
ଭୁବନେଶ୍ବର, ରାଜ୍ୟ ପାଇଁ ଏକ ଆଶ୍ବସ୍ତିର ଖବର ହେଉଛି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବା ସହିତ ସୁସ୍ଥ ରୋଗୀଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି। ଆଜି ରାଜ୍ୟରେ ଆଉ 612 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ଗଂଜାମ ଜିଲ୍ଲାରୁ ସର୍ବାଧିକ 270 ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼ରୁ 84, କେନ୍ଦୁଝରରୁ 48, ଗଜପତିରୁ 35, ବାଲେଶ୍ବରରୁ 31, ଖୋର୍ଦ୍ଧାରୁ 28, ନୟାଗଡ଼ରୁ 25, ଯାଜପୁରରୁ 20, ମୟୂରଭଂଜରୁ 15, କଟକ, କୋରାପୁଟ ଓ ଜଗତସିଂହପୁରରୁ 10 ଲେଖାଏଁ ସୁସ୍ଥ ହୋଇଛନ୍ତି।
ସେହିପରି ବରଗଡ଼ ଓ ପୁରୀରୁ 6 ଲେଖାଏଁ, ବଲାଙ୍ଗିରରୁ 5 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କେନ୍ଦ୍ରାପଡ଼ାରୁ 3, କଳାହାଣ୍ଡି ଓ କନ୍ଧମାଳରୁ 2 ଲେଖାଏଁ , ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର ଅତିକ୍ରମ କରିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।