Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ଦୃଷ୍ଟିରୁ ଲାଲକିଲ୍ଲାରେ ହେବ ନୂଆ ଢଙ୍ଗରେ ଏବର୍ଷର ସ୍ବାଧୀନତା ଦିବସ ସମାରୋହ
ଆଜିର ଖବର

କରୋନା ଦୃଷ୍ଟିରୁ ଲାଲକିଲ୍ଲାରେ ହେବ ନୂଆ ଢଙ୍ଗରେ ଏବର୍ଷର ସ୍ବାଧୀନତା ଦିବସ ସମାରୋହ

July 14, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ପ୍ରଥମ ଥର ପାଇଁ ଦେଶ ଏବର୍ଷ ଅଗଷ୍ଟ 15ରେ ଦେଖିବ ଭିନ୍ନ ଧରଣର ସ୍ବାଧୀନତା ଦିବସ ସମାରୋହ। ଦେଶର ଇତିହାସରେ ଐତିହାସିକ ଲାଲକିଲ୍ଲାରେ ସମ୍ପୂର୍ଣ୍ଣ ଭିନ୍ନ ଢଙ୍ଗରେ ପାଳନ ହେବ ସ୍ବାଧୀନତା ଦିବସ ସମାରୋହ। କୋଭିଡ-19 ମହାମାରୀ ଦୃଷ୍ଟିରୁ ଦେଶର ଜାତୀୟ ରାଜଧାନୀରେ ଆଗାମୀ ସ୍ବାଧୀନତା ଦିବସ ସମାରୋହକୁ କାଣ୍ଟଛାଣ୍ଟ କରାଯିବାକୁ ଆପାତତଃ ସ୍ଥିର ହୋଇଥିବା ଜଣାଯାଇଛି।

ବିଗତ ବର୍ଷ ତୁଳନାରେ ଏବର୍ଷ ମାତ୍ର 20 ପ୍ରତିଶତ ଭିଭିଆଇପି ଏବଂ ଅନ୍ୟାନ୍ୟ ଅତିଥି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ଶୁଣିବାକୁ ଲାଲକିଲ୍ଲାରେ ଉପସ୍ଥିତ ରହିବେ।
ପ୍ରତିରକ୍ଷା ସଚିବ ଅଜୟ କୁମାର ଏବଂ ଏଏସଆଇ ମହା ନିର୍ଦେଶକ ସ୍ଥିତି ସମ୍ପର୍କରେ ଅବଗତ ହେବା ପାଇଁ ଗତ ସପ୍ତାହରେ ଲାଲକିଲ୍ଲା ପରିଦର୍ଶନ କରିଥିଲେ। ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରତିରକ୍ଷା ସଚିବ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

କରୋନା କାରଣରୁ ଏବର୍ଷ ସମାରୋହରେ ସବୁ କିଛି କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। ଲାଲକିଲ୍ଲା ସମାରୋହରେ କୌଣସି ଛାତ୍ରଛାତ୍ରୀ, ଏନସିସି କ୍ୟାଡେଟ ଯୋଗ ଦେବେନାହିଁ। ଭିଭିଆଇପି ମାନେ ସବୁବର୍ଷ ପରି ଲାଲକିଲ୍ଲାର ସମ୍ମୁଖ ଭାଗରେ, ଯେଉଁଠି ପ୍ରଧାନମନ୍ତ୍ରୀ ଭାଷଣ ଦେବେ ସେଠି ବସି ପାରିବେ ନାହିଁ। ପ୍ରାୟ 900 ଭିଭିଆଇପି ଆଗରୁ ଲାଲକିଲ୍ଲା ଉପରେ ଦୁଇ ପାର୍ଶ୍ବରେ ବସୁଥିଲେ। ଏଥର କଟକଣା ଯୋଗୁଁ ସେମାନଙ୍କୁ ତଳେ ବସିବାକୁ ପଡିବ। 900 ବଦଳରେ ମାତ୍ର 100 ଜଣ ଭିଭିଆଇପିଙ୍କୁ ଅନୁମତି ମିଳିବ।

ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା କରୋନା ରୋଗରୁ ସୁ୍ସ୍ଥ ହୋଇଥିବା 1500 ଯୋଦ୍ଧା ଏଥର ସମାରୋହରେ ଯୋଗଦେବେ। ଏମାନଙ୍କ ମଧ୍ୟରୁ 500 ସ୍ଥାନୀୟ ପୋଲିସ ଏବଂ ଅନ୍ୟ ହଜାରେ ଜଣ ଦେଶର ବିଭିନ୍ନ ଭାଗରୁ ଆସିବେ। ପ୍ରତିବର୍ଷ ଅତି କମରେ 10 ହଜାର ଲୋକ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିବାକୁ ସ୍ବାଧୀନତା ସମାରୋହରେ ଯୋଗ ଦେଇ ଆସୁଥିଲେ। ସାଧାରଣ ଲୋକଙ୍କ ସ୍ଥାନରେ 1500 କରୋନା ଯୋଦ୍ଧା ଏଥର ସମାରୋହରେ ଯୋଗଦେବେ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ-ୟୁରୋପୀୟ ସଂଘ ଭାଗିଦାରୀ: ବିଶ୍ୱ ଜିଡିପିର ୨୫% ଆଧାରରେ ଏକ ଶକ୍ତିଶାଳୀ ଆର୍ଥିକ ଭାଗିଦାରୀ

January 28, 2026

ରାଶିଫଳ: ଆଜି ଜାନୁୟାରୀ ୨୮ ତାରିଖ ବୁଧବାରରେ ଏହି ରାଶିଗୁଡିକର ରହିଛି ରାଜଯୋଗ

January 28, 2026

କେନ୍ଦ୍ର ବଜେଟ୍ ୨୦୨୬-୨୭ ପାଇଁ ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟ ହାଲୱା ଉତ୍ସବ ସହିତ ଆରମ୍ଭ

January 27, 2026

ଭାରତ ଶକ୍ତି ସପ୍ତାହ ୨୦୨୬ର ଉଦଘାଟନୀ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

January 27, 2026
Latest News

ଭାରତ-ୟୁରୋପୀୟ ସଂଘ ଭାଗିଦାରୀ: ବିଶ୍ୱ ଜିଡିପିର ୨୫% ଆଧାରରେ ଏକ ଶକ୍ତିଶାଳୀ ଆର୍ଥିକ ଭାଗିଦାରୀ

January 28, 2026

ଆଜି ନଵନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରା

January 28, 2026

ରାଶିଫଳ: ଆଜି ଜାନୁୟାରୀ ୨୮ ତାରିଖ ବୁଧବାରରେ ଏହି ରାଶିଗୁଡିକର ରହିଛି ରାଜଯୋଗ

January 28, 2026

କେନ୍ଦ୍ର ବଜେଟ୍ ୨୦୨୬-୨୭ ପାଇଁ ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟ ହାଲୱା ଉତ୍ସବ ସହିତ ଆରମ୍ଭ

January 27, 2026

ପଞ୍ଚତତ୍ତ୍ୱ ପାର୍କର ଉଦଘାଟନ ସହ ‘ସୁଭଦ୍ରା ସାଧନ କେନ୍ଦ୍ରର’ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

January 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.