ଦିଲ୍ଲୀ ଏମ୍ସ ହସ୍ପିଟାଲର 10ମହଲା ଛାତରୁ ଡେଇଁ ମୃତ୍ୟୁବରଣ କଲେ ଜୁନିଅର୍ ଡାକ୍ତର

Published: Jul 11, 2020, 9:22 am IST

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସ ହସ୍ପିଟାଲର 10 ମହଲା ତଳକୁ ଡେଇଁଛନ୍ତି ଜଣେ ଜୁନିଅର ଡାକ୍ତର ।   ଜଣେ 25ବର୍ଷୀୟ ଜୁନିୟର ଡାକ୍ତର ହସ୍ପିଟାଲର 10 ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବାର ସୂଚନା ରହିଛି । ମୃତ୍ୟୁବରଣ କରିଥିବା ଡାକ୍ତର ଜଣକ ମନୋବିଜ୍ଞାନ ବିଭାଗର ଜୁନିଅର ଡାକ୍ତର ରୂପେ କାର୍ଯ୍ୟରତ ଥିଲେ ।

ଗତକାଲି ଅପରାହ୍ନ 5ଟା ବେଳେ ଏହି ଘଟଣା ଘଟିଥିବାର ସୂଚନା ମିଳିଛି। ତେବେ ଏହି ଡାକ୍ତର କାହିଁକି ଛାତରୁ ଡେଇଁଲେ ଜଣାପଡ଼ିନାହିଁ। ତେବେ ଡାକ୍ତର ଜଣକ ଡିପ୍ରେସନରେ ଥିବା କାରଣରୁ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଗତ 6ତାରିଖରେ ଦିଲ୍ଲୀସ୍ଥିତ ଏମ୍ସ ଟ୍ରମା ସେଣ୍ଟରରେ ଜଣେ କରୋନା ସଂକ୍ରମିତ ସାମ୍ବାଦିକ ଚାରି ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। (ଏଜେନ୍ସି)

Related posts