
ଭୁବନେଶ୍ବର : ଆଜି ରାଜ୍ୟରୁ 527ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । 26ଟି ଜିଲ୍ଲାରୁ ମୋଟ୍ 527 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 215ଜଣ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ 78, ଖୋର୍ଦ୍ଧାରୁ 50, ବାଲେଶ୍ବରରୁ 27, ଯାଜପୁରରୁ 25 ବଲାଙ୍ଗିରରୁ 21, ନୟାଗଡରୁ 18, କଟକରୁ 17, ପୁରୀରୁ 16, ମୟୂରଭଞ୍ଜ 10, କେଉଁଝରରୁ 7, କୋରାପୁଟରୁ 6, କେନ୍ଦ୍ରାପଡା ଓ ସୋନପୁରରୁ 5 ଜଣ ଲେଖାଏଁ ରହିଛନ୍ତି ।, ନୂଆପଡା, ଝାରସଗୁଡା ଓ ଜଗତସିଂହପୁର 4 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ମାଲ୍କାନଗିରି, ନବରଙ୍ଗପୁର ଓ ଗଜପତିରୁ 3, ଭଦ୍ରକରୁ2, ରାୟଗଡା, ସମ୍ବଲପୁର. ଅନୁଗୁଳ,ଢେଙ୍କାନାଳ, ବରଗଡରୁ ଜଣେ ଲେଖାଏଁ ରହିଛନ୍ତି ।