ଅଯୋଧ୍ୟା ମାମଲା ମଧ୍ୟସ୍ଥତା କମିଟି ଆଗରେ ୨୫ଜଣ ହାଜର

Published: Mar 13, 2019, 4:50 pm IST

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ କୋର୍ଟ ଦ୍ବାରା ନିଯୁକ୍ତ  ମଧ୍ୟସ୍ଥତା କମିଟି ନିକଟରେ ୨୫ଜଣ  ପକ୍ଷ ଓ ପ୍ରତିପକ୍ଷ ସେମାନଙ୍କ ଓକିଲମାନଙ୍କ ସହ ଆଜି ହାଜର ହୋଇଛନ୍ତି । ଫୈଜାବାଦ ପ୍ରଶାସନ ପକ୍ଷରୁ  ଏମାନଙ୍କୁ ହାଜର ହେବାପାଇଁ ନୋଟିସ ଜାରି କରାଯାଇଥିଲା । ମଧ୍ୟସ୍ଥତା ଚାଲିଥିବା ଅବଧ ବିଶ୍ବବିଦ୍ୟାଳୟ ପରିସରକୁ ଏମାନଙ୍କ ବ୍ୟତୀତ ଅନ୍ୟ କାହାକୁ ଛଡାଯାଉନାହି ଁ । ବିଶ୍ବବିଦ୍ୟାଳୟ ପରିସରରେ  କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଫୈଜାବାଦ ଜିଲ୍ଲା ମାଜିଷ୍ଟ୍ରେଟ ଅନୁଜ କୁମାର ଝା କହିଛନ୍ତି । ଏହି ତିନିଜଣିଆ କମିଟିରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ କଲିଫୁଲ୍ଲା, ବରିଷ୍ଠ ଆଇନଜୀବୀ ଶ୍ରୀରାମ ପଞ୍ଚୁ ଓ ଆଧ୍ୟାତ୍ମିକ ଗୁରୁ  ଶ୍ରୀ ଶ୍ରୀ ରବିଶଙ୍କର ଉପସ୍ଥିତ ଅଛନ୍ତି ।

Related posts