କୌଣସି ସଂସ୍ଥା ଚାହିଁଲେ ଖୋଲି ପାରିବେ କୋଭିଡ୍ କେୟାର ହୋମ୍, ମିଳିବ ସର୍ତ୍ତମୂଳକ ଅନୁମତି

Published: Jul 13, 2020, 6:29 pm IST

ଭୁବନେଶ୍ବର, ଯେ କୌଣସି ସଂସ୍ଥା ଚାହିଁଲେ ଖୋଲି ପାରିବେ କୋଭିଡ୍ କେୟାର ହୋମ୍ । ଘରୋଇ ଅନୁଷ୍ଠାନ, ଘରୋଇ କମ୍ପାନି କିମ୍ବା ଯେକୌଣସି ସଂସ୍ଥା ଚାହିଁଲେ କୋଭିଡ୍ କେୟାର ହୋମ୍ ଖୋଲି ପାରିବେ। ତେବେ ନିଜ ସଂସ୍ଥାର କର୍ମଚାରୀଙ୍କ ସୁବିଧା ଏବଂ ସୁସ୍ଥ ମାନସିକ ସ୍ଥିରତା ପାଇଁ ଛୋଟ, ବଡ ସଂସ୍ଥାମାନେ ନିଜେ ଏମିତି ଆଇସୋଲେସନ ସେଣ୍ଟର ଖୋଲି ସେମାନଙ୍କ କର୍ମଚାରୀଙ୍କୁ ରଖି ଚିକିତ୍ସା କରାଇପାରିବେ।

ଓଡ଼ିଶାର ସବୁ ପୌରାଞ୍ଚଳ, ଭୁବନେଶ୍ୱର ଏବଂ ଝାରସୁଗୁଡା ବିମାନ ବନ୍ଦର, ଇଷ୍ଟ କୋଷ୍ଟ ରେଲୱର ସବୁ ସେଣ୍ଟରରେ, ପାରାଦୀପ, ଧାମରା, ଗୋପାଳପୁର ବନ୍ଦରରେ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଧାର୍ମିକ ସଂସ୍ଥା ଓ ଆପାର୍ଟମେଣ୍ଟ ସୋସାଇଟି ଯଦି ଚାହିଁବେ ନିଜ ସୁବିଧାରେ କୋଭିଡ୍ କେୟାର ସେଣ୍ଟର ଖୋଲିପାରିବେ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି।

ତେବେ ସରକାରଙ୍କ ଠାରୁ ସେମାନଙ୍କୁ ଆବଶ୍ୟକ ଅନୁମତି ନେବାକୁ ପଡିବ। ଅନୁମତି ନେବାକୁ ହେଲେ ସରକାରଙ୍କ କିଛି ସର୍ତ୍ତ ରହିବ। ଯାହା ଦ୍ୱାରା ଉକ୍ତ ସଂସ୍ଥାର କିମ୍ବା ଉକ୍ତ ଆପାର୍ଟମେଣ୍ଟରେ ଚିହ୍ନଟ କୌଣସି ଆକ୍ରାନ୍ତ ସୁସ୍ଥ ମାନସିକ ସ୍ଥିତିରେ ନିଜ ଘରୋଇ ଅଞ୍ଚଳରେ ରହିପାରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଲକ୍ଷଣବିହୀନ ରୋଗୀଙ୍କୁ କ୍ରିଟିକାଲ କେୟାର ସୁବିଧା ଦେବାର ଆବଶ୍ୟକତା ନାହିଁ । କେବଳ ଗୁରୁତର ରୋଗୀଙ୍କ ପାଇଁ ଆବଶ୍ୟକ । ଯେହେତୁ ୮୦ ପ୍ରତିଶତ ଲୋକ ଲକ୍ଷଣ ବିହୀନ ତେଣୁ ସେମାନଙ୍କୁ ଘରେ ଆଇସୋଲେସନରେ ରହିବାକୁ ଅନୁମତି ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

Related posts