ନିଯୁକ୍ତି କଟକଣା ଉପରେ ଅର୍ଥ ବିଭାଗର ସ୍ପଷ୍ଟୀକରଣ, ଜାରି ରହିବ ସରକାରୀ ନିଯୁକ୍ତି କାର୍ଯକ୍ରମ

Published: Jul 8, 2020, 4:17 pm IST

ଭୁବନେଶ୍ବର, କରୋନା ଯୋଗୁଁ ସୃଷ୍ଟି ହୋଇଥିବା ଆର୍ଥିକ ସଂକଟ କାରଣରୁ ରାଜ୍ୟ ସରକାର ଗତକାଲି ନିଯୁକ୍ତି ନେଇ ଯେଉଁ କଟକଣା ଲାଗୁ କରିଥିଲେ ତାହାକୁ ନେଇ ଦ୍ବିଧା ଉପୁଜିବାରୁ ଅର୍ଥ ବିଭାଗ ପକ୍ଷରୁ ଆଜି ସ୍ପଷ୍ଟୀକରଣ ଦେଇଛନ୍ତି। ଚାଲୁ ରହିଥିବା ସମସ୍ତ ସରକାରୀ ନିଯୁକ୍ତି କାର୍ଯ୍ୟକ୍ରମ ଜାରି ରହିବ। ଖାଲି ପଡୁଥିବା ସମସ୍ତ ସରକାରୀ ପଦବୀରେ ମଧ୍ୟ ନିଯୁକ୍ତି ଦିଆଯିବ। କେବଳ ନୂଆ ପଦବୀ ସୃଷ୍ଟି ଉପରେ ସାମୟିକ କଟକଣା ଜାରି କରାଯାଇଛି ବୋଲି ଅର୍ଥ ବିଭାଗ ଆଜି ଜାରି କରିଥିବା ସ୍ପଷ୍ଟୀକରଣରେ ଉଲ୍ଲେଖ କରିଛି।

କରୋନା ସଂକଟ ଦୃଷ୍ଚିରୁ ଦୁଇ ବର୍ଷ ଯାଏଁ କୌଣସି ବିଭାଗରେ ନୂଆ ପଦବୀ ସୃଷ୍ଟି ହେବ ନାହିଁ। କେବଳ ସ୍ବାସ୍ଥ୍ୟ ଓ ପରିବାର ବିଭାଗରେ ନୂଆ ପଦବୀ ବାହାରି ନିଯୁକ୍ତି ଦିଆଯାଇପାରିବ ବୋଲି ଗତକାଲି ଅର୍ଥ ବିଭାଗ ପ୍ରକାଶ କରିଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ବିରୋଧ ହେବାରୁ ଏବଂ ଆଜି କଂଗ୍ରେସ ଦଳ ପକ୍ଷରୁ ଏହାକୁ ରାଜଧାନୀରେ ବିରୋଧ କରି ପ୍ରତିବାଦ କରିବା ପରେ ଅର୍ଥ ବିଭାଗର ଏହି ସ୍ପଷ୍ଟୀକରଣ ଆସିଛି।

Related posts