ଆଜି ରାଜ୍ୟର ରେକର୍ଡ ସଂଖ୍ୟକ ୬୦୯ କରୋନା ଆକ୍ରାନ୍ତ ସୁସ୍ଥ. ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

Published: Jul 14, 2020, 8:40 pm IST

ଭୁବନେଶ୍ୱର: ଆଜି ରାଜ୍ୟର ୨୧ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୬୦୯ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରାଯାଇଛି। ନୂଆ ୬୦୯ ଜଣ ସୁସ୍ଥଙ୍କୁ ମିଶାଇଲେ ଏଯାବତ ସୁସ୍ଥ ସଂଖ୍ୟା ୯୮୬୪ରେ ପହଞ୍ଚି ଯାଇଛି। ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୬୮ଜଣ ସୁସ୍ଥ ହୋଇଛନ୍ତି।

ଅନ୍ୟ ଜିଲ୍ଲା ଗୁଡିକ ମଧ୍ୟରେ ସୁନ୍ଦରଗଡ଼ରୁ ୧୩୫ଜଣ, ଖୋର୍ଦ୍ଧାରୁ ୩୭ଜଣ, କଟକରୁ ୩୨ଜଣ, ବାଲେଶ୍ୱରରୁ ୨୫ଜଣ, କେନ୍ଦୁଝରରୁ ୨୩ଜଣ, ମୟୁରଭଞ୍ଜରୁ ୧୮ଜଣ, ଭଦ୍ରକରୁ ୧୨ଜଣ, ପୁରୀରୁ ୧୨ଜଣ, ସମ୍ବଲପୁରରରୁ ୮ଜଣ, ବରଗଡ଼ ଓ ଜଗତସିଂହପୁରରୁ ୭ଜଣ ଲେଖାଏଁ, ଯାଜପୁରରୁ ୬ଜଣ, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରୁ ୪ଜଣ ଲେଖାଏଁ, ବଲାଙ୍ଗୀରରୁ ୩ଜଣ, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ାରୁ ୨ଜଣ ଲେଖାଏଁ ଏବଂ ଗଜପତି ଓ ନୟାଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Related posts