିକଘୋଷ ବଜାରରୁ ଚିହ୍ନଟ ହୋଇଛନ୍ତି । ସେ ପୂର୍ବ ସଂକ୍ରମିତଙ୍କଠାରୁ ସଂକ୍ରମିତ ହୋଇଥିବାର ସୂଚନା ରହିଛି ।
ସେହିପରି ପେଡ୍ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ 62 ବର୍ଷୀୟ ପୁରୁଷ । ସେ ନିକଟରେ ପଶ୍ଚିମବଙ୍ଗରୁ ଫେରିଥିବାର ସୂଚନା ରହିଛି ।
ନୂତନ ତିନି ପଜିଟିଭ୍ଙ୍କୁ ମିଶାଇ କଟକ ସହରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 193ରେ ପହଞ୍ଚିଛି । ସେହିପରି 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 22 ଜଣ ସୁସ୍ଥ ହୋଇଛନ୍ତି । କଟକରେ ଏବେସୁଦ୍ଧା 169 ସକ୍ରିୟ ମାମଲା ରହିଛି ।