ଆଜି ରାଜ୍ୟରେ ଆଉ 505 କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

Published: Jul 13, 2020, 6:48 pm IST

ଭୁବନେଶ୍ବର, ଆଜି ରାଜ୍ୟରେ ଆଉ 505 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ଦିନକରେ ସର୍ବାଧିକ 248 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟ ଜିଲ୍ଲା ମାନଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ 71, ଖୋର୍ଦ୍ଧାରୁ 52, କଟକରୁ 45, ପୁରୀରୁ 11, ଗଜପତିରୁ 10, ନବରଙ୍ଗପୁରରେ 9, ଯାଜପୁର ଓ ନୟାଗଡରୁ 8, ଜଗତସିଂହପୁରର 7, ଭଦ୍ରକ ଓ ଢେଙ୍କାନାଳରୁ 6 ଲେଖାଏଁ, ଅନୁଗୁଳରୁ 5 କନ୍ଧମାଳ, କେନ୍ଦ୍ରାପଡ଼ା ଓ କୋରାପୁଟରୁ 4 ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ବରଗଡ଼ 3, କେନ୍ଦୁଝର 2, ରାୟଗଡ଼ା ଓ ଝାରସୁଗୁଡାରୁ ଜଣେ ଲେଖାଏଁ ଆରୋଗ୍ୟ ହୋଇଛନ୍ତି।

Related posts