
ଭୁବନେଶ୍ବର, କରୋନା ସମୟରେ ମାସ୍କ ବ୍ୟବହାରକୁ ନେଇ ମଧ୍ୟ ସତର୍କ ରହିବା ଉଚିତ୍। ପୁରୁଣା ମାସ୍କ କ’ଣ କରିବେ ତାହା ବି ଜାଣିବା ଉଚିତ୍। ଦିନିକିଆ ମାସ୍କ ବ୍ୟବହାର କରୁଥିଲେ ବ୍ୟବହାର ପରେ ଏହାକୁ ପୋତି ଦିଅନ୍ତୁ କିମ୍ବା ପୋଡ଼ି ଦିଅନ୍ତୁ। ଯଦି ସବୁଦିନିଆ ମାସ୍କ ବ୍ୟବହାର କରୁଛନ୍ତି ତେବେ ଏହାକୁ ନିୟମିତ ଭାବେ ଧୋଇ ଏବଂ ଖରାରେ ଅତି କମରେ ପାଞ୍ଚ ଘଣ୍ଟା ଶୁଖେଇବା ପରେ ବ୍ୟବହାର କରନ୍ତୁ। ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଜରିଆରେ ଏଭଳି ପରାମର୍ଶ ଦିଆଯାଇଛି।