ଜୁଲାଇ 11 ଓ 13ରେ ସିବିଏସଇ ରେଜଲଟ୍, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଶ୍ବସ୍ତି

Published: Jul 9, 2020, 4:33 pm IST

ନୂଆଦିଲ୍ଲୀ, ଜୁଲାଇ 11 ଓ 13 ତାରିଖରେ ସିବିଏସଇ ରେଜଲଟ୍ ପ୍ରକାଶ ପାଇବ। ଜୁଲାଇ 11 ତାରିଖରେ ପ୍ରକାଶ ପାଇବ ଦ୍ବାଦଶ ରେଜଲ୍ଟ। ଏହାର ଦୁଇ ଦିନ ପରେ ଜୁଲାଇ 13 ତାରିଖରେ ପ୍ରକାଶ ପାଇବ ଦଶମ ଶ୍ରେଣୀ ରେଜଲ୍ଟ। ରେଜଲ୍ଟ ପ୍ରକାଶ ତାରିଖ ଦିନ ଧାର୍ଯ୍ୟ ନେଇ ସିବିଏସଇ ପକ୍ଷରୁ ଆଜି ସୂଚନା ଦିଆଯାଇଛି। ସମସ୍ତ ପରୀକ୍ଷା ଫଳ ସିବିଏସଇ ୱେବସାଇଟରେ ଦିନ 4ଟାରେ ପ୍ରକାଶ ପାଇବ।

ସିବିଏସଇର ଏହି ଘୋଷଣା ପରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଆଶ୍ବସ୍ତି ପ୍ରକାଶ ପାଇଛି। କାରଣ କରୋନା ମହାମାରୀ ନେଇ ପରୀକ୍ଷା ଫଳ ଘୋଷଣାରେ କାଳେ ବିଳମ୍ବ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇ ଆସୁଥିଲା। ଆଭେରେଜ ମାର୍କିଂ ଜରିଆରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ।

Related posts