ଆଜି ପୁଣି 5ଜଣଙ୍କ ଜୀବନ ନେଲା କରୋନା : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 61କୁ ବୃଦ୍ଧି

Published: Jul 11, 2020, 11:15 am IST

ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି 5ଜଣଙ୍କ ମୁଣ୍ଡ ନେଇଛି କରୋନା । ଗଞ୍ଜାମରୁ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବର, ପୁରୀ ଓ କଟକରୁ ଜଣେ ଲେଖାଏଁ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଗଞ୍ଜାମରୁ ସର୍ବାଧିକ ଦୁଇଜଣଙ୍କର ମୃତ୍ୟୁ ହୋଇଛି ।  ଗଞ୍ଜାମ ଜିଲ୍ଲାରେ ମୃତ୍ୟୁବରଣ କରିଥିବା ଦୁଇ ମୃତକଙ୍କ ବୟସ ଯଥାକ୍ରମେ 55 ଓ 72 ବର୍ଷ ବୋଲି ଜଣାପଡିଛି । ସେହିପରି ପୁରୀ ଜିଲ୍ଲାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 70 ବର୍ଷ ଥିବାବେଳେ  ସେ ଡାଇବେଟିସ୍‌ ଓ ହାଇପର୍ଟେନସନ୍‌ ପୀଡ଼ିତ ଥିଲେ । ସେହିପରି ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତ ଜଣକ 56 ବର୍ଷୀୟା ମହିଳା ବୋଲି ସୂଚନା ରହିଛି । ସେ ମଧ୍ୟ ଡାଇବେଟିସ୍‌ରେ ପୀଡ଼ିତ ଥିଲେ । କଟକରୁ ମୃତ୍ୟୁ ବରଣ କରିଥିବା ଆକାନ୍ତଙ୍କ ବୟସ 46 ବର୍ଷ ବୋଲି ଜଣାପଡିଛି ।

ଏବେ ସୁଦ୍ଧା ଗଞ୍ଜାମରୁ ସର୍ବାଧିକ 36ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଭୁବନେଶ୍ବରରେ ମୃତକଙ୍କ ସଂଖ୍ୟା 8ରେ ପହଞ୍ଚିଛି । କଟକରେ ମୃତକଙ୍କ ସଂଖ୍ୟା 6ର ପହଞ୍ଚିଥିବାବେଳେ ପୁରୀ ଜିଲ୍ଲାରେ ଏହା 2କୁ ବୃଦ୍ଧି ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 61କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ସୁଦ୍ଧା 18 ଜଣ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ସେହିପରି ଆଜି ଅନ୍ୟ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ କେନ୍ଦ୍ରାପଡା ଜିଲ୍ଲାର ହୋଇଥିବାବେଳେ ସେ ବ୍ରେନ୍‌ ଟ୍ୟୁମରରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Related posts