ଆଜି ରାଜ୍ୟରେ ସର୍ବାଧିକ 401 ସୁସ୍ଥ, ଗଂଜାମରୁ 100, ଜାଣନ୍ତୁ ଅନ୍ୟ କେଉଁ ଜିଲ୍ଲାରୁ କେତେ

Published: Jul 9, 2020, 6:09 pm IST

ଭୁବନେଶ୍ବର, ଆଜି ରାଜ୍ୟରେ ସର୍ବାଧିକ 401 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସବୁ ଦିନ ପରି ଆଜି ବି ଗଂଜାମ ଜିଲ୍ଲାରୁ ସର୍ବାଧିକ 100 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଜପତି 67, କଟକ 42, ଯାଜପୁର 32, ଦେବଗଡ଼ 19, କୋରାପୁଟ 18, ଖୋର୍ଦ୍ଧା 15, ବରଗଡ଼ ଓ ଭଦ୍ରକରୁ 14 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ବାଲେଶ୍ବରରୁ 12, କେନ୍ଦୁଝର ଓ ମାଲକାନଗିରିରୁ 10 ଲେଖାଏଁ, ଜଗତସିଂହପୁର 9, ଝାରସୁଗୁଡ଼ା ଓ ମୟୂରଭଞ୍ଜରୁ 7 ଜଣ ଲେଖାଏଁ ସୁସ୍ଥ ହୋଇଥିବା ଜଣାଯାଇଛି। କନ୍ଧମାଳରୁ 6, ନୟାଗଡ଼ ଓ ସମ୍ବଲପୁରରୁ 5 ଲେଖାଏଁ, ନବରଙ୍ଗପୁର 4,କେନ୍ଦ୍ରାପଡ଼ା , ଢେଙ୍କାନାଳରୁ 2 ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Related posts