ରାଜ୍ୟରେ ଆଜି 388 କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

Published: Jul 11, 2020, 6:16 pm IST

ଭୁବନେଶ୍ବର, ରାଜ୍ୟରେ ଆଜି ଆଉ 388 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ଏହି ସଂଖ୍ୟାକୁ ମିଶାଇ ଏଯାବତ କରୋନାରୁ 8 ହଜାର 360 ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ଦେଇଛି। ଗଂଜାମ ଜିଲ୍ଲାରୁ ସର୍ବାଧିକ 187 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ 37, କେନ୍ଦୁଝରରୁ 31, ଯାଜପୁରରୁ 27, କଟକରୁ 26, ନୟାଗଡ଼ରୁ 18, ପୁରୀରୁ 16, ସମ୍ବଲପୁରରୁ 14, ବାଲେଶ୍ବରରୁ 11, ଅନୁଗୁଳରୁ 8 ସୁସ୍ଥ ହୋଇଛନ୍ତି। କେନ୍ଦ୍ରାପଡ଼ାରୁ 6,ଗଜପତି ଓ ଝାରସୁଗୁଡାରୁ 2 ଲେଖାଏଁ ସୁସ୍ଥ ହୋଇଛନ୍ତି। ବରଗଡ଼, ଭଦ୍ରକ ଓ ଦେବଗଡ଼ରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି।

Related posts