Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଚିନ୍‌ ଏବେ ବିଜେପିରେ : ପିଏଲ୍‌ ପୁନିଆ
ଆଜିର ଖବର

ସଚିନ୍‌ ଏବେ ବିଜେପିରେ : ପିଏଲ୍‌ ପୁନିଆ

July 13, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଜୟପୁର : ରାଜସ୍ଥାନ ରାଜନୀତିରେ ହାଇଭୋଲଟେଜ୍‌ ଡ୍ରାମା ଚାଲିଥିବା ବେଳେ କଂଗ୍ରେସ ନେତା ପିଏଲ୍‌ ପୁନିଆଙ୍କ  ବୟାନ ଏବେ ଚର୍ଚ୍ଚାକୁ ଆସିଛି। ପିଏଲ୍‌ ପୁନିଆ କହିଛନ୍ତି ଯେ, ସଚିନ୍‌ ପାଇଲଟ ଏବେ ବିଜେପିରେ ରହିଛନ୍ତି । ତେବେ ଔପଚାରିକ ଭାବେ ସଚିନ୍‌ ପାଇଲଟ୍‌ ନିଜକୁ କଂଗ୍ରେସ ଦଳରୁ ଅଲଗା କରିନାହାନ୍ତି ।

ଛତିଶଗଡ ପ୍ରଦେଶ କଂଗ୍ରେସ ପ୍ରଭାରୀ ପିଏଲ୍‌ ପୁନିଆ କହିଛନ୍ତି ଯେ, ସଚିନ ପାଇଲଟ୍‌ ଏବେ ଭାରତୀୟ ଜନତା ପାର୍ଟିରେ ରହିଛନ୍ତି ।  ସେହିପରି କଂଗ୍ରେସ ପ୍ରତି ବିଜେପରି ଆଭିମୁଖ୍ୟକୁ ସମେସ୍ତ ଜାଣିଛନ୍ତି । ଆମେ ବିଜେପିଠାରୁ ପ୍ରମାଣପତ୍ର ଚାହୁଁନୁ । କଂଗ୍ରେସ ଦଳ ସମସ୍ତ ନେତା ତଥା କାର୍ଯ୍ୟକର୍ତ୍ତାଙ୍କୁ ସମ୍ମାନ ଦେଇଥାଏ ।

ଆଜି ଜୟପୁରଠାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ୍‌ଙ୍କ ଆବାସଠାରେ କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ । ଏହା ପୂର୍ବରୁ କଂଗ୍ରେସ ହ୍ବିପ୍‌ ଜାରି କରିଛି। ଯେଉଁ ବିଧାୟକମାନେ ଏହି ବୈଠକରେ ଯୋଗ ନ ଦେବେ ସେମାନଙ୍କୁ ଦଳରୁ ବାହାର କରାଯିବ ବୋଲି ଶୁଣିବାକୁ ମିଳିଛି ।  ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ସଚିନ୍‌ ପାଇଲଟ୍‌ ଏହି ବୈଠକରେ ସାମିଲ୍‌ ହେବେ ନାହିଁ ବୋଲି ସୂଚନା ରହିଛି ।

ଅପରପକ୍ଷରେ କଂଗ୍ରେସର ମହାସଚିବ ତଥା ରାଜସ୍ଥାନ ପ୍ରଭାବରୀ ଅବିନାଶ ପାଣ୍ଡେ ପାଇଲଟ୍‌କୁ ନିଜ ଦଳର ନେତା ବୋଲି କହିବା ସହ ଗେହଲଟ୍‌ଙ୍କ ସମର୍ଥନରେ 110 ବିଧାୟକ ରହିଛନ୍ତି ବୋଲି କହିଛନ୍ତି ।

ସଚିନ୍‌ ପାଇଲଟ୍‌ ଏବେ ଦିଲ୍ଲୀରେ ରହିଥିବା ବେଳେ ସେ ଖୋଲାଖୋଲି ଦଳ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । କଂଗ୍ରେସ ଦଳର 30 ବିଧାୟକ ଓ ଅନ୍ୟ ନିର୍ଦ୍ଦଳୀୟ ସଦସ୍ୟଙ୍କ ସମର୍ଥନ ତାଙ୍କ ସହିତ ରହିଛି ବୋଲି ପାଇଲଟ୍‌ କହିଛନ୍ତି ।  ତେବେ ରାଜସ୍ଥାନ ରାଜନୀତିର ସମୀକରଣ କଣ ହେଉଛି, ତାହା ଆଗାମୀ ସମୟ କହିବ ।  ସେହିପରି ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଂକଟକୁ ନେଇ ବିଜେପି ଓ୍ବେଟ୍‌ ଆଣ୍ଡ ଓ୍ବାଚ୍‌ ମୁଦ୍ରାରେ ରହିଛି ।

sachinpiolt
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ମତ୍ସ୍ୟ ସମ୍ପଦ ଯୋଜନା

July 22, 2026

ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ରାଜ୍ୟ ନିର୍ବାଚନ ଆୟୁକ୍ତ

July 22, 2026

ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

July 22, 2026

ଆଜି ଜୁଲାଇ ୨୨ ତାରିଖ ବୁଧବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2026
Latest News

ଓଡ଼ିଶାରେ ମତ୍ସ୍ୟ ସମ୍ପଦ ଯୋଜନା

July 22, 2026

ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ରାଜ୍ୟ ନିର୍ବାଚନ ଆୟୁକ୍ତ

July 22, 2026

ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

July 22, 2026

ଆଜି ଜୁଲାଇ ୨୨ ତାରିଖ ବୁଧବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2026

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.