ୟୁଜିସିର ଛାତ୍ର ବିରୋଧୀ ପରୀକ୍ଷା ପରିଚାଳନାକୁ ଛାତ୍ର କଂଗ୍ରେସର ଦୃଢ ବିରୋଧ

Published: Jul 14, 2020, 10:06 pm IST

ଭୁବନେଶ୍ବର, ଜୁଲାଇ 6ରେ ଜାରି ହୋଇଥିବା ୟୁଜିସିର ନୂତନ ଗାଇଡଲାଇନ୍ ୨୦୨୦କୁ ଛାତ୍ର କଂଗ୍ରେସ ଦୃଢ଼ ବିରୋଧ କରିବା ସହ ଏହାର ପ୍ରତ୍ୟାହାର ଦାବି କରୁଛି। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଏବଂ ଓ ମାନବସମ୍ବଳ ବିକାଶ ମନ୍ତ୍ରଣାଳୟର ମଞ୍ଜୁରୀ ନେଇ ୟୁଜିସି ଗତ ଜୁଲାଇ ୬ ତାରିଖର ନିଷ୍ପତ୍ତି ଅନୁଯାୟୀ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ପରୀକ୍ଷା ପାଇଁ ଆସିଥିବା ନିଷ୍ପତ୍ତି ପିଲାଙ୍କୁ ମାନସିକ ଚାପ ଦେଇଛି।

ୟୁଜିସିର ଏହି ନୀତି ଧନୀ- ଗରିବ ଛାତ୍ର ବିଭାଜନ, ଅମାନବୀୟ, ଦାୟିତ୍ବହୀନତା, ଓ ଅଗଣତାନ୍ତ୍ରିକ ନିଷ୍ପତ୍ତି ବୋଲି ଛାତ୍ର କଂଗ୍ରେସ ମତ ଦେଇଛି। ଗତ ମାର୍ଚ୍ଚ ମାସରୁ ପରୀକ୍ଷା ହେବ , ହେବ ନାହିଁ, ଏପରି ଭାବରେ ବାରମ୍ବାର ମତ ବଦଳେଇବା, ବାରମ୍ବାର ନୂତନ ଗାଇଡଲାଇନ୍ ଆଣିବା ଛାତ୍ରଛାତ୍ରୀଙ୍କ ଉପରେ ମାନସିକ ଚାପ ସୃଷ୍ଟି କରିବା ସହ ସେମାନଙ୍କ ମନୋବଳକୁ ନଷ୍ଟ କରୁଛି।

ଅନେକ ରାଜ୍ୟ ଏହାକୁ ବିରୋଧ କରୁଥିବା ବେଳେ ଓଡିଶା ସରକାରଙ୍କ ଖାମଖିଆଲି ନୀତି ଏବଂ ବିଭାଗୀକରଣ ନୀତି ଆଜି ବିପିୟୁଟି ବିଶ୍ବବିଦ୍ୟାଳୟର ୨୫ ହଜାର ଛାତ୍ରଛାତ୍ରୀଙ୍କ ଭାଗ୍ୟକୁ ଅନ୍ଧାରକୁ ଠେଲି ଦେଇଛି। ଘରୋଇ କଲେଜ ଗୁଡିକ ପିଲାଙ୍କୁ ଅନଲାଇନ ପରୀକ୍ଷା ଦେବା ପାଇଁ ବାଧ୍ୟ କରୁଛନ୍ତି, ଯେତେବେଳେ ଚାଲାଥିବା mock test ସମ୍ପୁର୍ଣ୍ଣ ବିଫଳ ଏବଂ ବିଭିନ୍ନ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ଛାତ୍ରଛାତ୍ରୀ ହେଉଛନ୍ତି।

ଯଦି ନିଷ୍ପତ୍ତିର ପୁନଃ ବିଚାର ନ ହୁଏ ତେବେ ରାଜ୍ୟ କଂଗ୍ରେସର ସଂଯୋଜକ ଏବଂ ରାଜ୍ୟ ଛାତ୍ର କଂଗ୍ରେସର କାର୍ଯ୍ୟକର୍ତ୍ତା ରାଜଭବନ ଏବଂ ନବୀନ ନିବାସ ଆଗରେ ଆତ୍ମାହୁତି ଦେବାକୁ ଧମକ ଦେଇଛନ୍ତି।

Related posts