
ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ସଟ୍ଡାଉନ୍ କଟକଣା ତିନି ପାଇଁ କୋହଳ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସମସ୍ତ ସହରାଞ୍ଚଳରେ ତିନି ଦିନ ପାଇଁ କଟକଣା କୋହଳ କରାଯାଇଛି । ଆଜିଠାରୁ 16 ତାରିଖ ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଥିବାର ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।
ଲୋକମାନେ ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ କୋହଳ କଲେ । ସକାଳ 6ରୁ ଅପରାହ୍ନ 4ଟା ଯାଏ କିଣାକିଣି କରିପାରିବେ ଲୋକେ । ଏହି ତିନି ଦିନ ଲୋକମାନଙ୍କୁ ଆମେ ନିରୀକ୍ଷଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ସାମାଜିକ ଦୂରତ୍ବ, ମାସ୍କ ପିନ୍ଧିବା ଆଦି ସମସ୍ତ ବିଷୟକୁ ନିରୀକ୍ଷଣ କରାଯିବ। ଯଦିଏହି ସମୟରେ କେହି କଟକଣା ନିୟମକୁ ଖିଲାପ କରେ, ତେବେ ସଟ୍ଡାଉନକୁ ଆହୁରି କଡାକଡି କରାଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।