ସଚିନ୍‌ ଏବେ ବିଜେପିରେ : ପିଏଲ୍‌ ପୁନିଆ

Published: Jul 13, 2020, 11:16 am IST

ଜୟପୁର : ରାଜସ୍ଥାନ ରାଜନୀତିରେ ହାଇଭୋଲଟେଜ୍‌ ଡ୍ରାମା ଚାଲିଥିବା ବେଳେ କଂଗ୍ରେସ ନେତା ପିଏଲ୍‌ ପୁନିଆଙ୍କ  ବୟାନ ଏବେ ଚର୍ଚ୍ଚାକୁ ଆସିଛି। ପିଏଲ୍‌ ପୁନିଆ କହିଛନ୍ତି ଯେ, ସଚିନ୍‌ ପାଇଲଟ ଏବେ ବିଜେପିରେ ରହିଛନ୍ତି । ତେବେ ଔପଚାରିକ ଭାବେ ସଚିନ୍‌ ପାଇଲଟ୍‌ ନିଜକୁ କଂଗ୍ରେସ ଦଳରୁ ଅଲଗା କରିନାହାନ୍ତି ।

ଛତିଶଗଡ ପ୍ରଦେଶ କଂଗ୍ରେସ ପ୍ରଭାରୀ ପିଏଲ୍‌ ପୁନିଆ କହିଛନ୍ତି ଯେ, ସଚିନ ପାଇଲଟ୍‌ ଏବେ ଭାରତୀୟ ଜନତା ପାର୍ଟିରେ ରହିଛନ୍ତି ।  ସେହିପରି କଂଗ୍ରେସ ପ୍ରତି ବିଜେପରି ଆଭିମୁଖ୍ୟକୁ ସମେସ୍ତ ଜାଣିଛନ୍ତି । ଆମେ ବିଜେପିଠାରୁ ପ୍ରମାଣପତ୍ର ଚାହୁଁନୁ । କଂଗ୍ରେସ ଦଳ ସମସ୍ତ ନେତା ତଥା କାର୍ଯ୍ୟକର୍ତ୍ତାଙ୍କୁ ସମ୍ମାନ ଦେଇଥାଏ ।

ଆଜି ଜୟପୁରଠାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ୍‌ଙ୍କ ଆବାସଠାରେ କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ । ଏହା ପୂର୍ବରୁ କଂଗ୍ରେସ ହ୍ବିପ୍‌ ଜାରି କରିଛି। ଯେଉଁ ବିଧାୟକମାନେ ଏହି ବୈଠକରେ ଯୋଗ ନ ଦେବେ ସେମାନଙ୍କୁ ଦଳରୁ ବାହାର କରାଯିବ ବୋଲି ଶୁଣିବାକୁ ମିଳିଛି ।  ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ସଚିନ୍‌ ପାଇଲଟ୍‌ ଏହି ବୈଠକରେ ସାମିଲ୍‌ ହେବେ ନାହିଁ ବୋଲି ସୂଚନା ରହିଛି ।

ଅପରପକ୍ଷରେ କଂଗ୍ରେସର ମହାସଚିବ ତଥା ରାଜସ୍ଥାନ ପ୍ରଭାବରୀ ଅବିନାଶ ପାଣ୍ଡେ ପାଇଲଟ୍‌କୁ ନିଜ ଦଳର ନେତା ବୋଲି କହିବା ସହ ଗେହଲଟ୍‌ଙ୍କ ସମର୍ଥନରେ 110 ବିଧାୟକ ରହିଛନ୍ତି ବୋଲି କହିଛନ୍ତି ।

ସଚିନ୍‌ ପାଇଲଟ୍‌ ଏବେ ଦିଲ୍ଲୀରେ ରହିଥିବା ବେଳେ ସେ ଖୋଲାଖୋଲି ଦଳ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । କଂଗ୍ରେସ ଦଳର 30 ବିଧାୟକ ଓ ଅନ୍ୟ ନିର୍ଦ୍ଦଳୀୟ ସଦସ୍ୟଙ୍କ ସମର୍ଥନ ତାଙ୍କ ସହିତ ରହିଛି ବୋଲି ପାଇଲଟ୍‌ କହିଛନ୍ତି ।  ତେବେ ରାଜସ୍ଥାନ ରାଜନୀତିର ସମୀକରଣ କଣ ହେଉଛି, ତାହା ଆଗାମୀ ସମୟ କହିବ ।  ସେହିପରି ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଂକଟକୁ ନେଇ ବିଜେପି ଓ୍ବେଟ୍‌ ଆଣ୍ଡ ଓ୍ବାଚ୍‌ ମୁଦ୍ରାରେ ରହିଛି ।

Related posts