ଆଜି ରାଜ୍ୟରେ ସୁସ୍ଥ ହେଲେ ସର୍ବାଧିକ 565 ଜଣ କରୋନା ଆକ୍ରାନ୍ତ, ପଢନ୍ତୁ କେଉଁ ଜିଲ୍ଲାରୁ କେତେ

Published: Jul 10, 2020, 7:01 pm IST

ଭୁବନେଶ୍ବର, ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ, ଆଶ୍ବସ୍ତିର ଖବର ଯେ ଆରୋଗ୍ୟ ସଂଖ୍ୟା ମଧ୍ୟ ପ୍ରତିଦିନ ବଢିବାରେ ଲାଗିଛି। ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ 565 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ସର୍ବାଧିକ 185 ଜଣ ସୁସ୍ଥ ହୋଇଛନ୍ତି। ଏହା ପଛକୁ ରାୟଗଡ଼ାରୁ 85, ବଲାଙ୍ଗିର 45, କଟକରୁ 32 ସୁସ୍ଥ ହୋଇଛନ୍ତି।

ମାଲକାନଗିରିରୁ 30, ବରଗଡ଼ ଓ ସୁନ୍ଦରଗଡ଼ରୁ 24 ଲେଖାଏଁ, ଅନୁଗୁଳରୁ 23, ବାଲେଶ୍ବର ଓ ଜଗତସିଂହପୁରରୁ 17 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ 15, ଯାଜପୁରରୁ 13, କେନ୍ଦ୍ରାପଡ଼ାରୁ 10, ଗଜପତି, ଝାରସୁଗୁଡ଼ା ଓ ନବରଙ୍ଗପୁରରୁ 8 ଲେଖାଏଁ ସୁସ୍ଥ ହୋଇଛନ୍ତି। ମୟୂରଭଞ୍ଜରୁ 7, ଭଦ୍ରକରୁ 4, ପୁରୀରୁ 3, ଢେଙ୍କାନାଳ ଓ କେନ୍ଦୁଝରରୁ 2 ଲେଖାଏଁ ସୁସ୍ଥ ହୋଇଛନ୍ତି।

ଆଜି ରାଜ୍ୟରେ 25ଟି ଜିଲ୍ଲାରୁ 755 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗଂଜାମ ଜିଲ୍ଲାରେ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ସ୍ଥିିତି ସଂଗୀନ ହେବାରେ ଲାଗିଛି।

Related posts