ଦେଶରେ 24 ଘଣ୍ଟାରେ 32 ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ, 606 ମୃତ

Published: Jul 16, 2020, 12:25 pm IST

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢି ଚାଲିଛି। ଦେଶରେ ଆଜି ସବୁ ରେକର୍ଡ ଭାଙ୍ଗିଛି କରୋନା ମହାମାରୀ। ଗତ 24 ଘଣ୍ଟା ମଧ୍ୟରେ 32 ହଜାର 695ଟି ନୂତନ ମାମଲା ସାମ୍ନାକୁ ଆସିଥିବାବେଳେ 606ଜଣଙ୍କର ମୃତ୍ୟୁ ଘଟିଛି ।

ବର୍ତ୍ତମାନ ଦେଶରେ 3 ଲକ୍ଷ 31 ହଜାର 146 ମାମଲା ସକ୍ରିୟ ରହିଛି । ସେହିପରି 6 ଲକ୍ଷ 12 ହଜାର 814ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ସେହିପରି 24 ହଜାର 915 ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ 9ଲକ୍ଷ 68 ହଜାର 814ମାମଲା ଦେଖିବାକୁ ମିଳିଛି । କରୋନାରେ ସବୁଠାରୁ ବେଶି ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର ।

Related posts