Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଷ୍ଣୁ ଦାସଙ୍କୁ ଅନ୍ତିମ ବିଦାୟ ଦେଲେ ଜଗତସିଂହପୁରବାସୀ
ଆଜିର ଖବର

ବିଷ୍ଣୁ ଦାସଙ୍କୁ ଅନ୍ତିମ ବିଦାୟ ଦେଲେ ଜଗତସିଂହପୁରବାସୀ

July 7, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର :ବରିଷ୍ଠ ବିଜେଡି ନେତା ପୁର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ଵିଷ୍ଣୁ ଦାସଙ୍କ ପାର୍ଥିବ ଶରୀରକୁ ଅନ୍ତିମ ବିଦାୟ ଦେଇଛନ୍ତି ଆତ୍ମୀୟ ସ୍ୱଜନ।ବିଷ୍ଣୁ ଦାସଙ୍କ ଗାଁ ମୁକୁନ୍ଦିପୁରରେ ମରଶରୀର ପହଞ୍ଚିଲା ପରେ ଆତ୍ମୀୟ ସ୍ୱଜନଙ୍କ କାନ୍ଦବୋବାଳିରେ ଫାଟି ପଡିଥିଲା ଗାଁଦାଣ୍ଡ।ପତ୍ନୀ ଓ ଭଉଣୀ ମିନତୀ ଦାସଙ୍କ ସମେତ ଆତ୍ମୀୟମାନେ ଆତ୍ମହରା ହୋଇପଡିଥିଲେ।

ପରମ୍ପରା ଅନୁଯାୟୀ କର୍ମାଦି କରାଯିବା ପରେ କୋକେଇରେ ମରଶରୀରକୁ ପୈତୃକ ଜନ୍ମମାଟି ଅର୍ପଣ କରିଥିଲେ ଆତ୍ମୀୟସ୍ୱଜନ । ରାମନାମ ସତ୍ୟହେ,ହରିନାମ ସତ୍ୟହେ ଧ୍ୱନି ସାଙ୍ଗକୁ ଏକମାତ୍ର ପୁତ୍ର ବିଜୟ ଶଙ୍କର ଦାସ ଖଇ କଉଡି ଓ ପଇସା ବିଞ୍ଚି ଗ୍ରାମ ପରିକ୍ରମା କରାଇବା ପରେ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ବିଷ୍ଣୁ ଦାସଙ୍କୁ ଅନ୍ତିମ ସତ୍କାର ପାଇଁ ନିଆଯାଇଥିଲା। ଗତକାଲି ଭୂବନେଶ୍ୱର ର ଏକ ଘରୋଇ ହସପିଟାଲରେ ବିଷ୍ଣୁ ଦାସ ପରଲୋକ ଗମନ କରିବା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଶାସକ ବିଜେଡି ଦଳ ଓ ବିରୋଧୀ ଦଳର ନେତାମାନେ ଶୋକବ୍ୟକ୍ତ କରିଥିଲେ ।

ଆଜି ସକାଳୁ ସକାଳୁ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ମରଶରୀରକୁ ଜନ୍ମମାଟି ଜଗତସିଂହପୁର ଜିଲ୍ଲାକୁ ଅଣାଯାଇଥିଲା।ପ୍ରଥମେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିରିଡି, ରଘୁନାଥପୁର ଓ ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ପରିକ୍ରମା କରାଯାଇ ଜଗତସିଂହପୁର ନିଆଯାଇଥିଲା।ତିର୍ତ୍ତୋଲ ବ୍ଲକ ବିଜେଡି କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ଡିଆରଡିଏ, ସମେତ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାର୍ଡ ଅଫ ଅନର ଦିଆଯାଇଥିଲା ।ଜଗତସିଂହପୁର ଏସଭିଏମ କଲେଜ ପରିସରକୁ ନିଆଯାଇଥିଲା।ପରେପରେ ପୈତୃକ ଜନ୍ମମାଟି ତଥା ପୈତୃକ ଘର ଜଗତସିଂହପୁର ସିପି ମୁକୁନ୍ଦିପୁରରେ ପହଞ୍ଚି ବିଦ୍ଧିସତ୍କାର କରାଯାଇ ଅନ୍ତିମ ବିଦାୟକାଳିନ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।

ଭୁବନେଶ୍ୱରରୁ ଜଗତସିଂହପୁର ଶବାଧାରରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ମନ୍ତ୍ରୀ ରଘୁନନ୍ଦନ ଦାସ,ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ତିର୍ତ୍ତୋଲର ପୁର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ସମେତ ବହୁ ରାଜନେତା,ସଂଗଠକ,କର୍ମୀ ଓ ଶୁଭେଚ୍ଛୁ ସାମିଲ ହୋଇ ଅନ୍ତିମ ବିଦାୟ ଦେଇଥିଲେ।

ସ୍ୱର୍ଗତ ବିଷ୍ଣୁ ଦାସ ବହୁ ଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡ ମାମଲାରେ ଆନ୍ଦୋଳନର ନେତୃତ୍ବ ନେଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।ଗୋଟିଏ ସାଧାରଣ ଦିନମଜୁରୀଆ ପରିବାରରୁ ଆସି ଏସଭିଏମ କଲେଜରେ ପାଠପଢିବା ସମୟରୁ ୧୯୮୦ଦଶକରୁ ଛାତ୍ରନେତା,୧୯୯୦ମସିହାରୁ ଲଗାତର ୫ଥର ଜଗତସିଂହପୁର ବିଧାୟକ ଓ ୨୦୧୯ରେ ତିର୍ତ୍ତୋଲରୁ ବିଧାୟକ ଥିଲେ।ଏହାରି ଭିତରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ, ରାଜ୍ୟସଭା ସାଂସଦ, ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି, ଓଡିଶା ସ୍କାଉଟଗାଇଡ ସମେତ ଅନେକ ସଂସ୍ଥାର ପଦପଦବୀରେ ରହିଆସିଥିଲେ।ତିନି ଦଶନ୍ଧି ଧରି ଜଗତସିଂହପୁର ଜିଲ୍ଲାରେ ନିଜର ସ୍ୱତନ୍ତ୍ର ଛାପଛାଡି ଆଜି ଅନ୍ତିମ ଯାତ୍ରା କରିଥିବା ଏହି ବର୍ଷୀୟାନ ନେତାଙ୍କ ସ୍ଥାନ ଅପୂରଣୀୟ ବୋଲି ଜିଲ୍ଲାବାସୀ ମତବ୍ୟକ୍ତ କରିଛନ୍ତି।

ଜଗତସିଂହପୁର
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026
Latest News

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.