Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର ସବଜେଲରେ କଏଦୀଙ୍କୁ କରୋନା: କ୍ଵାରେଣ୍ଟିନକୁ ଗଲେ ଜେଲ ସୁପରିଟେଣ୍ଡେଣ୍ଟଙ୍କ ସହ ସମସ୍ତ କର୍ମଚାରୀ
ଆଜିର ଖବର

ବାଣପୁର ସବଜେଲରେ କଏଦୀଙ୍କୁ କରୋନା: କ୍ଵାରେଣ୍ଟିନକୁ ଗଲେ ଜେଲ ସୁପରିଟେଣ୍ଡେଣ୍ଟଙ୍କ ସହ ସମସ୍ତ କର୍ମଚାରୀ

July 13, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ଚିଲିକା ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ଆଜି ବାଣପୁରରେ ଆଉ ଏକ ଜଟିଳ ପରିସ୍ଥିତି ଦେଖାଦେଇଛି। ବାଣପୁର ସବ ଜେଲକୁ ମଧ୍ୟ କରୋନା ଭୂତାଣୁ ଛୁଇଁଛି।

ଜଣେ ବିଚାରାଧୀନ କଏଦୀଙ୍କୁ କରୋନା ହୋଇଥିବାର ସୂଚନା ରହିଛି। ହେଲେ କଏଦୀ ଜଣକ ଜାମିନୀ ପାଇ ଘରକୁ ଗଲାପରେ ତାଙ୍କ ରିପୋର୍ଟ ପୋଜିଟିଭ ଆସିଥିବାରୁ ସ୍ଥାନୀୟ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି। ବିଚାରାଧୀନ କଏଦୀ ଜଣକ ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରାପୁଟ ଗ୍ରାମର ବୋଲି ଜେଲ ସୁପରିଟେଣ୍ଡେଣ୍ଟ କୋଶଳପଦ୍ମିନୀ ଦଳବେହେରା କହିଛନ୍ତି।

ସୂଚନା ନେବାରୁ ଜଣାପଡିଛି ଯେ ବାଣପୁର ସବ ଜେଲରେ ବର୍ତ୍ତମାନ ସମୁଦାୟ ୧୬୬ ଜଣ କଏଦୀ ଅଛନ୍ତି ଯେଉଁଥିରେ ଦୋଷୀ ସାବ୍ୟସ୍ତ କଏଦୀ ୩0 ଜଣ ଥିବା ବେଳେ ବିଚାରାଧୀନ କଏଦୀ ଅଛନ୍ତି ୧୩୬ ଜଣ। କିଛି ଦିନ ତଳେ ଜେଲ କର୍ତ୍ତୃପକ୍ଷ ସମସ୍ତ କଏଦୀଙ୍କ ସ୍ୱାବ ଟେଷ୍ଟ ପାଇଁ ସରକାରଙ୍କୁ ଲିଖିତ ଆକାରରେ ଅନୁରୋଧ କରିଥିଲେ। ସେହିକ୍ରମେ ଗତ ୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୧୫ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ପାଇଁ ନିଆଯାଇଥିଲା। କିନ୍ତୁ ଉକ୍ତ ବିଚାରାଧୀନ କଏଦୀ ଆଜି ଜାମିନୀରେ ଘରକୁ ଗଲାପରେ ତାଙ୍କ ରିପୋର୍ଟ ପୋଜିଟିଭ ଆସିଥିବାର ସୂଚନା ମିଳିଛି।

ଆକ୍ରାନ୍ତ ଜଣଙ୍କ ରହୁଥିବା ଗୃହରେ ସମସ୍ତ ୮ ଜଣ କଏଦୀ କ୍ଵାରେଣ୍ଟିନରେ ରହିବାସହ ଜେଲ ସୁପରିଟେଣ୍ଡେଣ୍ଟ, ଫାର୍ମାସିଷ୍ଟ ଏବଂ ସମସ୍ତ କର୍ମଚାରୀମାନେ ଏବେ ହୋମ କୱାରେଣ୍ଟିନରେ ଅଛନ୍ତି। ଆସନ୍ତାକାଲି ସମସ୍ତଙ୍କ ସ୍ୱାବ ଟେଷ୍ଟ ହେବ ବୋଲି ଜେଲ କର୍ତ୍ତୃପକ୍ଷ ସମୀକ୍ଷା ନିୟୁଜକୁ ସୂଚନାଦେଇଛନ୍ତି। ଅପରପକ୍ଷରେ ଉକ୍ତ ବ୍ୟକ୍ତି ଏବଂ ତାଙ୍କ ସଂପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଇଂଜନପୁର ଟି.ଏମ.ସିରେ କୱାରେଣ୍ଟିନରେ ରଖାଯାଇଛି ଏବଂ ଆସନ୍ତାକାଲି ଆକ୍ରାନ୍ତ ବ୍ୟକ୍ତିଙ୍କୁ କୋଭିଡ ହସ୍ପିଟାଲକୁ ପଠାଯିବ ଏବଂ ଅନ୍ୟମାନଙ୍କ ସ୍ୱାବ ଟେଷ୍ଟିଙ୍ଗ କରାଯିବା ବୋଲି ଅଠରବାଟିଆ ସରପଞ୍ଚ ଶ୍ରୀମତୀ ଇନ୍ଦୁ ଜାଲୀ ସୂଚନା ଦେଇଛନ୍ତି।

ତେବେ ବାଣପୁର ସବ ଜେଲରେ ଏହା ପ୍ରଥମ ଘଟଣା ହୋଇଥିବାରୁ ସେଠାରେ ଥିବା ୧୬୬ ଜଣ କଏଦୀ କିପରି ସଂକ୍ରମିତ ନହେବେ ସେଥିପ୍ରତି ସ୍ଥାନୀୟ ପ୍ରଶାସନ ଧ୍ୟାନ ଦେବା ଆବଶ୍ୟକ।

 

କ୍ଵାରେଣ୍ଟିନ ବାଣପୁର ସବଜେଲ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ହେଉଛି ମାର୍ଚ୍ଚ ୧୮ ତାରିଖ ବୁଧବାର: ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ଭଲ ଖବର

March 18, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026
Latest News

ଆଜି ହେଉଛି ମାର୍ଚ୍ଚ ୧୮ ତାରିଖ ବୁଧବାର: ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ଭଲ ଖବର

March 18, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.