କରୋନାରେ ବିଏମ୍‌ସି ଆସିଷ୍ଟାଣ୍ଟ କମିଶନରଙ୍କ ମୃତ୍ୟୁ

Published: Jul 12, 2020, 8:44 am IST

ମୁମ୍ବାଇ : ମୁମ୍ବାଇ ମହାନଗର ପାଳିକା (ବିଏମ୍‌ସି)ର 57 ବର୍ଷୀୟ ସହାୟକ ନଗର ଆୟୁକ୍ତ (ଓ୍ବାର୍ଡ ଅଧିକାରୀ)ଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ରବିବାର ଦିନ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ମାର୍ଚ୍ଚମାସରୁ ସେ କରୋନ ବିରୋଧ ଲଢେଇରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ।

କରୋନା ଯୋଗୁଁ ଏ ପର୍ଯ୍ୟନ୍ତ ପ୍ରାୟ 100 ଜଣ ବିଏମ୍‌ସି କର୍ମଚାରୀମାନେ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦୁଇହଜାରରୁ ଉଦ୍ଧ୍ବ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ମୃତ ବିଏମ୍‌ସି ଆସିଷ୍ଟାଣ୍ଟ କମିଶନରଙ୍କ ନାମ ଅଶୋକ ଖୈନାର୍‌ ଥିଲା ବୋଲି ସୂଚନା ରହିଛି । ଅଶୋକ ଗ୍ରେଟର ମୁମ୍ବାଇ ମହାନଗର ନିଗମର ଆସିଷ୍ଟାଣ୍ଟ କମିଶନର ପଦ ସମ୍ଭାଳି ଥିଲେ । ଫୋର୍ଟିସ୍‌ ହସ୍ପିଟାଲରେ ତାଙ୍କର ଚିକିତ୍ସା ହେଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ପରିବାରରେ ପତ୍ନୀ ଓ ଦୁଇ ସନ୍ତାନ ବ୍ୟତୀତ ଅନ୍ୟମାନେ ରହିଥିଲେ ।

ବିଏମ୍‌ସିରର ପୂର୍ବ ଓ୍ବାର୍ଡରେ 24 ପ୍ରଶାସନିକ ବିଭାଗ ରହିଛି । ଏହି ଓ୍ବାର୍ଡରେ ଖୈରନାର୍‌ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଥିଲେ । ଏହି ଓ୍ବାର୍ଡରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୂର୍ବାପେକ୍ଷା ଅଧିକ ହ୍ରାସ କରାଇବାରେ ଖୈରାନଙ୍କ ମୁଖ୍ୟ ଭୂମିକା ଥିଲା । କିନ୍ତୁ କରୋନା ପାଇଁ ଲଢି ଲଢି ଶେଷରେ କରୋନା ଯୋଦ୍ଧାଙ୍କ ପରଲୋକ ହୋଇଯାଇଛି ।

ଖୈରନାର୍‌ ଧୁଲେ ନଗର ନିଗମର ମୋହଦୀ ବାସିନ୍ଦା ହୋଇଥିବାବେଳେ  1988 ମସିହାରୁ ସେ ମୁମ୍ବାଇ ନଗର ନିଗମରେ କାର୍ଯ୍ୟରତ ଥିଲେ । ଜାନୁଆରୀ 2018ରୁ ସେ ଆସିଷ୍ଟାଣ୍ଟ କମିଶନର ପଦରେ ନିଯୁକ୍ତ ହୋଇଥିଲେ ।  ପୂର୍ବରୁ ଉତ୍ତର ବିଭାଗରେ ବେଶ୍‌ ଭଲ କାର୍ଯ୍ୟ କରିଥିବାବେଳେ ତାଙ୍କୁ ଅଫିସର୍‌ ଅଫ୍‌ ଦ ମନ୍ଥ୍‌ର ସମ୍ମାନ ଦିଆଯାଇଥିଲା । ଏହା ପରେ ତାଙ୍କୁ ଆସିଷ୍ଟାଣ୍ଟ କମିଶନର ପଦରେ ନିଯୁକ୍ତ ଦିଆଯାଇଥିଲା ।

Related posts