ରାଜସ୍ଥାନ ରାଜନୀତି : ରଘୁବୀର ମୀନା ହୋଇପାରନ୍ତି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ

Published: Jul 13, 2020, 9:18 am IST

ରାଜସ୍ଥାନ : ମଧ୍ୟପ୍ରଦେଶ ପରେ ରାଜସ୍ଥାନ ସରକାରରେ ଚାଲିଛି ହାଇଭୋଲ୍‌ଟେଜ ଡ୍ରାମା । ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥନ ପ୍ରତ୍ୟାହାର ପରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଧୂଳି ଚାଟିଥିଲା । ଏବେ ସେହି ସମାନ ଢଙ୍ଗରେ ରାଜସ୍ଥାନ ରାଜନୀତି ଚାଲିଛି । ସଚିନ୍‌ ପାଇଲଟ୍‌ ନରାଜା ହେବା ଫଳରେ ଏବେ ଗେହେଲଟଙ୍କ ଚୌକି ଉପରେ ଗ୍ରହଣ ଲାଗିଛି । ଅପରପକ୍ଷରେ ଗେହେଲଟ୍‌ ମଧ୍ୟ ଆକ୍ସନ୍‌ ମୁଡରେ ରହିଛନ୍ତି । ମିଳିଥିବା ସୂଚନା ଅନୁସାରେ ସଚିନ୍‌ ପାଇଲଟ୍‌ଙ୍କ ସ୍ଥାନରେ ରଘୁବର ମୀନାଙ୍କୁ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ହୋଇପାରନ୍ତି ।

ରଘୁବୀର ମୀନା ରାଜସ୍ଥାନ ରାଜନୀତିରେ ଏପରି ଏକ ନେତା ଯିଏକି ସରପଞ୍ଚ ନିର୍ବାଚନରୁ ଜିତି ଜିତି ବିଧାନସଭା ଓ ଲୋକସଭା ନିର୍ବାଚନରେ ଜିତିଛନ୍ତି । 1988 ମସିହାରେ ରଘୁବୀର ମୀନା ଉଦୟପୁର ଜିଲ୍ଲାର ସାରଦା ତହସିଲ ଅନ୍ତର୍ଗତ ବାଲି ଗ୍ରାମ ପଞ୍ଚାୟତ ଖାରବରର ସରପଞ୍ଚ ହୋଇଥିଲେ । ପରେ ପରେ ସେ 61 ବର୍ଷରେ  1993 ମସିହାରେ ସାରଦା ବିଧାନସଭା ଆସନରୁ ଜିତିଥିଲେ । 2008 ପର୍ଯ୍ୟନ୍ତ ଲଗାତାର ଏହି ଆସନରୁ ଜିତିବା ସହିତ ଗେହେଲଟ୍‌ ସରକାରରେ ମଧ୍ୟ ମଧ୍ୟ ହୋଇଥିଲେ ।

2005ରୁ 2011 ପର୍ଯ୍ୟନ୍ତ ରାଜସ୍ଥାନ କଂଗ୍ରେସର ମହାସଚିବ ମଧ୍ୟ ରହିଥିଲେ ରଘୁବୀର ମୀନା । 2009ରେ ଲୋକସଭା ଆସନରେ ମଧ୍ୟ ଜିତ୍‌ ହାସଲ କରିଥିଲେ ।

ରଘୁବୀର ମିନା ଗ୍ରାମ ପଞ୍ଚାୟତଠାରୁ ଆରମ୍ଭ କରି ବିଧାନସଭା, ଲୋକସଭା, ୟୁଥ୍‌ କଂଗ୍ରେସ, ପ୍ରଦେଶ କଂଗ୍ରେସରେ ମଧ୍ୟ ନିଜର ଯୋଗଦାନ ରଖିଛନ୍ତି । କଂଗ୍ରେସ ଓ୍ବାର୍କିଂ କମିଟିରେ ମଧ୍ୟ ସଦସ୍ୟ ରୂପେ ସୁଯୋଗ ପାଇଥିବା ରଘୁବୀର  ଚାରି ଥର ବିଧାୟକ ରହିଥିବାବେଳେ ଉଦୟପୁର ସାଂସଦ ମଧ୍ୟ ହୋଇଛନ୍ତି ।

Related posts