ଅଣାୟତ୍ତ କରୋନା : ଦେଶରେ 10 ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

Published: Jul 17, 2020, 11:30 am IST

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହୋଇପଡ଼ିଲାଣି କରୋନା ସ୍ଥିତି। ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନୂଆ ରେକର୍ଡ କରୁଛି।  ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ଲକ୍ଷ ପାର କରିଛି। ଦେଶରେ ମୃତକଙ୍କ ସଂଖ୍ୟା 25 ହଜାର 602କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 34 ହଜାର 956 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 687ଜଣଙ୍କର ମୃତ୍ୟୁ ହୋଇଛି।ଦେଶରେ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 10 ଲକ୍ଷ 3 ହଜାର 832କୁ ବୃଦ୍ଧି ପାଇଛି ।

ଦେଶରେ ବର୍ତ୍ତମାନ ଆକ୍ଟିଭ୍ କେସ୍ 3 ଲକ୍ଷ 42 ହଜାର 473 ଥିବା ବେଳେ ସୁସ୍ଥ ହେଲେଣି 6 ଲକ୍ଷ 35 ହଜାର 757 । ସେହିପରି ମହାରାଷ୍ଟ୍ରରେ 2 ଲକ୍ଷ 84 ହଜାର 281 ଆକ୍ରାନ୍ତ ହୋଇଥିବା ବେଳେ 11 ହଜାର 194 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦିଲ୍ଲୀରେ 3 ହଜାର 545, ଗୁଜରାଟରେ 2 ହଜାର 89, ତାମିଲନାଡୁରେ 2ହଜାର 236 ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

Related posts