ଆଜି ଭୁବନେଶ୍ବରରୁ 29 ପଜିଟିଭ୍‌

Published: Jul 7, 2020, 4:08 pm IST

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 29 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜିର ନୂତନଆକ୍ରାନ୍ତଙ୍କ ମଧ୍ୟରେ 14ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ରହିଥିବାବେଳେ 14 ଜଣ ହୋମ୍‌ କ୍ବାରେଣ୍ଟିନ୍‌ରୁ ଓ ଜଣେ କୋଭିଡ୍‌ ଯୋଦ୍ଧା ରହିଛନ୍ତି ବୋଲି ବିଏମ୍‌ସି ସୂଚନା ଦେଇଛି ।

ଲୋକାଲ 14 କେସ୍‌ ମଧ୍ୟରୁ ଡୁମୁଡୁମା ସୁବାସ ନଗର ବସ୍ତିରୁ ଜଣେ 45ବର୍ଷୀୟ ପୁରୁଷ ରହିଥିବାବେଳେ ଖଣ୍ଡଗିରିରୁ ଜଣେ 37ବର୍ଷୀୟା ମହିଳା ରହିଛନ୍ତି । ଘରୋଇ ଡାକ୍ତରଖାନାରୁ ତିନିଜଣ କର୍ମଚାରୀ ଚିହ୍ନଟ ହୋଇଛନ୍ତି । ଏହି କର୍ମଚାରୀଙ୍କ ମଧ୍ୟରେ ଦୁଇଜଣ ମହିଳା କର୍ମଚାରୀ ଚିହ୍ନଟ ହୋଇଛନ୍ତି । ଦୁହିଁଙ୍କ ବୟସ ଯଥାକ୍ରମେ 25 ଓ 24 ବର୍ଷ ବୋଲି ସୂଚନା ରହିଛି । ଭରତରପୁର ଜିଏ କଲୋନୀରୁ ଜଣେ 26 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ ଆକ୍ରାନ୍ତ ପାଞ୍ଚ ନମ୍ବର କେଶରୀନଗରର ବସ୍ତିରୁ 33 ବର୍ଷୀୟା ମହିଳା ରହିଛନ୍ତି । ସେହିପରି ୟୁନିଟ୍‌-1 ବାଳକ ଉଚ୍ଚ ବିଦ୍ୟାଳୟ ନିକଟରୁ ଜଣେ 42 ବର୍ଷୀୟ ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ବରଗଡ ବ୍ରିଟ୍‌ କଲୋନୀରୁ ଜଣେ,ବମିଖାଲ ଜୟଦୁର୍ଗା କଲୋନୀର ଜଣେ, ବରମୁଣ୍ଡା ଟେଲ୍‌କୋ କଲୋନୀରୁ ଜଣେ, ସହିନ ନଗର ଆଙ୍ଗନ ରେଷ୍ଟୁରାଣ୍ଟ ନିକଟରୁ ଜଣେ, ହସ୍‌ପାଳରୁ ଜଣେ ଚିହ୍ନଟ ହୋଇଛନ୍ତି । କୋଭିଡ୍‌ ହସ୍ପିଟାଲର ଜଣେ ମହିଳା କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଥିବାର ସୂଚନା ରହିଛି ।

ସେହିପରି ହୋମ୍‌ କ୍ବାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ପାଣ୍ଡାରରୁ ଜଣେ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ନିକଟରେ ବିହାର ଗସ୍ତ କରିଥିବାର ସୂଚନା ରହିଛି । ସେହିପରି ଅନ୍ୟ ଜଣେ ଆକ୍ରାନ୍ତ ଦିଲ୍ଲୀର ଗ୍ରସ୍ତ କରିଥିବାର ସୂଚନା ରହିଛି । ବିବେକାନନ୍ଦ ମାର୍ଗ ମହାରଣା ସାହିରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୁହିଁଙ୍କ ମଧ୍ୟରେ ଜଣଷ 33 ବର୍ଷୀୟ ମହିଳା ଥିବାବେଳେ ଆଉ ଜଣଷ 32 ବର୍ଷୀୟ ପୁରୁଷ ରହିଛନ୍ତ । ସେହିପରି ବ୍ରହ୍ମେଶ୍ବର ପାଟଣାରୁ ଜଣେ 33ବର୍ଷୀୟ ପୁରୁଷ ରହିଛନ୍ତି । ରସୁଲ୍‌ଗଡରୁ 29 ବର୍ଷୀ ଯୁବକ ରହିଥିବାବେଳେ ନୟାବଲ୍ଲୀରୁ 25 ବର୍ଷୀୟ ଯୁଗ, ମଞ୍ଚେଶ୍ବରରୁ 50 ବର୍ଷୀୟ ବ୍ୟକ୍ତି, ଚାରି ନମ୍ବର ରାମପୁର ବସ୍ତିରୁ 56 ବର୍ଷୀୟ ମହିଳା ରହିଛନ୍ତି । ସେହିପରି ଅନ୍ୟ ଜଣେ ଲକ୍ଷ୍ମୀସାଗର ଅଞ୍ଚଳରୁ ଚାରି ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଅନ୍ୟ ଜଣେ ଘରୋଇ ହସ୍ପିଟାଲର ମହିଳା କର୍ମଚାରୀ ରହିଛନ୍ତି ବୋଲି ସୂଚନା ରହିଛି ।

Image

ସେହିପରି ଆଜି ଭୁବନେଶ୍ବରରୁ 3 ଜଣ ସୁସ୍ଥ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ଏ ଯାବତ୍‌ ଆକ୍ରାନ୍ତଙ୍କ ସଂଖ୍ୟା 479ରେ ପହଞ୍ଚିଛି । ଭୁବନେଶ୍ବରରୁ 6 ଜଣ ମୃତ୍ୟୁବରଣ କରିଥିବାବେଳେ 277 ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା 195ଟି ସକ୍ରିୟ ମାମଲା ରହିଛି ।

Related posts